ପ୍ରତିଭା ପ୍ରଣାମ କାର୍ଯ୍ୟକ୍ରମ

0

ଯାଜପୁର ବ୍ଲକ ଅନ୍ତର୍ଗତ ଜମଧର ପଂଚାୟତର ସ୍ୱପ୍ନେଶ୍ୱରପୁର ବିଦ୍ୟାଳୟ ପରିସରରେ ଯାଜପୁର ସଦର ସାହିତ୍ୟ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଜିଲ୍ଲା ଲେଖକ ସମ୍ମେଳନ ର ପ୍ରତିଭା ପ୍ରଣାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲେଖକ ସମ୍ମେଳନର ସଭାପତି ଡ. ରୁଦ୍ରନାରାୟଣ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥୀଭାବେ ପ.ସୁର୍ଯ୍ୟମଣି ଖୁଂଟିଆ,ଗୁଣନିଧୀ ଗୁରୁ,ସଦର ବରିଷ୍ଠ ନାଗରିକ ମଂଚର ସଭାପତି ଗଦାଧର ରାଉତ୍,ସଂପାଦକ ପ୍ରଫୁଲ୍ଲ ଚନ୍ଦ୍ର ଓଝା,ସଦର ସାହିତ୍ୟ ପରିଷଦର ସଭାପତି ସମର ବିଜୟ ଶରଣ,ସଂପାଦକ ପର୍ଶୁରାମ ସାହୁ ଓ ବରିଷ୍ଠ ସାହିତ୍ୟିକ ପାଣ୍ଡବ ଚରଣ ଦାସ ପ୍ରମୁଖ ଯୋଗ ଦେଇ ସାହିତ୍ୟ ସଂସ୍କୃତି ଓ ପରମ୍ପରା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଗ୍ରାମାଂଚଳରେ ଲୁକ୍କାୟିତ ଅବସ୍ଥାରେ ଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଏପରି କାର୍ଯ୍ୟକ୍ରମ କରାଯିବା ଉଚିତ୍ ବୋଲି ବକ୍ତା ମାନେ ମନ୍ତବ୍ୟ ରଖିଥିଲେ । ଆଜିର ଏହି ପ୍ରତିଭା ପ୍ରଣାମ କାର୍ଯ୍ୟକ୍ରମ ରେ ସମାଜସେବୀ ଗଦାଧର ରାଉତ୍ ,ଶିଶୁ କବି ପ୍ରଭାକର ସାହୁ,ବ୍ୟଙ୍ଗ କବି ପର୍ଶୁରାମ ସାହୁ,କବୟତ୍ରୀ ମିନାକ୍ଷୀ ବାରିକ୍ ଓ କାର୍ତିକ ଚନ୍ଦ୍ର ସାହୁ ଙ୍କୁ ଲେଖକ ସମ୍ମେଳନ ତରଫରୁ ପୁଷ୍ପଗୁଚ୍ଛ,ମାନପତ୍ର ଓ ଉତରୀୟ ଦେଇ ସମ୍ବର୍ନ୍ଧିତ କରିଥିଲେ । ଅନୁରୁପ ଭାବେ ଯାଜପୁର ସଦର ସାହିତ୍ୟ ସଂସ୍କୃତି ପରିଷଦ ତରଫରୁ ଡ.ରୁଦ୍ରନାରାୟଣ ପୃଷ୍ଟି, ପ.ସୂର୍ଯ୍ୟନାରାୟଣ ଖୁଂଟିଆ, ଗୁଣନିଧୀ ଗୁରୁ,ଶିକ୍ଷାବିତ୍ ସୁରେନ୍ଦ୍ର ରାୟ,କୈଳାଶ ଚନ୍ଦ୍ର ବାରିକ୍ ଓ ଦୟାନିଧୀ ଓଝା ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ,ମାନପାତ୍ର ଓ ଉତରୀୟ ଦେଇ ସମ୍ବର୍ନ୍ଧିତ କରାଯାଇଥିଲା । ପରିଷଦର ସଭ୍ୟ ଅରୁଣ ପାଢୀ,ଉପେନ୍ଦ୍ର ଜେନା,ଭାସ୍କର ଚନ୍ଦ୍ର ଦାସ, ବିନୋଦ ଶତପଥୀ, ଗୁରୁଚରଣ ସାହୁ, କୁଞବିହାରୀ ଦାସ, ଅଜୟ ମହାନ୍ତି, ଗାୟତ୍ରୀ ନାୟକ, ଶୁଭଲକ୍ଷ୍ମୀ ରାଉତ୍, ଉପମନ୍ୟୁ ପତି, ଦିଲ୍ଲୀପ କୁମାର ତରାଇ ପ୍ରମୁଖ ସହଯୋଗ କରିଥିଲେ । ସ୍ଥାନୀୟ ଅଂଚଳର ବହୁ ସଂଖ୍ୟକ ସାହିତ୍ୟ ପ୍ରେମୀ ,ଶିକ୍ଷାବିତ୍,ବୁଦ୍ଧିଜିବୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଶେଷରେ ଜିଲ୍ଲା ଲେଖକ ସମ୍ମେଳନର ଯାଜପୁର ବ୍ଲକ ସଂଯୋଜକ ମନୋଜ କୁମାର ନାଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page