ବ୍ୟାସନଗର: କାନାରା ବ୍ୟାଙ୍କ କର୍ମଚାରୀଙ୍କ ଅକାଳ ବିୟୋଗ ।

ବ୍ୟାସନଗର(ସଙ୍କେତ ଖବର): କାନାରା ବ୍ୟାଙ୍କ ଯାଜପୁର ରୋଡ ଶାଖାର ବରିଷ୍ଠ କିରାଣୀ ,କାନାରା ବ୍ୟାଙ୍କ କର୍ମଚାରୀ ସଂଘ ର ରାଜ୍ୟ କମିଟିର ସହ ସମ୍ପାଦକ,ଯାଜପୁର ରୋଡ ବ୍ୟାଙ୍କ କର୍ମଚାରୀ ସମନ୍ଵୟ ସମିତିର ସମ୍ପାଦକ ପ୍ରସନ୍ନ କୁମାର ଵିଶ୍ଵାଳଙ୍କର ଗତକାଲି ମଙ୍ଗଳବାର ରାତି ସାଢ଼େ୧୨ଟା ସମୟରେ କଟକ ବଡ ଡାକ୍ତରଖାନା ରେ ପରଲୋକ ହୋଇଯାଇଛି । କରୋନାରେ ସଂକ୍ରମିତ ହୋଇ ଗୃହ ସଂଗରୋଧ ରେ ରହି ଚିକିତ୍ସିତ ହେଉ ଥିଲେ । ରବିବାର ରାତିରେ ଅସୁସ୍ଥ ହେବାରୁ ତାଙ୍କୁ ଚିକିତ୍ସା ପାଇଁ କଟକ ନିଅ।ଯାଇଥିଲା । ମୃତ୍ୟୁ ଵେଳକୁ ତାଙ୍କୁ ୫୫ ବର୍ଷ ହୋଇଥିବାବେଳେ ତାଙ୍କର ପତ୍ନୀ,ପୁତ୍ର ଓ କନ୍ୟା,ଆତ୍ମୀୟ ସ୍ଵଜନ ଓ ବ୍ୟାଙ୍କ କର୍ମଚାରୀ ସାଥୀ ମାନଙ୍କୁ ଅବେଳରେ ଛାଡି ଚାଲିଯାଇଛନ୍ତି୍। ଆଜି ଅପରାହ୍ନରେ କଟକର ଖାନନଗର ଶ୍ମଶାନରେ ଶେଷକୃତ୍ ସଂପର୍ଣ୍ଣ ହୋଇଯାଇଛି। ବ୍ୟାଙ୍କ ପକ୍ଷରୁ ଓଡିଶା ସର୍କଲର ଉପ ମହାପ୍ରବନ୍ଧକ,କାନାର ବ୍ୟାଙ୍କ କର୍ମଚାରୀ ୟୁନିୟର ସମ୍ପାଦକ ଶୁଭ୍ରାଂଶୁ ଶତପଥୀ, ଓଡିଶା ବ୍ୟାଙ୍କ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ପ୍ରଫୂଲ୍ଲ କୁମାର ତ୍ରିପାଠୀ, ଏଆଇଟିୟୁସିର ସମ୍ପାଦକ କିଶୋର ଜେନା,ବିପିନ ବିହାରୀ ପାଢୀ ,ସୁବାଷ ଵୋଷ,କୀର୍ତନ ବିହାରୀ ସେଠି ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ତାଙ୍କ ଶଵାଧାରରେ କଟକର ଵିଭିନ୍ନ ବ୍ୟାଙ୍କ କର୍ମଚାରୀ ସଂଗଠନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।ତାଙ୍କ ଭଉଣୀ ତଥା ଶ୍ରୀମନ୍ଦିର ବସର ସତ୍ଵାଧିକାରୀଣୀ ସଂଯୁକ୍ତା ଜେନା, ପରିବାର ବର୍ଗ ଓ କାନାରା ବ୍ୟାଙ୍କ କର୍ମଚାରୀ ଶେଷକୃତ୍ୟ ବେଳେ ଉପସ୍ଥିତ ଥିଲେ। ତାଙ୍କର ଅକାଳ ବିୟୋଗରେ ଯାଜପୁରରୋଡ ସମେତ ନିଜ ଜନ୍ମଭୂମୀ ଗ୍ରାମ ଅଟିରା ଓ ବରୀ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ଜଣେ ସରଳ, ନିଷ୍କପଟ, ମିଷ୍ଟଭାଷୀ, ପରୋପକାରୀ ମଣିଷ ଏବଂ ଗ୍ରାମର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟରେ ସେ ସବୁ ବେଳେ ଆଗୁଆ ଥିଲେ।