ନୌକରୀ ଦୋ ୟା ଡିଗ୍ରି ୱାପସ ଲୋ”:ଛାତ୍ର କଂଗ୍ରେସ

ଭୁବନେଶ୍ୱର (ସଙ୍କେତ ଖବର) ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଶ୍ରୀ ରୋସନଲାଲ ବିଟୁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଛାତ୍ର କଂଗ୍ରେସର “ନୌକରୀ ଦୋ ୟା ଡିଗ୍ରି ୱାପସ ଲୋ” କ୍ୟାମ୍ପେନ ଉଦ୍ଘାଟନ କରିଥିଲେ । ଅଖିଳ ଭାରତ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ନିରୋଜ କୁନ୍ଦନଙ୍କ ନିର୍ଦ୍ଦେଶରେ ଏ କାର୍ଯ୍ୟକ୍ରମ ଦେଶବ୍ୟାପି ଚାଲିଛି । ଏହି ପ୍ରରୀପ୍ରେକ୍ଷୀରେ ଶ୍ରୀ ବିଟୁ କହିଲେ ଯେ ଉଭୟ ମୋଦି ଓ ନବୀନ ଯୁବସମାଜ ଓ ଛାତ୍ର ସମାଜକୁ ପ୍ରତାରିତ କରିଛନ୍ତି । ଏହି ପ୍ରସଙ୍ଗକୁ ଆମେ ତୃଣମୁଳସ୍ତରକୁ ନେଇ ବେକାର ଯୁବକ ଯୁବତୀଙ୍କୁ ପଂଚାୟତ ସ୍ତରରେ ସଂଘଟିତ କରିବ । ଶ୍ରୀ ବିଟୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରି କହିଲେ ଯେ ପ୍ରଧାନମନ୍ତ୍ରୀ ବର୍ଷକୁ ୨କୋଟି ନିଯୁକ୍ତି ଦେବାପାଇଁ ଦେଶବାସୀଙ୍କ ଆଗରେ ଘୋଷଣା କଲେ । ମୋଦିଙ୍କର ପକୋଡ଼ା ନିଯୁକ୍ତି ପ୍ରସଙ୍ଗ ଛାତ୍ର ସମାଜ ଓ ଯୁବ ସମାଜକୁ ହତାସ କରିଛି । ଏ ଦେଶର ଯୁବକ ଯୁବତୀ ମାନଙ୍କ ପାଖରେ ଡିଗ୍ରୀ ସାର୍ଟିଫିକେଟ ଅଛି ମାତ୍ର ନିଯୁକ୍ତି ନାହିଁ । ଗୃହ ମନ୍ତ୍ରୀ ଅମିତ ସାହାଙ୍କ ପୁଅ ଜୟ ସାହା ଏବଂ ପ୍ରଧାନମନ୍ତ୍ରୀଙ୍କ ପାଖରେ କେଉଁ ଡିଗ୍ରୀ ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଜୟ ସାହା ଏସିଆନ କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବା ପାଇଁ ଯୋଗ୍ୟତା ରଖିଛନ୍ତିକି? ଓଡ଼ିଶାରେ ଛାତ୍ର ଓ ଯୁବସମାଜକୁ ଆହ୍ୱାନ ଦେଇ ସେ କହିଛନ୍ତି ଛାତ୍ର କଂଗ୍ରେସର ଏହି ଆନ୍ଦୋଳନରେ ଅଂଶଗ୍ରହଣ କରନ୍ତୁ । ମୋଦି ଓ ନବୀନଙ୍କ ଅନ୍ୟାୟ ଓ ସ୍ୱେଛାଚାରିତା ଜବାବ ଦିଅନ୍ତୁ । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ କହିଥିଲେ ଯେ କୋରୋନା ସମୟରେ ୧୨କୋଟି ଲୋକ ଜୀବିକା ହରାଇଲେ ୧୨ହଜାର ଲୋକ ଆତ୍ମହତ୍ୟା କଲେ ମାତ୍ର ମୋଦି ଘଂଟପିଟି କରୋନାକୁ ବିଦା କରିବାପାଇଁ ଉପଦେଶ ଦେଲେ । କରୋନା ପୂର୍ବରୁ ୨୦୧୯ରେ ସିଏମଆଇର ରିପୋର୍ଟ ଅନୁଯାୟି ବେରୋଜଗାର ସ୍ଥିତି ୫.୬୬ ପ୍ରତିଶତରୁ ୭.୫ ବଢ଼ିଥିଲା ।

ଅଟୋମୋବାଇଲ ସେକ୍ଟରରେ ୭ପ୍ରତିଶତରୁ ଉର୍ଦ୍ଧ ଲୋକ ନିଯୁକ୍ତି ହରାଇଲେ । ୨୦୧୮ରେ ସରକାରୀ ରିପୋର୍ଟ ଅନୁଯାୟି ବେରୋଜଗାରୀ ସ୍ଥିତି ୪୫ ବର୍ଷର ରେକର୍ଡ ଭାଙ୍ଗିଥିଲା ଯାହାକି ୬.୧ ପ୍ରତିଶତ ବଢ଼ିଥିଲା । ଶ୍ରୀ ନୱାଜ କହିଲେ ଆମ ଓଡ଼ିଶାର ଯୁବକ ଓ ଛାତ୍ର ମାନଙ୍କର ଭାଗ୍ୟ ସୁରଟର ସୁତାକଳ ଓ ଆନ୍ଧ୍ରର ଇଟାଭାଟିରେ ବନ୍ଧା ପଡ଼ିଛି । ଆଗାମୀ ଦିନରେ ବେକାର ଯୁବକ ଯୁବତୀ ମାନଙ୍କୁ ନେଇ ଛାତ୍ର କଂଗ୍ରେସ ସାରା ରାଜ୍ୟରେ ଏକ ଦୁର୍ବାର ଆନ୍ଦୋଳନ କରିବ । ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ରାସ୍ତାଘାଟରେ ଦୃଢ଼ ପ୍ରତିବାଦ କରାଯିବ । ଏହି ସାମ୍ବାଦିକ ସମ୍ମିଳନୀର ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଂଯୋଜକ ଶ୍ରୀ ସୌମ୍ୟ ମିଶ୍ର, ଦେବ ପ୍ରସାଦ, ଅଖିଳେଷ ଯାଦବ ଓ ସାଗର ପଟ୍ଟନାୟକ ଉପସ୍ଥିତ ଥିଲେ ।