ସାରା ରାଜ୍ୟରେ ରଥଯାତ୍ରା କରିବା ପାଇଁ ସରକାର ଚିନ୍ତା କରନ୍ତୁ:ବିଜୟ ମହାପାତ୍ର

0

ଭୂବନେଶ୍ବର (ସଙ୍କେତ ଖବର): ସଂସ୍କୃତି ଓ ଇତିହାସକୁ ସମ୍ମାନ ଜଣାଇବା ସହ କୋଭିଡ କଟକଣା ପାଳନ କରି କେମିତି ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ରଥଯାତ୍ରା ଆୟୋଜିତ କରିହେବ ସେ ବ୍ୟବସ୍ଥା କରନ୍ତୁ ରାଜ୍ୟ ସରକାର |
ରଥଯାତ୍ରାକୁ ନେଇ ଓଡିଶାବାସୀଙ୍କ ମନରେ ଭାବାବେଗ ରହିଛି | ସୁପ୍ରିମକୋର୍ଟ ଗତବର୍ଷ ବିନା ଭକ୍ତରେ ପୂରୀରେ ରଥଯାତ୍ରା କରିବା ପାଇଁ ଅନୁମତି ଦେଇଥିଲେ | ଚଳିତ ବର୍ଷ ମଧ୍ୟ ସରକାର ସେହି ଅନୁମତି ଆଧାରରେ ପୁରୀରେ ରଥଯାତ୍ରା କରୁଛନ୍ତି | ଯାହାକି ସ୍ୱାଗତଯୋଗ୍ୟ ପଦକ୍ଷେପ |
ଓଡିଶାରେ ଅନ୍ୟାନ୍ୟ ସ୍ଥାନରେ ଦାବି ଉଠିବା ସ୍ଵାଭାବିକ | କେନ୍ଦ୍ରପଡା ଓ ପୁରୀ ମନ୍ଦିରର ଇତିହାସ ଅତ୍ୟନ୍ତ ଘନିଷ୍ଠ | ତୁଳସୀ କ୍ଷେତ୍ର ଓ ଶ୍ରୀକ୍ଷେତ୍ରର ସମ୍ପର୍କ ୧୭୦୦ ଖ୍ରୀଷ୍ଟାବ୍ଦ ସମୟର | ଏତେ ବର୍ଷର ସମ୍ପର୍କ ଆଉ କେଉଁଠି ଓଡିଶାରେ ନାହିଁ | କାର୍ତ୍ତିକ ମାସରେ ବଳଦେବ ଜୀଉ ମନ୍ଦିରକୁ ପୁରୀ ମନ୍ଦିରରୁ ପାଟବସ୍ତ୍ର ଯାଏ | ପୁରୀ ମନ୍ଦିର ଓ ବଳଦେବ ଜୀଉ ମନ୍ଦିର ସମାନ ସମୟରେ ହେଲା |
ରଥ ଉପରେ ନୀତିକାନ୍ତି କେଵଳ ରଥ ଉପରେ ହୋଇପାରିବ |ମନ୍ଦିର ଭିତରେ ହୋଇପାରିବ ନାହିଁ |୫ଟି କ୍ଷେତ୍ର ଓଡିଶାରେ ଅଛି|ସରକାର ରଥ ନିର୍ମାଣ ପାଇଁ ଅନୁମତି ଦେବା ସହ ମହାପ୍ରଭୁଙ୍କ ରଥ ଉପରକୁ ଆଣିବା ପାଇଁ ଅନୁମତି ଦିଅନ୍ତୁ|କେଵଳ ସେବାୟତ ମାନେ ରଥ ଉପରେ ନୀତିକାନ୍ତି କରିବେ|କୌଣସି ଭକ୍ତ ଯେମିତି ଯିବେ ନାହିଁ ସରକାର ୧୪୪ ଧାରା ମଧ୍ୟ ଲାଗୁ କରିପାରିବେ|
ଭକ୍ତ ମାନଙ୍କ ଭାବାବେଗ ଆଘାତ ହେବ ନାହିଁ ଓ କୋଭିଡ୍ କଟକଣା ମଧ୍ୟ ବଜାୟ ରହିବ|ସରକାର ଏକ ବିକଳ୍ପ ନିଷ୍ପତି ନେବା ପାଇଁ ଦାବି କଲେ ବିଜୟ ମହାପାତ୍ର|

Leave a Reply

Your email address will not be published. Required fields are marked *

You cannot copy content of this page