ଉପକାରାଗାର ରେ ବିଚାରଧୀନ କଏଦୀ ର ମୃତ ଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

0

ଯାଜପୁର (ସଂକେତ ଖବର): ଯାଜପୁର ରୋଡ ଉପ କାରାଗାର ପରିସରରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲା ବିଚାରାଧୀନ କଏଦୀ । ଏକ ଚୋରି ଘଟଣାରେ ଚଳିତ ମାସ 13 ତାରିଖରେ ଗିରଫ ହୋଇ ବିଚାରାଧିନ କଏଦୀ ଭାବେ ରଗଡି ଉପ କାରାଗାରର କ୍ୱାରାନଟାଇନ ହଲ୍ ରେ ଥିଲେ ଏସକେ ହନିଫ ସେକ । ଗତକାଲି ସନ୍ଧ୍ୟାରେ ଉପ କାରାଗାରର କ୍ୱାରାନଟାଇନ ହଲ ପାଇଖାନା ଭିତରେ ଥିବା ସ୍କାଏ ଲାଇଟରେ ନିଜେ ବ୍ୟବହୃତ କରୁଥିବା ଗାମୁଛା ଲଗେଇ କଏଦୀ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିଲେ । କଏଦୀଙ୍କ ଘର ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳର ହୋଇଥିବା ଜେଲ କର୍ତ୍ତୁପକ୍ଷଙ୍କ ଠାରୁ ଜାଣିବାକୁ ମିଳିଥିବା ବେଳେ ତାଙ୍କୁ କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିବା ସମୟରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଜେଲ କର୍ତ୍ତୁପକ୍ଷ କୋରେଇ ଥାନାରେ ଏତଲା ଦେଇଥିବା ବେଳେ ଏତଲା ଆଧାରରେ କୋରେଇ ପୋଲିସ 9/21 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l

Leave a Reply

Your email address will not be published. Required fields are marked *

You cannot copy content of this page