ପୂର୍ବତନ ଆଇଏସ ପ୍ରିୟବ୍ରତ ପଟନାୟକ ଆରପାରିରେ।
![](https://www.sanketkhabar.com/wp-content/uploads/2020/07/FB_IMG_1595305663162.jpg)
ଅବସରପ୍ରାପ୍ତ ବରିଷ୍ଠ ଆଇ.ଏ.ଏସ ଅଫିସର ପ୍ରିୟବ୍ରତ ପଟ୍ଟନାୟକ ଆଉ ନାହାନ୍ତି। ମୁମ୍ବାଇର ଆପୋଲୋ ହସ୍ପିଟାଲରେ ଆଜି ସକାଳେ ୬୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି। ୧୯୭୬ ବ୍ୟାଚର ଏହି ପ୍ରଶାସନିକ ଅଧିକାରୀ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ତାଙ୍କ ଦାୟିତ୍ୱ ନିର୍ବାହ କରିଥିବା ବେଳେ ଅବସର ପୂର୍ବରୁ ଶାସନ ସଚିବ ପାହ୍ୟାରେ ମଧ୍ୟ ଅବସ୍ଥାପିତ ଥିଲେ। ବେଶ୍ କିଛି ମାସ ଧରି କ୍ୟାନସରରେ ପିଡିତ ଥିବା ସ୍ବର୍ଗତ ପଟ୍ଟନାୟକଙ୍କ ଜୀବନ ଯେତିକି ଘଟଣାବହୁଳ ଥିଲା ତାଠାରୁ ଅଧିକ ବିବାଦୀୟ ଥିଲା।
ଜଣେ ସ୍ପଷ୍ଟବାଦୀ ଆଉ ସାହସୀ ଅଧିକାରୀ ଭାବରେ ବେଶ୍ ଚର୍ଚ୍ଚିତ ଥିବା ବେଳେ ପୋସ୍କୋ ଏବଂ ଜୁଡୋ କୋଚ୍ ବିରଞ୍ଚି ଦାସ ହତ୍ୟା ଘଟଣାରେ ବିବାଦ ମଧ୍ୟକୁ ଟାଣି ହୋଇ ଯାଇଥିଲେ। ପୋସ୍କୋ ପାଇ ନିର୍ମାଣାଧୀନ ରାସ୍ତା ସମୟରେ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ମୃତ୍ୟୁ ସେତେବେଳେ ପ୍ରିୟବ୍ରତଙ୍କ ପାଇଁ ଅଡୁଆ ସୃଷ୍ଟି କରିଥିଲା। IDCO ର CMD ଥିବାବେଳେ ପ୍ରିୟବ୍ରତ ପଟ୍ଟନାୟକଙ୍କୁ ତତ୍କାଳ ସେହି ପଦରୁ ଅପସାରଣ କରିଦିଆ ଯାଇଥିଲା। ଠିକ୍ ସେହିପରି ଅଭିନେତ୍ରୀ ଲେସଲୀ ତ୍ରୀପାଠୀ ବାପାଙ୍କ ଅନୁରୋଧକ୍ରମେ ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟଙ୍କୁ ସାକ୍ଷାତ କରିବାକୁ ନେଇ ସେତବେଳେ ରାଜ୍ୟରେ ଚହଳ ପଡିଥିଲା।
ଜୁଡୋ କୋଚ୍ ବିରଞ୍ଚି ଦାସଙ୍କ ହତ୍ୟା ପରେ ସ୍ବର୍ଗତ ପଟ୍ଟନାୟକ ବିବାଦ ମଧ୍ୟକୁ ଟାଣି ହୋଇ ଆସିଥିଲେ। ଶ୍ରୀ ପଟ୍ଟନାୟକଙ୍କ ମୃତ୍ୟୁରେ ଓଡିଶା ଜଣେ ଦକ୍ଷ ପ୍ରଶାସକଙ୍କୁ ହରାଇଲା। ମାତ୍ର ୧୨ ଘଣ୍ଟାର ବ୍ୟବଧାନରେ ରାଜ୍ୟବାସୀ ଅଭିନେତା ବିଜୟ ମହାନ୍ତି ଏବଂ ପ୍ରଶାସକ ପ୍ରିୟବ୍ରତ ପଟ୍ଟନାୟକଙ୍କ ପରି ଦୁଇଜଣ ଦକ୍ଷ ବ୍ୟକ୍ତିତ୍ବଙ୍କ ହରାଇ ମ୍ରିୟମାଣ ହୋଇ ପଡିଛନ୍ତି।