ନ୍ୟାସନାଲ ଏକାଡେମୀ ଅଫ ମେଡିକାଲ ସଇନ୍ସର ସଦସ୍ୟ ଭାବେ ସମ ପ୍ରଫେସର ମନୋନୀତ

0

ଭୁବନେଶ୍ୱର (ସଙ୍କେତ ଖବର): ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସଇନ୍ସ ଆଣ୍ଡ ସମ ହସ୍ପିଟାଲର ଗାଷ୍ଟ୍ରୋଏନଟେରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡ଼ଃ. ମନୋଜ କୁମାର ସାହୁ ନ୍ୟାସନାଲ ଏକାଡେମୀ ଅଫ ମେଡିକାଲ ସଇନ୍ସ ଭାରତ ର ସଭ୍ୟ ଭାବେ ମନୋନୀତ ହୋଇଛନ୍ତି । ଅତ୍ୟାଧୁନିକ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଡ଼ଃ ସାହୁଙ୍କର ଅତୁଳନୀୟ ଅବଦାନ ନିମନ୍ତେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି ।ଶନିବାର ନୂଆଦିଲ୍ଲୀ ଠାରେ ଏକାଡେମୀର ୬୦ତମ ସମାବର୍ତ୍ତନ ଉତ୍ସବ ଅବସରରେ ଏକାଡେମୀ ର ଅଧ୍ୟକ୍ଷ ଡ଼ଃ ସରୋଜ ଚୂଡ଼ାମଣି ଗୋପାଳ ଡ଼ଃ. ସାହୁଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି ।

ନୀତି ଆୟୋଗର ସଦସ୍ୟ ତଥା ନ୍ୟାସନାଲ କୋଭିଡ ଟାସ୍କ ଫୋର୍ସ ର ଅଧ୍ୟକ୍ଷ ଡ଼ଃ ଭି. କେ ପଲ ଓ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ର ପୂର୍ବତନ ଡ଼ାଇରେକ୍ଟର ଜେନେରାଲ ଡ଼ଃ ନିର୍ମଳ କୁମାର ଗାଙ୍ଗୁଲିଙ୍କ ଉପସ୍ଥିତିରେ ଡ଼ଃ ସାହୁଙ୍କୁ ଏହି ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏହା ମୋ ପାଇଁ ଏକ ବଡ ସମ୍ମାନର ପ୍ରସଙ୍ଗ ଏବଂ ଏଥି ନିମନ୍ତେ ମୁଁ ମୋର ଦାୟିତ୍ୱ ସୁଚାରୁରୂପେ ନିର୍ବାହ କରିବି ଓ ଓଡିଶାରେ ରୋଗୀସେବାକୁ ଆହୁରି ଉନ୍ନତ କରିବା ସହ ଗବେଷଣା କ୍ଷେତ୍ରକୁ ଅଧିକ ସୁଦୃଢ କରିବାକୁ ଚେଷ୍ଟା କରିବି ବୋଲି ପ୍ରଫେସର ସାହୁ କହିଛନ୍ତି |

Leave a Reply

Your email address will not be published. Required fields are marked *

You cannot copy content of this page