ଯାଜପୁର ଜିଲ୍ଲାପାଳ ଅଫିସ ସମ୍ମୁଖରେ ସିପିଆଇଏମ ପକ୍ଷରୁ ବିକ୍ଷୋଭ।
![](https://www.sanketkhabar.com/wp-content/uploads/2021/09/SAVE_20210916_191917-1024x473.jpg)
ଯାଜପୁର(ସଂକେତ ଖବର) ଯାଜପୁର ଜିଲ୍ଲା ସିପିଆଇଏମ କମିଟି ପକ୍ଷରୁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ କରାଯାଇଛି।ଜନସାଧାରଣଙ୍କର ଜୀବନ ଜୀବିକାର ସୁରକ୍ଷା ପାଇଁ ତୁରନ୍ତ ଦରବୃଦ୍ଧି ହ୍ରାସ କରିବା, ମରୁଡ଼ି, ଅତି ବର୍ଷା ଓ ବନ୍ୟାର କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରିବା, ଶ୍ରମିକ ଓ କୃଷକ ବିରୋଧୀ ଆଇନକୁ ପ୍ରତିହାର କରିବା, ଟୀକାଦାନ କାର୍ଯ୍ୟକ୍ରମକୁ ତ୍ଵରିତ କରିବା, ପ୍ରତ୍ୟେକ ପରିବାରକୁ ମୁଣ୍ଡ ପିଛା ୧୦ କେ.ଜି. ଚାଉଳ/ଗହମ ଦେବା ସହିତ ଡାଲି, ଖାଇବା ତେଲ ଓ ଚିନିର ବନ୍ଦୋବସ୍ତ କରିବା, ଆୟକର ଦେଉ ନ ଥିବା ପରିବାରକୁ ମାସିକ ୭୫୦୦ ଟଙ୍କା ଆର୍ଥିକ ସାହାଯ୍ୟ, ସମସ୍ତ ଚାଷୀ ଓ ଭାଗଚାଷୀଙ୍କୁ ମଣ୍ଡିରେ ଧାନ ଦେବାର ବନ୍ଦୋବସ୍ତ କରିବା, ସ୍ଵାମିନାଥନ କମିଶନ ସୁପାରିସ ଭିତ୍ତିରେ ଧାନର ସହାୟକ ମୂଲ୍ୟ ପ୍ରଦାନ କରିବା, କେନ୍ଦ୍ରୀୟ କୃଷି ଆଇନକୁ ବାତିଲ କରିବା, ପେଟ୍ରୋଲଜାତ ଦ୍ରବ୍ୟର ମୂଲ୍ୟ ହ୍ରାସ କରିବା,
ଗ୍ରାମାଞ୍ଚଳରେ ଇଚ୍ଛୁକ ବ୍ୟକ୍ତିଙ୍କୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ (ଏମ.ଜି.ଏନ.ଆର.ଇ.ଜି.ଏ.) ଅନୁଯାୟୀ ବାର୍ଷିକ ୨୦୦ ଦିନର କାମ ଦୈନିକ ୬୦୦ ଟଙ୍କା ମଜୁରୀରେ ଯୋଗାଇ ଦେବା, ରାଜ୍ୟର ଆଦିବାସୀ ଓ ପାରମ୍ପରିକ ଜଙ୍ଗଲ ଅଧିବାସୀଙ୍କୁ ଜଙ୍ଗଲ ଜମିର ଅଧିକାର, ଆଦିବାସୀ ଓ ଦଳିତମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ଓ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଗ୍ରାମୀଣ ମହିଳାମାନଙ୍କର ପୋଷଣ ବୃଦ୍ଧି ପାଇଁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ନେବା, ସରକାରୀ ଉଦ୍ୟୋଗକୁ ଘରୋଇକରଣରୁ ବନ୍ଦ କରିବା, ଆଉଟ ସୋର୍ସି, ଠିକା ଓ ଅସ୍ଥାୟୀ ଭାବେ ଶ୍ରମିକ କର୍ମଚାରୀ ନିଯୁକ୍ତି ବଦଳରେ ସ୍ଥାୟୀ ନିଯୁକ୍ତି ଦେବା ଓ ଛଟେଇ ବନ୍ଦ କରିବା, ଶ୍ରମିକ ବିରୋଧୀ ୪ ଟି ନୂତନ ଶ୍ରମ କୋଡ଼ ବାତିଲ, ଶ୍ରମିକମାନଙ୍କର ଦାବି ଆଦାୟ ପାଇଁ ଧର୍ମଘଟ କରିବା ଓ ମଜୁରୀ ବାବଦରେ ମୂଲଚାଲ କରିବା ଅଧିକାରକୁ ପୁନର୍ବାହାଲ କରିବା, ସରକାରୀ ଦପ୍ତର ଗୁଡ଼ିକରେ ଖାଲି ପଡ଼ିଥିବା ସମସ୍ତ ପଦବୀ ଗୁଡ଼ିକୁ ପୂରଣ କରିବା, ଭିତ୍ତିଭୂମି କ୍ଷେତ୍ରରେ ସରକାରୀ ବିନିଯୋଗ ବୃଦ୍ଧି କରି ନିଯୁକ୍ତିର ସୁଯୋଗ ସୃଷ୍ଟି କରିବା, ସମସ୍ତ ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟୀକାଦାନ କରି ତୁରନ୍ତ ଶିକ୍ଷାନୁଷ୍ଠାନ ଖୋଲିବା, ଅଣୁ ଓ ଲଘୁ ଶିଳ୍ପର ପୁନରୁତ୍ଥାନ ପାଇଁ ଋଣ ବଦଳରେ ପ୍ୟାକେଜ ଘୋଷଣା କରିବା, ଓଡିଶାରେ ବିଦ୍ୟୁତ ଶୁଳ୍କ ହ୍ରାସ କରିବା, ୨୦୦ ଯୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଯୋଗାଇ ଦେବା, କୋଭିଡ଼ ମହାମାରୀ ଯୋଗୁଁ କ୍ଷତିଗ୍ରସ୍ତ ଛୋଟ ଓ ମଧ୍ୟମ ଧରଣର ଦୋକାନ ସମେତ ଅଣୁ ଓ ଲଘୁ ଶିଳ୍ପକୁ ବିଦ୍ୟୁତ ବିଲରେ ରିହାତି ଦେବା, ପେଗାସସ ପରି ସାମରିକ ଗୋଇନ୍ଦାଗିରୀର ବିଚାର ବିଭାଗୀୟ ତଦନ୍ତ ସୁପ୍ରିମକୋର୍ଟ ତତ୍ତ୍ୱାବଧାନରେ କରିବା, ରାଫେଲ ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ, ସ୍ୱଳ୍ପ ଖର୍ଚ୍ଚରେ ପୁରାତନ ବୁଝାମଣାକୁ ବାତିଲ କରି ଅଧିକା ଦାମରେ କରାଯାଇଥିବା ‘ନୂତନ ବୁଝାମଣା’କୁ ବାତିଲ କରିବା, ୟୁ.ଏ.ପି.ଏ. ପରି ନିଷ୍ଠୁର ଆଇନ ବଳରେ ଗିରଫ ହୋଇଥିବା ଭୀମାକୋରେଗାଓଁ, ସି.ଏ.ଏ. ବିରୋଧୀ ପ୍ରତିବାଦକାରୀଙ୍କ ସମେତ ସମସ୍ତ ରାଜନୈତିକ ବନ୍ଦୀଙ୍କୁ ଖଲାସ କରିବା, ଗଣତାନ୍ତ୍ରିକ, ସାମାଜିକ ଓ ମାନବିକ ଅଧିକାର ପାଇଁ ସଂଗ୍ରାମ କରୁଥିବା ବ୍ୟକ୍ତିଙ୍କୁ ଦେଶଦ୍ରୋହ/ଜାତୀୟ ନିରାପତ୍ତା ଆଇନ ବଳରେ ଗିରଫ ବନ୍ଦ କରିବା, ଏବଂ ଗିରଫ ବ୍ୟକ୍ତିମାନଙ୍କୁ ଖଲାସ କରିବା ଆଦି ୧୭ ଦଫା ଦାବିରେ ଯାଜପୁର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସିପିଆଇଏମ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରଯିବା ସହିତ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ସି.ପି.ଆଇ.(ଏମ.) ଯାଜପୁର ଜିଲ୍ଲା ସମ୍ପାଦକ ବିଜୟ ନାୟକ ସମେତ ଜିଲ୍ଲା କମିଟି ସଦସ୍ୟ ପ୍ରଫୁଲ୍ଲ ନାୟକ, ଅମୂଲ୍ୟ ସାମଲ, ଗଣେଶ ସାହୁ, ନିର୍ମଳ ରଥ, ସୁରେଶ କୁମାର ସାହୁ ପ୍ରମୁଖ ନେତୃତ୍ଵ ନେଇଥିଲା ବେଳେ ଭରତ ସେଠୀ, ବିଜୟ ଦାସ, ସୁରେଶ ସାହୁ, ମାଧବ କୁଣ୍ଡୁ, ଅନନ୍ତ ସାହୁ, ସୁବ୍ରତ ଜେନା, ନରେନ୍ଦ୍ର ସାହୁ, ମଧୁ ନାୟକ, ଗୟାଧର ବେହେରା, ସତ୍ୟଜିତ ସାହୁ, ନକୁଳ ବେହେରା, ରବୀନ୍ଦ୍ର ମଲ୍ଲିକ, ଅଭୟ ସାହୁ, ହରେକୃଷ୍ଣ ଜେନା, ବିଦ୍ୟାଧର ସାହୁ, ରବୀନ୍ଦ୍ର କୁଣ୍ଡୁ, କୀର୍ତ୍ତନ ସାହୁ, ଅଶୋକ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।