ଟାଟା ଟ୍ରଷ୍ଟ ଗାଁକୁ ଯୋଗାଇଲା ବିଶୁଦ୍ଧ ପାନୀୟ ଜଳ

0

ବାଲିଗୁଡା (ସଙ୍କେତ ଖବର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର କୋଟଗଡ ବ୍ଲକ ଅନ୍ତର୍ଗତ ନୀଲୀଗୁଡାରେ ଟାଟା ଟ୍ରଷ୍ଟ ତରଫରୁ ପାହାଡ଼ ଝରରୁ ପହଁଚିଲା ବିଶୁଦ୍ଧ ପାନୀୟ ଜଳ ଓ ଚାଷପୋଯୋଗୀ ପ୍ରକଳ୍ପ । ଏହା କୋଟଗଡ ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୀଲୀଗୁଡା ର ଲୋକେ ଉତ୍ସାହିତ ହୋଇ ଲୋକ କଳା ପାରମ୍ପରିକ ନୃତ୍ୟ ଓ ବାଦ୍ୟଯନ୍ତ୍ର ବଜାଇ ଅତିଥିଙ୍କୁ ସ୍ୱାଗତ କରିଥିଲେ । ଏଥିରେ କୋଟଗଡ ସାଂସଦ ପ୍ରତିନିଧି ମନୋଜ କୁମାର ସାବତ, ସମିତି ସଭ୍ୟ ପିଣ୍ଟୁ ମଳିକ, ସରପଞ୍ଚ ବୃନ୍ଦାବନ ମାଝୀ ଓ ବାଦଲ ପ୍ରଧାନ ସମେତ ବହୁ ଅତିଥି ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ଟାଟା ଟ୍ରଷ୍ଟର ଜିଲ୍ଲା ସଂଯୋଜକ ସତ୍ୟଜିତ ରାୟ ଉପସ୍ଥିତ ରହି ନୀଲୀଗୁଡା ଗ୍ରାମବାସୀଙ୍କ ଦୀର୍ଘ ତିନି ମାସ ର ଅକ୍ଲାନ୍ତ ପରିଶ୍ରମ ବଳରେ ପ୍ରାୟ ଦୁଇ କିଲୋମିଟର ପାହାଡ଼ରୁ ପାଇପ ଯୋଗେ ଗାଁକୁ ବିଶୁଦ୍ଧ ପାନୀୟ ଜଳ ଓ ଚାଷ ପାଇଁ ଜଳସେଚନର ସୁବିଧା ପାଇ ପାରିଛନ୍ତି । ଟାଟା ଟ୍ରଷ୍ଟର ଆର୍ଥିକ ଓ କର୍ମଚାରୀଙ୍କ ସହାୟତା ରେ ଏହା ଆଜି ସମ୍ଭବ ହୋଇପାରିଛି ବୋଲି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page