ପେଟ୍ରୋଲ ପମ୍ପ ନିକଟରୁ ୮ଫୁଟ ର ଅଜଗର ସାପ ଉଦ୍ଧାର

0

ଯାଜପୁର (ସଂକେତ ଖବର): ଯାଜପୁର ରୋଡ ଥାନା ଦଳା ଛକ ନିକଟରେ ଥିବା ସାହୁ ପେଟ୍ରୋଲ ପମ୍ପ ନିକଟରୁ ୭ ଫୁଟ ଲମ୍ବ ଏକ ଅଜଗର ସାପ ଉଦ୍ଧାର ହେଇଥିବା ଜଣାପଡିଛି । ସୂଚନା ମୁତାବକ ଆଜି ସନ୍ଧ୍ୟାରେ ଏକ ବିରାଟକାୟ ଅଜଗର ସାପ ସାହୁ ପେଟ୍ରୋଲ ପମ୍ପ ନିକଟକୁ ସହରର ମୁଖ୍ୟ ରାସ୍ତାକୁ ଦେଇ ଯାଉଥିଲା । ରାସ୍ତାରେ ଏତେ ବଡ଼ ସାପ ଯାଉଥିବା ଦେଖି ଲୋକେ ଭୟଭୀତ ହେଇ ଯାଇଥିଲେ । ଏଥିସହିତ ତୁରନ୍ତ ସାପଟିକୁ ଧରିବାକୁ ସ୍ନେକ ହେଲ୍ପ ଲାଇନ ସଦସ୍ୟ ମଣିଭଦ୍ର ମଲ୍ଲିକଙ୍କୁ ଫୋନ କରି ଡାକିଥିଲେ । ତେବେ ଫୋନ ପାଇ ମଣିଭଦ୍ର ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ଦୀର୍ଘ ସମୟ ଚେଷ୍ଟା ପରେ ସାପଟିକୁ ଧରିବାରେ ସଫଳ ହେଇଥିଲେ । ତେବ ଏତେ ବଡ଼ ଅଜଗର ସାପକୁ ଦେଖିବାକୁ ରାସ୍ତାରେ ଭିଡ଼ ଜମିବା ଥିଲା । ସେପଟେ ମଣିଭଦ୍ର ସ୍ଥାନୀୟ ବନ ବିଭାଗର ଅଧିକାରୀଙ୍କ ସହିତ ଆଲୋଚନା କରିବା ପରେ ବନ ବିଭାଗ କାର୍ଯ୍ୟାଳୟରେ ସାପଟିକୁ ଛାଡି ଦେଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *

You cannot copy content of this page