ବ୍ରହ୍ମପୁର ଓୟୁଏଟି ପିଂସରି କଲେଜରେ ରାଗିଂ,କଲେଜ ଛାଡିଲେ ଛାତ୍ର ଛାତ୍ରୀ

0

ବ୍ରହ୍ମପୁର(ସଂକେତ ଖବର):ବ୍ରହ୍ମପୁର ରଂଗେଇଲୁଣ୍ଡା ଠାରେ ଓୟୁଏଟି ଅଧିନରେ ଥିବା ପିଂସରି କଲେଜରେ ରାଗିଂ ହେଉଥିବା ଅଭିଯୋଗ ହୋଇଛି । ପ୍ରଥମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ଅକଥନିୟ ଭାବେ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ଦିନ ରେ କଲେଜ ପରିସରରେ ଓ ରାତିରେ ହଷ୍ଟେଲ ପରିସରରେ ସିନିଅର ଛାତ୍ର ଛାତ୍ରୀଙ୍କୁ ଦ୍ୱାରା ମାନସିକ ଓ ଶାରିରିକ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ପ୍ରଥମ ବର୍ଷର ଛାତ୍ର ଛାତ୍ରୀଙ୍କୁ ପ୍ରବଳ ମାଡ ମାରି ଲହୁଲୁହାଣ ଭଳି ସାଂଘାତିକ ଘଟଣା ପଦାକୁ ଆସିଛି । କିନ୍ତୁ ସବୁ ଜାଣି ଶୁଣି କଲେଜ କର୍ତୁପକ୍ଷ ଚୁପ ବସିଛନ୍ତି । ଏପରିକି କଲେଜ ପରିସରରେ ରାଗିଂ ସଂପୁର୍ଣ୍ଣ ବେଆଇନ ଓ ଏହା ଉପରେ ତିକ୍ଷ୍ମନଜର ରଖିବା ପାଇଁ ଏକ ଆଂଟି ରାଗିଂ ସ୍କ୍ୱାର୍ଡ ଗଠନ କରିବା ପାଇଁ ନିୟମ ରହିଛି । କିନ୍ତୁ ଏହି କଲେଜରେ ସ୍କ୍ୱାର୍ଡ ସଂପୁର୍ଣ୍ଣ ସ୍ଥାଣୁ ପାଲଟିଛି । ଏହି ରାଗିଂ ଯୋଗୁଁ ଅନେକ ଛାତ୍ର ଛାତ୍ରୀ କଲେଜ ଛାଡି ପଳାଇ ଆସିବା ପରେ ପଦାକୁ ଆସିଛି ଏହି ଘଟଣା । ହଷ୍ଟେଲରେ ରହୁଥିବା ଅନ୍ତେବାସୀଙ୍କର ଏହି ରାଗିଂ ପଂଳରେ ଜଣେ ଛାତ୍ରର ଗୋଡ ଭାଂଗିଯାଇଥିବା ଜଣାପଡିଛି । ଏପରିକି କେତେକ ଅଭିଭାବକ ଏ ସପଂର୍କରେ ସ୍ଥାନୀୟ ପାଂଣ୍ଡି ଓ ଥାନାରେ ଅଭିଯୋଗ କରିଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଏ ସଂପର୍କରେ ଆମେ ଟୁଇଟ୍ ମାଧ୍ୟରେ ବ୍ରହ୍ମପୁର ଏସପି,ମୁଖ୍ୟମନ୍ତ୍ରୀ ଙ୍କୁ ଅବଗତ କରିଥିଲୁ । କିନ୍ତୁ ଏହାର କୌଣସି ଉତର ନ ଦେଇ ଓଲଟି ଅଭିଯୋଗ କୁ ମିଛ ପ୍ରମାଣିତ କରିବା ପାଇଁ କଲେଜ କର୍ତୁପକ୍ଷ ଲାଗିପଡିଛନ୍ତି । ଯେଉଁମାନେ କଲେଜ ଛାଡି ଘରକୁ ପଳାଇ ଆସିଛନ୍ତି ସେମାନଙ୍କୁ କଲେଜ କର୍ତୁପକ୍ଷ ପୋଂନ ଯୋଗେ ବିଭିନ୍ନ ଧମକ ଚମକ ମଧ୍ୟ ଦେଉଛନ୍ତି । ଏପରିକି ଆଂଟି ରାଗିଂ ସ୍କ୍ୱାର୍ଡର କେତେକ ପୋଂନ ନମ୍ବର ଓ ଇ ମେଲ ଆଇଡି ଦେଇ କଲେଜ କିମ୍ବା ହଷ୍ଟେଲ ପରିସରରେ କୌଣସି ରାଗିଂ ହୋଇନାହିଁ ବୋଲି ଜଣାଇବାକୁ କୁହାଯାଉଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ରାଗିଂକୁ ଗୁରୁତର ଅପରାଧ ବୋଲି ବିବେଚନା କରାଯାଉଥିବା ବେଳେ ସ୍ଥାନୀୟ ପୋଲିସ ଓ କଲେଜ କର୍ତୁପକ୍ଷ ଏତେ ହାଲକା ଭାବେ ନେବାର କାରଣ କଣ ବୋଲି ସାଧାରଣରେ ଆଲୋଚନା ହେଉଛି । ରାଜ୍ୟ ସରକାର ଇ ଗର୍ଭନାନ୍ସ ଉପରେ ଅଧିକ ଗୁରୁତ୍ୱ ଦେଉଥିବା ଡିଣ୍ଡିମ ପିଟୁଥିବା ବେଳେ ଟୁଇଟ୍ର କୌଣସି ଉତର କୌଣସି ବିଭାଗ କାହିଁକି ଦେଇପାରୁନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *

You cannot copy content of this page