ରେଳରୋକ ଯୋଗୁଁ ଟ୍ରେନରେ ପ୍ରସବ କଲେ ମହିଳା

0

ଜଳେଶ୍ୱର (ସଂକେତ ଖବର ବ୍ୟୁରୋ)
ଅନେକ ସମୟରେ ଆନ୍ଦୋଳନ ଓ ରାସ୍ତାରୋକ ର କୁ ପ୍ରଭାବ ପ୍ରାୟ ସମସ୍ତେ ଅନୁଭବ କରିଛନ୍ତି । ଆନ୍ଦୋଳନ ପାଇଁ ଅନେକଙ୍କ ର ଜୀବନ ଯାଇଥିବାର ଘଟଣା କିଛି କମ ନାହିଁ । ଏହି ଆନ୍ଦୋଳନ ଯୋଗେଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଥିଲେ ହେଁ ଏଥିପ୍ରତି ଲୋକେ ସଚେତନ ହେଉଥିବା ପରି ମନେ ହେଉନାହିଁ । ରାସ୍ତାରୋକକୁ ଅପରାଧ ଶ୍ରେଣୀର ଅନ୍ତଭୁକ୍ତ ହୋଇଥିଲେ ହେଁ ଅନେକ ସମୟରେ ଏପରି ଘଟଣା ଦେଖିବାକୁ ମିଳିଛି । ଆଜି ସକାଳୁ ପଶ୍ଚିମବଂଗର ଦକ୍ଷିଣ ପୂର୍ବ ରେଳପଥ ଖଡକପୁର ଡିଭିଜନ ଅଧିନରେ ଆଦିବାସୀ ମାନେ ରେଳରୋକ ଚଳାଇଛନ୍ତି । ଯାହାର ପ୍ରଭାବରେ ଅନେକ ଟ୍ରେନକୁ ବାତିଲ କରିଦିଆଯାଇଛି । ବାଲିଛକ,ନେକୁଶିନି,ସାଲବଣୀ,ଛତନା, ଏବଂ ଖାମଶୁଳି ଅଂଚଳରେ ଟ୍ରେନ ଚଳାଚଳ ସଂପୁର୍ଣ୍ଣ ବନ୍ଦ ହୋଇଯାଇଛି । ଏହି ରେଳ ରୋକ ଯୋଗୁଁ ଖଡଗପୁର-ହାଓଡା,ଖଡକପୁର-ଟାଟାନଗର,ଖଡକପୁର-ଭଦ୍ରକ,ଖଡକପୁର-ଆଦ୍ରା ଟ୍ରେନ ଗୁଡିକ ବିଭିନ୍ନ ଷ୍ଟେସନରେ ଅଟକି ରହିଛି ।
ଯାହାର ଏକ ପରିଣାମ ଭୋଗିବାକୁ ପଡିଛି ବିହାର କିସନଗଂଜ ଅଂଚଳର ମହିଳାଙ୍କୁ । ମହିଳା ଜଣକ ଯାଉଥିବା ଗୌହାଟି-ସିକନ୍ଦରାବାଦ ଟ୍ରେନଟି ଜଳେଶ୍ୱର ଷ୍ଟେସନରେ ଅଟକିଥିଲା । ସେ ଗର୍ଭବତି ଥିବାରୁ ଡାକ୍ତରଖାନା ଯାଉଥିଲେ । କିନ୍ତୁ ଟ୍ରେନଟି ଆଜି ସକାଳୁ ଅଟକି ରହିଥିବାରୁ ସେ ଯନ୍ତ୍ରଣା ଅନୁଭବ କରିଥିଲେ । ସେଠାରୁ ତାଙ୍କୁ କୌଣସି ଯାଗାକୁ ସ୍ଥାନାନ୍ତର କରିବା ପାଇଁ ଉପାୟ ନଥିଲା । ବାଧ୍ୟ ହୋଇ ସ୍ଥାନୀୟ ପାସେଂଜରଙ୍କ ସହାୟତାରେ ସେହି ଟ୍ରେନ ବଗିରେ ତାଙ୍କର ପ୍ରସବ କରାଯାଇଥିଲା । ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି । ଏବଂ ଶିଶୁ କନ୍ୟା ଓ ମା ସୁସ୍ଥ ଥିବା ଜଣାପଡିଛି । ତେବେ ତାଙ୍କୁ ତୁରନ୍ତ ଡାକ୍ତରଙ୍କ ଚିକିତ୍ସା ଆବଶ୍ୟକତା ଥିଲେ ହେଁ ରେଳରୋକ ହଟିପାରିନାହିଁ ।

Leave a Reply

Your email address will not be published. Required fields are marked *

You cannot copy content of this page