୧୦ଟି ଜିଲ୍ଲାରେ ପୁଣି ପ୍ରବଳ ବର୍ଷିବ,ଆପଣଙ୍କ ଜିଲା ଅଛିକି ଏଥିରେ?

0

ଭୁବନେଶ୍ୱର(ସଂକେତ ଖବର ବ୍ୟୁରୋ)

‘ପୁଣି ବର୍ଷିବ ବର୍ଷା, ରାଜ୍ୟର ୧୦ଟି ଜିଲାରେ ଆସନ୍ତା ୨୪ ଘଂଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତିତଲି’ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି । ତିତ୍‌ଲି ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ୧୦ଟି ଜିଲ୍ଲା ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମୟୁରଭଞ୍ଜ, କଟକ, ଯାଜପୁର, ଢ଼େଙ୍କାନାଳ, ଅନୁଗୁଳ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଆଦି ସାମିଲ ରହିଛି।

କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ତିତଲି ଗତ ଗୁରୁବାର ସକାଳେ ଭୂଭାଗ ଛୁଇଁବା ସହିତ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ଜିଲ୍ଲା ଓ ଦକ୍ଷିଣ ଓଡ଼ିଶାରେ ତାଣ୍ଡବ ରଚିଛି। ଇତିମଧ୍ୟରେ ବାତ୍ୟା ତିତଲି ଓଡ଼ିଶା ଅତିକ୍ରମ କରିଥିଲେ ମଧ୍ୟ ଏହାର ପ୍ରଭାବରେ ଗତକାଲିଠାରୁ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ଏଥିସହିତ ରାଜ୍ୟର ବହୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। 

Leave a Reply

Your email address will not be published. Required fields are marked *

You cannot copy content of this page