ରାଜଧାନୀରେ କାଳବୈଶାଖୀ : ବ୍ୟାପକ କ୍ଷୟକ୍ଷତିର ଆଶଙ୍କା !

0

ଭୁବନେଶ୍ୱର:
ଶୁକ୍ରବାର ବଡି ଭୋରରୁ ରାଜଧାନୀ ଭୁବନେଶ୍ବରରେ ପ୍ରକୃତିର ଆଉ ଏକ ପ୍ରଳୟ ଦେଖିବାକୁ ମିଳିଥିଲା। କେହି କିଛି ବୁଝିବା ପୂର୍ବରୁ ପ୍ରବଳ ବର୍ଷା ସାଙ୍ଗକୁ ଭୟଙ୍କର ପବନ ଆଉ ବିଜୁଳିରେ ଫାଟି ପଡିଥିଲା ରାଜଧାନୀ ଆକାଶ। ସାରା ସହର ଗଭୀର ନିଦ୍ରାରେ ଶୋଇଥିବା ବେଳେ ଏଭଳି ଘଟଣା କିଛି ସମୟ ପାଇଁ ଲୋକଙ୍କ ମନରେ ଏକ ବାତ୍ୟାର ଭ୍ରମ ସୃଷ୍ଠି କରିଥିଲା।

ପବନର ବେଗ ଘଣ୍ଟାପ୍ରତି ୧୫୦ କି.ମିରୁ ଅଧିକ ଥିଲା ବୋଲି ଆକଳନ କରାଯାଉଛି। ପାଣିପାଗ ବିଭାଗର କାଳବୈଶାଖୀ ସମ୍ପର୍କରେ ସେପରି କୌଣସି ପ୍ରାକ୍ ସୂଚନା ନଥିବା ବେଳେ ଏଭଳି ଦୃଶ୍ୟ ଦେଖି ସମସ୍ତେ ଭୟଭୀତ ହୋଇ ପଡିଥିଲେ। ପବନର ବେଗ ଏତେ ଅଧିକ ଥିଲାଯେ ବହୁ ସଂଖ୍ୟାର ଗଛ ବୃକ୍ଷ ବିଦ୍ୟୁତ ଖୁଣ୍ଟ କ୍ଷତି ହୋଇଥିବାର ଅନୁମାନ କରାଯାଉଛି। ସହରର ବସ୍ତି ଅଞ୍ଚଳରେ ଝୁମ୍ପୁଡି ବା ନୁଆଁଣିଆ କଚ୍ଚାଘର ଗୁଡିକ ଏଥିରେ ବେଶି ପ୍ରଭାବିତ ହୋଇଛି। ବର୍ଷାର ପ୍ରକୋପ ଖୁବ୍ ଅଧିକ ଦେଖିବାକୁ ମିଳିଥିଲା।

ଏଠାରେ ସ୍ମରଣ ଯୋଗ୍ୟ ଗତ କିଛିଦିନ ଧରି ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବା ବେଳେ ବାୟୁ ମଣ୍ଡଳର ଆଦ୍ରତା ବୃଦ୍ଧି ପାଇ ଚାଲିଥିବାରୁ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ ଗୁରୁବାର ସନ୍ଧ୍ୟାରେ ପବନ ବର୍ଷା ଦେଖିଵାକୁ ମିଳିଥିଲା। ରାଜ ଧାନୀରେ ଏହାର ପ୍ରଭାବ ନିଶ୍ଚିତ ଭାବରେ କରୋନା ସମୟରେ ଆଉ ଏକ ବଡ ବିପତ୍ତି ବୋଲି ଅନୁମାନ କରାଯାଉଛି।

-ବିରଞ୍ଚି ନାରାୟଣ ଦାସ

Leave a Reply

Your email address will not be published. Required fields are marked *

You cannot copy content of this page