କଳ୍ପତରୁ ଦାସ ନାସନାଲ ଫାଉଣ୍ଡେସନ ପକ୍ଷରୁ ରଜ ଉତ୍ସବ, ଆକାଂକ୍ଷା ହେଲେ ଧର୍ମଶାଳା ରଜ କୁଇନ୍‌

0

ଧର୍ମଶାଳା (ସଙ୍କେତ ଖବର): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜାରକା କଳ୍ପତରୁ ଦାସ ନ୍ୟାସନାଲ ଫାଉଣ୍ଡେସନ ତରଫରୁ ଦୀର୍ଘ ୩ ମାସ ହେଲା ଭର୍ଚ୍ଚୁଆଲ ମାଧ୍ୟମରେ ଚାଲିଥିବା ରଜ କୁଇନ ପ୍ରତିଯୋଗିତାର ଆଜି ଫାଇନାଲ ରାଉଣ୍ଡ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗୀତା ରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୫୪ ଗୋଟି ପଂଚାୟତରୁ ମୋଟ ୧୨୬୪ ଜଣ ଯୁବତୀ ଅଂଶ ଗ୍ରହଣ କରିଥିଲେ। ପ୍ରତିଯୋଗୀତାର ପ୍ରଥମ ରାଉଣ୍ଡରେ ୧୦୦ ଜଣ ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା । ଦ୍ୱିତୀୟ ରାଉଣ୍ଡରେ ସେହି ୧୦୦ ଜଣଙ୍କ ଭିତରୁ ୩୦ ଜଣଙ୍କୁ ଜଜ୍ମାନେ ଚୟନ କରିଥିଲେ ଏବଂ ତୃତୀୟ ରାଉଣ୍ଡରେ ୩୦ଜଣ ଚୟନ ହୋଇଥିବା ବେଳେ ଜଜ ମାନଙ୍କ ଦ୍ୱାରା  ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ଫାଇନାଲ ରାଉଣ୍ଡରେ ପ୍ରବେଶ କରିଥିଲେ । ଆଜି ଶେଷ ରଜ ଅବସରରେ ଜାରକା ସ୍ଥିତ କଳ୍ପତରୁ ଦାସ ଇଣ୍ଡୋର ହଲରେ ରଜ କୁଇନର ଫାଇନାଲ ରାଉଣ୍ଡ ଅନୁଷ୍ଠିତ ହୋଇଥିଲା ।

ଏହି ଫାଇନାଲ ରାଉଣ୍ଡରେ ଗଡମଧୁପୁର ପଂଚାୟତର ଆକାଂକ୍ଷା ବିଶ୍ଵାଳ ରଜ କୁଇନ ଭାବେ ଚୟନ ହୋଇଥିଲେ । ଜଜ୍ ଭାବେ ଅଭିନେତ୍ରୀ ଉଶ୍ୱଶୀ ମିଶ୍ର, ଏଲିନା ଦାସ ଏବଂ ସୋଫିଆ ଆଲାମ୍ ଯୋଗଦେଇ ସେହି ୧୫ଜଣ ମଧ୍ୟରୁ ଧର୍ମଶାଳା ରଜ କୁଇନ ଭାବେ ଗଡମଧୁପୁର ପଂଚାୟତର ଆକାଂକ୍ଷା ବିଶ୍ୱାଳଙ୍କୁ ମନୋନୀତ  କରି ତାଙ୍କୁ ପ୍ରଥମ ରଜ କୁଇନ୍ ମୁକୁଟ ପିନ୍ଧେଇବା ସହିତ ଏକ ଲ୍ୟାପଟପ୍ ଓ ଉପଢୈାକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଧର୍ମଶାଳା ରଜ କୁଇନ ପ୍ରତିଯୋଗୀତାରେ ଥିବା ବକ୍ତୃତା, ନୃତ୍ୟ, ଗୀତ,  ରାମ୍ପୱାକ୍, ସାଧାରଣ ଜ୍ଞାନ ଏହି ୫ଟି ଇଭେଂଟରେ ଶ୍ରେଷ୍ଠବିଜେତା ଭାବେ  ବକ୍ତୃତାରେ ଅର୍ଘ୍ୟରୁପା ନାୟକ,ନୃତ୍ୟରେ କବିତା ସାମଲ, ଗୀତରେ ଜ୍ୟୋତି କବି,ରାମ୍ପ୍ୱାକ୍ ରେ ରଶ୍ମୀରେଖା ଖଟୁଆ, ସାଧାରଣଜ୍ଞାନରେ ସୁଶ୍ରୀ ସୋନିତା ବିଶ୍ୱାଳଙ୍କୁ ୫ହଜାର ଟଙ୍କାଅର୍ଥରାଶି ସହିତ ପ୍ରମାଣ ପତ୍ର ଓ ଉପଢୈାକନଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଧର୍ମଶାଳା ବିଜେଡି ଗାର୍ଲସ ୱିଙ୍ଗ ସଭାନେତ୍ରୀ କ୍ଷୀରାବ୍ଦୀ ତନୟା ମଲ୍ଲିକଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ସାଇନା ଖାତୁନ, ମଧୁସ୍ମିତା ମହାନ୍ତି, ସୁଜାତା ଦାସ, ଅନୀତାବେହେରା, ଲିସାରାଣି  ମହାନ୍ତି, ସୌଦାମିନି  ସାମଲ,ପୂର୍ଣ୍ଣିମା ରାଉତ, ସ୍ମୃତିରେଖା ବେହେରା, ସୋନାଲିକା ପଣ୍ଡା ଏବଂ ଲିସା ସାହୁ  ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page