ପୁନେ ରେ ରଜ ପର୍ବ ପାଳିତ

0

ପୁନେ(ସଂକେତ ଖବର) ଓଡିଶାର ଗଣ ପର୍ବ, ‘ରଜ’ 19 ପୁନେର IISER ଠାରେ କଳିଙ୍ଗ ସ୍ୱରାଜ ଏବଂ କଳିଙ୍ଗ ସ୍ଵରାଜ ମହିଳା ୱିଙ୍ଗ୍ ଦ୍ଵାରା ପାଳନ କରାଯାଇଛି । ଏଥିରେ ପୁଣେ ମହାନଗର ପରିବହନ ମହାମଣ୍ଡଳ ଲିମିଟେଡ (PMPML) ର ଅଧ୍ୟକ୍ଷ- ଏବଂ-ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ମିଶ୍ର IAS ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ | ପୁଣେରେ ଓଡିଆ ମାନଙ୍କୁ ଏକତ୍ର କରିବା ଦିଗରେ କଳିଙ୍ଗ ସ୍ୱରାଜର ଉଦ୍ୟମକୁ ଦେଖି ସେ ଅତ୍ୟନ୍ତ ଆନନ୍ଦିତ ଥିଲେ। ଏହି କାର୍ଯ୍ୟକ୍ରମକୁ IFBBPRO ବିକିନି ଆଥଲେଟ ସରିନା ପାଣି, ଆନ୍ତର୍ଜାତୀୟ ଭିଜୁଆଲ୍ ଆର୍ଟିଷ୍ଟ ଦେବବ୍ରତ ପାଲ, ସାରେ ଜାହାନ ସେ ଆଚ୍ଛା, ପୁଣେ ର ପ୍ରତିଷ୍ଠାତା ଓ ନିର୍ଦେଶକ ରାଜା ନରସିଂହମାନ ଏବଂ ପ୍ରୀତି ରାଜାଙ୍କୁ ସମ୍ମାନିତ କରାଯାଇଥିଲା | ଓଡ଼ିଶାର ଗଣ ପର୍ବ କୁ ସମସ୍ତେ ଏକତ୍ରିତ ହୋଇ ପାଳନ କରିଥିଲେ | ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଡିଜିଟାଲ୍ ଦ୍ଵୀପ ପ୍ରଜ୍ଜ୍ଵଳନ, ଦେବୀ ବନ୍ଦନା ପାଇଁ ଉତ୍ସର୍ଗୀକୃତ ଓଡ଼ିଶୀ, ଲେଡିଜ୍ ଗ୍ରୁପ୍ ଡ୍ୟାନ୍ସ, କିଡ୍ସ ଗ୍ରୁପ୍ ଡ୍ୟାନ୍ସ, ଶୁଭ୍ର ସମୀର ଦାସ ଏବଂ ସ୍ବାତୀ ଲଗ୍ନା ଜେନା ଦାସଙ୍କ ସୁମଧୁର ସଙ୍ଗୀତ , ଅକ୍ଷୟ ବଗାରଙ୍କ ଷ୍ଟାଣ୍ଡ ଅପ୍ କମେଡି, ଆମ ଡିଜେ ଡିକୋଡ୍ ଦ୍ୱାରା ଓଡିଆ ଡିଜେ ପ୍ରମୁଖ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ଥିଲା। ସବୁଠାରୁ ଲୋକପ୍ରିୟ ଇଭେଣ୍ଟ ‘ରଜ କୁଇନ’, ଯାହା ଓଡିଶାର ସମୃଦ୍ଧ ଐତିହ୍ୟ ଏବଂ ସଂସ୍କୃତିକୁ ଉପସ୍ଥାପନା କରିଥିଲା | ରଜ କୁଇନ ପ୍ରତିଯୋଗିତାରେ ଡଃ ସ୍ଵଦେଶୀନୀ ମହାପାତ୍ର ବିଜେତା ହୋଇଥିଲେ। ସେ AAO NXT ରେ ଆଗାମୀ ତାରକା ହେବାର ସୁଯୋଗ ପାଇବା ସହିତ ପୁରସ୍କୃତ ହୋଇଥିଲେ। ଏହି ଅବସରରେ ଓଡିଶାର ସୁସ୍ବାଦୁ ଖାଦ୍ୟ ଯେପରିକି ଦହିବରା ଆଳୁଦମ, ଚାଟ୍ , ସୁସ୍ୱାଦୁ ଓଡ଼ିଆ ଭୋଜନ ଏବଂ ରଜପାନ ପରିବେଷଣ କରାଯାଇଥିଲା |କାର୍ଯ୍ୟକ୍ରମ କୁ ସାରଦା ନାଥ, ସ୍ମରଣିକା ମହାନ୍ତି, ଦୀପାଲି ପାରିଡା, ନମ୍ରତା ପଣ୍ଡା, ଅଗ୍ନିଶିଖା ଜେନା ପ୍ରମୁଖ ଆୟୋଜନ ଏବଂ ପରିଚାଳନା କରିଥିଲେ| ଏହି କାର୍ଯ୍ୟକ୍ରମକୁ କଲଚରାଲ ମୁଖ୍ୟ ଡିଜେ ଡି କୋଡ଼ ଦୀପକ ନାୟକ ସଞ୍ଚାଳନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅମିୟ ନାଥ, ତୀର୍ଥ ସାରଥୀ ସାମନ୍ତରାୟ, ମଧୁମିତା ମିଶ୍ର, ହେମନ୍ତ ପଣ୍ଡା, ଶୁଭେନ୍ଦୁ ସାହୁ, ଆଶକିରଣ କେ.ଏମ ସିଦ୍ଧାର୍ଥ ମିଶ୍ର, ଦୀପ୍ତିରଂଜନ ନାୟକ, ରାଧାକାନ୍ତ ଖଡଙ୍ଗା, ବିବେକାନନ୍ଦ ଦାଶ, ପ୍ରଭାତ ରାଉତ, ସାଗାରିକା ପତି ଏବଂ କଳିଙ୍ଗ ସ୍ୱରାଜର ସଭାପତି ଶିବାଶିଶ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

You cannot copy content of this page