ସରପଂଚ ଙ୍କ ରଜ ଭାର!

0

ବିଂଝାରପୁର(ସଙ୍କେତ ଖବର)

ଆସନ୍ତାକାଲି କୃଷିଭିତିକ ଗଣପର୍ବ ରଜ । କିନ୍ତୁ ଚଳିତ ବର୍ଷ କୋରୋନା ପାଇଁ ରଜ ପର୍ବ ପିଂକା ପଡିଛି । ଚାରିଆଡେ ଲକ ଡାଉନ ଓ ସଟ ଡାଉନ ଥିବା ବେଳେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ବିଦାୟ ନେଉଥିବା ଅନ୍ତେବାସୀ ମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ସରପଂଚ ସୌଭାଗ୍ୟ ମହାପାତ୍ର । ଯାଜପୁର ଜିଲା ବିଂଝାରପୁର ବ୍ଲକ ଓଳେଇଚନ୍ଦନପୁର ପଂଚାୟତର ସରପଂଚ କିଛି ନିଆରା ପଦକ୍ଷେପ ଗ୍ରହଣ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି । ପଂଚାୟତର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଥିବା ୪୪ ଜଣ ପ୍ରବାସ ପେଂରନ୍ତାଙ୍କୁ ଆଜି ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଛନ୍ତି ସରପଂଚ । ବିଦାୟ ସମୟରେ ପ୍ରତ୍ୟେକଙ୍କୁ ନୂତନ ବସ୍ତ୍ର, ପୁଷ୍ପଗୁଚ୍ଛ, ମିଠା ଏବଂ ଉତ୍ତରୀୟ ପ୍ରଦାନ କରିିଥିଲେ ସରପଂଚ । ପ୍ରବାସ ପେଂରନ୍ତା ମାନେ ରହିବା ସମୟରେ ସ୍ୱତନ୍ତ୍ର ଧ୍ୟାନ ଦେଇଥିଲେ ସରପଂଚ । ଖାଦ୍ୟ ପେୟ ଠାରୁ ଆରମ୍ଭ କରି ରହିବା ପର୍ଯ୍ୟନ୍ତ ସବୁକିଛି ସୁ ବନ୍ଦୋବସ୍ତ କରି ଚର୍ଚ୍ଚାରେ ରହିଥିଲେ ସରପଂଚ । ବିଦାୟ ସମୟରେ ପ୍ରତ୍ୟେକ ଅନ୍ତେବାସୀଙ୍କୁ ଓଳେଇଚନ୍ଦନପୁର ର ମହିଳା ସଭାନେତ୍ରୀ ପ୍ରଜ୍ଞାପରମିତା ମହାପାତ୍ର ମିଠା ଖୁଆଇବା ସହିତ ଘରେ ସଂଗରୋଧରେ ରହିବାକୁ ପରାମର୍ଶ ଦେଇଥିଲେ । ସରକାରୀ ଗାଇଡ ଲାଇନ ମାନି ଚଳିବା ସହିତ ପରିସ୍କାର ପରିଚ୍ଛନତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ ସରପଂଚ । ସରପଂଚଙ୍କ ଏଭଳି ପଦକ୍ଷେପକୁ ନେଇ ଅନ୍ତେବାସୀ ବେଶ ଖୁସି ବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page