କୋରେଇ:କୋଭିଡ଼ କଟକଣା ଭିତରେ ରଥଯାତ୍ରା ବିଧି ରକ୍ଷା
![](https://www.sanketkhabar.com/wp-content/uploads/2020/06/IMG-20200623-WA0041-576x1024.jpg)
କୋରେଇ(ସଙ୍କେତ ଖବର)
ଜହ୍ନା ବଳଦେବଜୀଉ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଶ୍ରୀ ଗୁଣ୍ଡିଚା ପବିତ୍ର ତିଥିରେ ଆଜି ତିନି ଠାକୁରଙ୍କ ପହଣ୍ଡି ବିଜେ ହୋଇଛି । କରୋନ କଟକଣା ଓ ମାନ୍ୟବର ସୁପ୍ରିମକୋର୍ଟର ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ପାଳନ କରାଯିବା ସହ ରଥ ନିର୍ମାଣ ସାରିଥିଲେ ମଧ୍ୟ ତିନି ଠାକୁରଙ୍କୁ ରଥକୁ ନିଆଯାଇ ନ ଥିଲା । ଟ୍ରଷ୍ଟ ବୋର୍ଡ ର ନିଷ୍ପତ୍ତି ଅନୁଯାୟୀ ମନ୍ଦିର ବେଢାରେ ଅସ୍ଥାୟୀ ମାଉସୀ ମା ମନ୍ଦିରରେ ଠାକୁରଙ୍କୁ ରଖାଯାଇ ରଥଯାତ୍ରା ବିଧିରକ୍ଷା ପାଳନ କରାଯାଇଥିଲା । ସକାଳେ ମଙ୍ଗଳ ଆଳତୀ, ମଇଲମ, ତଡ଼ପ ଲାଗି, ରୋଷ ହୋମ, ଅସ୍ଥାୟୀ ମାଉସୀ ମା ଘର ଗୃହ ପ୍ରବେଶ, ସୂର୍ଯ୍ୟ ପୂଜା, ଗୋପାଳ ବଲ୍ଲଭ ଧୂପ, ମଙ୍ଗଳାର୍ପଣ ପରେ ପ୍ରଧାନ ଟ୍ରଷ୍ଟି ପ୍ରଫୁଲ୍ଲ କୁମାର ବୋଇତାଇ ଛେରା ପହଁରା କରିଥିଲେ । ପହଣ୍ଡି ବିଜେ ପରେ ତିନି ଠାକୁରଙ୍କୁ ଅସ୍ଥାୟୀ ମାଉସୀ ମା ମନ୍ଦିରରେ ବିଜେ କରାଯାଇଥିଲା । ସାମାଜିକ ଦୂରତା ରଖାଯିବ ସହ ସେବାୟତମାନେ କୋଭିଡ୍ ନିୟମ ମାନି ପହଣ୍ଡିରେ ସହଯୋଗ କରିଥିଲେ । ପହଣ୍ଡି ବିଜେ ସମୟରେ ସର୍ବସାଧାରଣ ଙ୍କ ନୈବିଦ୍ୟ ଅସ୍ଥାୟୀ ମାଉସୀ ମା ମନ୍ଦିରର ସନ୍ଧ୍ୟା ଆଳତୀ ପରେ କରାଯାଇଥିଲା । ପାଣିକୋଇଲି ପୋଲିସ୍ ଉପସ୍ଥିତ ରହି ରଥଯାତ୍ରା ବିଧିରକ୍ଷା କାର୍ଯ୍ୟରେ ସହଯୋଗ କରିଥିଲେ ଓ ସମସ୍ତ ଗ୍ରାମବାସୀ ସାମାଜିକ ଦୂରତା ରେ ଉପସ୍ଥିତ ରହି ମହାପ୍ରଭୁଙ୍କ କୃପାଲାଭ କରିଥିଲେ।
ନଟବର ବିଶ୍ଵାଳ, ପ୍ରିତିରଞ୍ଜନ ସାହୁ,ଚିନ୍ତାମଣି ପାଢ଼ୀ,ସଦାନନ୍ଦ ବେହେରା,କାମଦେବ ଦାସ, ନବଘନ ମଲ୍ଲିକ, ବିକ୍ରମ ବିଶ୍ଵାଳ,ହୃଷୀକେଶ ସିଂ,ରାଜୀବ ରାଉତ,ସ୍ମୃତିରଞ୍ଜନ୍ ପତ୍ରୀ,ବସନ୍ତ ନାୟକ,ପପୁନା ସାହୁ,ପାପଲ୍ ପାଢ଼ୀ,ବାଦଲ ସିଂ ପ୍ରମୁଖ ସହଯୋଗ କରିଥିଲେ ।