ମୟୁରଭଞ୍ଜ ରେ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା

ମୟୁରଭଞ୍ଜ(ସଂକେତ ଖବର)
ମୟୁରଭଞ୍ଜ ରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି କୋରୋନା ସମ୍ପର୍କରେ ଏକ ସମୀକ୍ଷା ବୈଠକ ରେ ଯୋଗ ଦେଇଛନ୍ତି। କରୋନା କୁ ନଜର ରେ ରଖି ଦୀର୍ଘ ଦୁଇ ମାସ ଧରି ସାରା ଦେଶରେ ଲକଡାଉନ ର ବ୍ୟବସ୍ଥା କରାଯାଇଥିଲା l ଏହା ଫଳରେ ସାରା ଦେଶରେ କାମ କରୁଥିବା ଓଡିଆ ଲୋକେ ନାନା ଅସୁବିଧା ର ସମୁଖୀନ ହୋଉଥିଲେ l ତାକୁ ନଜରରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତ ଓଡିଆ ଶ୍ରମିକ ମାନଙ୍କୁ ନିଜ ଅଞ୍ଚଳ କୁ ଫେରାଇ ଆଣିବା ପାଇଁ ଏକ ସୁନ୍ଦର ପଦକ୍ଷେପ ଗ୍ରହଣ କରିଥିଲେ l ଯାହା ଫଳରେ ବାହାରେ ଥିବା ଶ୍ରମିକ ମାନେ ରାଜ୍ୟ ସରକାର ସହାୟତା ରେ ନିଜ ଅଞ୍ଚଳ କୁ ଫେରିପାରିଛନ୍ତି l କିନ୍ତୁ କରୋନା ସଂକ୍ରମଣ କୁ ରୋକିବା ପାଇଁ ରାଜ୍ୟ ସରକାର ସାମାଜିକ ଦୂରତ୍ୱ ଏବଂ ସଙ୍ଗରୋଧ ରେ ସେମାନଙ୍କୁ ରଖା ଯିବାର ନିଷ୍ପତି ନେଇଛନ୍ତି l
ତେବେ ଏହାକୁ ସୁଚାରୁ ରୂପେ ତୁଲାଇବା ପାଇଁ ରାଜସ୍ୱ ମନ୍ତ୍ରୀ ନିଜେ ମୟୁରଭଞ୍ଜ ଜିଲ୍ଲା ସମୀକ୍ଷା କରିବା ସହିତ ସାରା ରାଜ୍ୟରେ କିଭଳି ଭାବେ ରାଜ୍ୟ ସରକାରଙ୍କ ଏହି ନିଷ୍ପତି ସୁଚାରୁ ରୂପେ ତୁଲାଇ ହେବ ସେଥିପାଇଁ ସମୀକ୍ଷା କରିବା ସହିତ ଜିଲ୍ଲାପାଳ, ଆରକ୍ଷୀ ଅଧିକାରୀ, ସ୍ୱାସ୍ଥ୍ୟଅଧିକାରୀ, ପ୍ରକଳ୍ପ ଅଧିକାରୀ କଂ ସହିତ ଆଲୋଚନା କରି ଏଥିରେ ଯେମିତି କୌଣସି ଅବହେଳା ନ ହୁଏ ତାହା ପାଇଁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାରାଣ୍ଡି l