ଚୀନ ସାମଗ୍ରୀ ବୟକଟ ବନାମ ବାସ୍ତବତା

0

ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦକୁ ନେଇ ଲାଗି ରହିଥିବା ଉତ୍ତେଜନା ପରିପ୍ରେକ୍ଷୀରେ ଚୀନକୁ ପାନେ ଦେବା ପାଇଁ ଭାରତ ସରକାର ୨୯ ତାରିଖ ସନ୍ଧ୍ୟାରେ ଚୀନର ୫୯ଟି ମୋବାଇଲ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ଦେଶବ୍ୟାପି ଆନନ୍ଦର ଲହରୀ ଖେଳି ଯାଇଛି। ଯେଉଁ ଗୋଟିଏ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଥିଲା ଶେଷରେ ତାହା ସମ୍ଭବ ହେବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି। ତେବେ ପ୍ରଶ୍ନ ଉଠୁଛି ସତରେ ଭାରତ, ଚୀନ ସାମଗ୍ରୀ ବା ଆପ୍ ବ୍ୟବହାର ନକରି ରହିପାରିବ ?

ଯଦିଓ ଚୀନ ସହ ସମସ୍ତ ପ୍ରକାର ବାଣିଜ୍ୟିକ ସମ୍ପର୍କ ଚ୍ଛିନ୍ନ କରିବା ପାଇଁ ଭାରତ ସମେତ ଅନେକ ଦେଶ ଚିନ୍ତା କରୁଛନ୍ତି। ସାରା ବିଶ୍ବକୁ କରୋନା ଭୁତାଣୁ ବାଣ୍ଟିବାକୁ ନେଇ ବିଶ୍ବର ଅନେକ ଦେଶର ମନରେ ଥିବା ଆକ୍ରୋଶ ଏବେ ଭାରତ ସହ ମିଶି ଉତ୍ତେଜନା ଆଳରେ ସମସ୍ତେ ସୁଝାଇବା ଲକ୍ଷରେ ଅଛନ୍ତି। ଆମେରିକା ଇଂଲଣ୍ଡ, ଅଷ୍ଟ୍ରେଲିଆ, ଜାପାନ, ଜର୍ମାନ ଆଉ ଫ୍ରାନସ୍ ପରି ଅନେକ ଦେଶ ଏବେ ସୁଯୋଗ ଅପେକ୍ଷାରେ। ତେବେ ଏ ସମ୍ପର୍କରେ ବିସ୍ତୃତ ଜାଣିବାକୁ ହେଲେ ଆମେରିକା-ଚୀନ ମଧ୍ୟରେ ଥିବା ବାଣିଜ୍ୟିକ ସମ୍ପର୍କ ଉପରେ ପ୍ରଥମେ ଆଲୋଚନା ହେବା ଆବଶ୍ୟକ।

#ଆମେରିକା_ଚୀନ_ବାଣିଜ୍ୟିକ_ଯୁଦ୍ଧ- ୨୦୧୮ ମସିହାରୁ ଆମେରିକା ଓ ଚୀନ ମଧ୍ୟରେ ଅଘୋଷିତ ବାଣିଜ୍ୟିକ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଯୁଦ୍ଧ ନାଁରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନରୁ ଆମଦାନୀ ସମସ୍ତ ସାମଗ୍ରୀ ଉପରେ ବହୁମାତ୍ରାରେ Tax ବସାଇବା ପାଇଁ ସ୍ଥିର କରିଛନ୍ତି। ଏହା ଦ୍ବାରା ଚୀନ ସାମଗ୍ରୀ ମହଙ୍ଗା ହୋଇଯିବ ଏବଂ ଏହା ଆମେରେକୀୟ ମାନଙ୍କୁ କିଣିବାରେ ବାଧା ସୃଷ୍ଟି ହେବ ପରୋକ୍ଷରେ ଏହା ଚୀନ ଅର୍ଥନୀତି ଉପରେ ପ୍ରଭାବ ପକାଇବ। ଏହାଦ୍ବାରା ଆମେରିକା ମଧ୍ୟ କିଛିଟା କ୍ଷତି ସହିବାକୁ ପଡିପାରେ ହେଲେ ଶତ୍ରୁକୁ ପାନେ ଦେବାପାଇଁ ଏବେ ଆମେରିକା ପୁରା ପ୍ରସ୍ତୁତ ହୋଇ ରହିଛି ବୋଲି ଜଣାପଡିଛି।

Bank of Finland ର ତଥ୍ୟାନୁସାରେ ଗତ ଗୋଟିଏ ବର୍ଷରେ ଚୀନର ୧% ଆଉ ଆମେରିକାର ୦.୯ ପ୍ରତିଶତ GDP ହ୍ରାସ ହୋଇଛି। ଏହା ମଧ୍ୟରେ ଆମେରିକା ଚୀନ ଉପରେ ଅଧିକ ନିର୍ଭରଶୀଳ ନହୋଇ ଚୀନର ପଡୋଶୀ ରାଷ୍ଟ୍ର ମାନଙ୍କ ଉପରେ ନିର୍ଭର କରିବା ଆରମ୍ଭ କରିଦେଇଛି। ଭିଏତନାମ୍, ତାଇଓ୍ବାନ, ନେଦରଲ୍ୟାଣ୍ଡ ପରି ଦେଶରୁ ସମାନ ମୂଲ୍ୟର ଜିନିଷ ମିଳୁଥିବାରୁ ଚୀନ ପାଖରୁ ଆମେରିକା ପରି ଅନେକ ଦେଶ ମୁହଁ ଫେରାଇ ନେଲେଣି। ଏଭଳି ସ୍ଥିତିରେ ଭାରତ ଚୀନ ବାଣିଜ୍ୟିକ ସମ୍ପର୍କ ଅନେକ ଗୁରୁତ୍ବ ରଖେ।

#ଭାରତ_ଚୀନ_ବାଣିଜ୍ୟିକ_ସମ୍ପର୍କ- ଭାରତ ଓ ଚୀନ ମଧ୍ୟରେ ଆରମ୍ଭ ହୋଇଥିବା ନୂଆ ବାଣିଜ୍ୟିକ ସମ୍ପର୍କ ଯୋଗୁ ଭାରତ ଅନେକ କ୍ଷତି ସହିବାକୁ ଯାଉଛି। ସାରା ଦେଶବାସୀଙ୍କ ମଧ୍ୟରେ ଚୀନର ଆଭିମୂଖ୍ୟ ପାଇଁ ସୃଷ୍ଠି ହୋଇଥିବା ଅସନ୍ତୋଷ ଏତେ ଚରମରେ ପହଞ୍ଚିଛିଯେ ସରକାର ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି। ସହଜ ଭାବରେ କହିବାକୁ ଗଲେ ଭାରତ ଚୀନ ସହ ବାଣିଜ୍ୟିକ ସମ୍ପର୍କ ଛିନ୍ନ କରିବା ପୂର୍ବରୁ ଯେତିକି ପ୍ରସ୍ତୁତ ହେବାକଥା ତାହା ହୋଇନାହିଁ। ବିଗତ କିଛି ବର୍ଷ ମଧ୍ୟରେ ଭାରତୀୟ ବଜାର ଏତେ ମାତ୍ରାରେ ଚୀନ ଉପରେ ନିର୍ଭରଶୀଳ ଯେ ତାହାକୁ ହଟାତ୍ ବନ୍ଦ କରିବା ଏକ ରକମର ଅସମ୍ଭବ ଜଣା ପଡିଛି। ଭାରତ ଚୀନ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ଖୁବ୍ ଅସନ୍ତୁଳନ ମନେହୁଏ।

ଗତ ୨୦୧୮-୧୯ ଆର୍ଥିକ ବର୍ଷରେ ଭାରତ ୭୮ Billion Dollar ମୂଲ୍ୟର ସାମଗ୍ରୀ ଚୀନରୁ ଆମଦାନୀ କରିଛି ସେହିପରି ଭାରତ ଚୀନକୁ ୧୬.୪୯ Billion Dollar ମୂଲ୍ୟର ସାମଗ୍ରୀ ରପ୍ତାନୀ କରିଛି। ଏହାଦ୍ବାରା ଭାରତ ଓ ଚୀନ ମଧ୍ୟରେ ବାଣିଜ୍ୟିକ ଅସନ୍ତୁଳନ ଦେଖାଯାଇଛି। ଭାରତ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବିଶେଷକରି TV, Mobile ଆଦି ବହୁ ପରିମାଣରେ ଆମଦାନୀ କରିଥାଏ। ଭାରତୀୟ ମୋବାଇଲ୍ ଫୋନ ବଜାରର ୭୬ ପ୍ରତିଶତ ଚୀନରୁ ହିଁ ଆସିଥାଏ। ୬୫-୭୦ ପ୍ରତିଶତ ମେଡିସିନ୍ କଞ୍ଚାମାଲ୍ ଚୀନରୁ ଆସିଥାଏ। ଏବେ ସାମ୍ଭାବ୍ୟ ସୀମା ଉତ୍ତେଜନା ଦୃଷ୍ଟିରୁ ଚୀନ୍ ସାମଗ୍ରୀ ବୟକଟ ପାଇଁ ଯେଉଁ ଚର୍ଚ୍ଚା ହେଉଛି ବାସ୍ତବତା କିନ୍ତୁ କିଛି ଭିନ୍ନ ମନେହୁଏ। ପ୍ରଥମେ ଆମେ ବ୍ୟକ୍ତିଗତ ସ୍ତରରେ ବ୍ୟବହାର କରୁଥିବା ସାମଗ୍ରୀ କଥା ଚର୍ଚ୍ଚା କରିବା।

#ବୟକଟ୍_କେମିତି_ସମ୍ଭବ ?ଚୀନ ସାମଗ୍ରୀ କିପରି ବୟକଟ୍ କରାଯିବ ତାହାକୁ ନେଇ ସମସ୍ତେ ଚିନ୍ତାରେ। ଚୀନ ସଫ୍ଟଓୟାର ବା ଚାଇନିଜ୍ ଆପ୍ଲିକେସନ ଏପରିକି ହାର୍ଡୱେରକୁ ସହଜରେ ବୟକଟ୍ କରାଯାଇ ପାରିବ ହେଲେ କିଛି ଇଲେକ୍ଟ୍ରୋନିକ୍ସ ସାମଗ୍ରୀରେ ଯେଉଁଥିରେ ଚାଇନିଜ୍ ଯନ୍ତ୍ରାଂଶ ବ୍ୟବହାର ହେଉଛି ତାହାକୁ କିପରି ବୟକଟ୍ କରାଯିବ ତାହାକୁ ନେଇ ଚିନ୍ତା ପଡିଛି। ଏଭଳି ସ୍ଥିତିରେ ଆମ ସମ୍ମୁଖରେ ଚାରି ପ୍ରକାର ଚୀନ ସାମଗ୍ରୀ ଦେଖିବାକୁ ମିଳିଥାଏ। ପ୍ରଥମତଃ Chinese Companies, Made in China, Chinese Parts and Chinese Investment. ଚୀନ ଦ୍ବାରା ପ୍ରସ୍ତୁତ ସାମଗ୍ରୀକୁ ଛାଡି ଅନ୍ୟ ତିନୋଟି ଉତ୍ପାଦକୁ ବୟକଟ୍ କରିବାର ସେପରି କୌଣସି ଯଥାର୍ଥତା ପ୍ରାୟତ ନାହିଁ।

Made in China ମଧ୍ୟରେ Apple ର iPhone ଆସୁଛି ସେହିପରି ଅନେକ ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ ଆସୁଛି ଯାହା ଅନ୍ୟ ଦେଶର ପୁଞ୍ଜି ଓ ଚୀନର ଶ୍ରମରେ ମିଳିତ ପ୍ରସ୍ତୁତ ହେଉଛି। ଏଭଳି ଜିନିଷଠାରୁ ଦୁରେଇ ରହିବାର ଆବଶ୍ୟକତା ନାହିଁ। କିନ୍ତୁ ସବୁଠାରୁ ବଡ ସମସ୍ୟା ହେଲା Chinese Investment ଯାହା ଏବେ ପୃଥିବୀର ଅନେକ ଦେଶରେ ଚୀନ କରିଥିବାର ଜଣାପଡୁଛି। ଆମ ଦେଶର ବହୁଳ ବ୍ୟବହାର ହେଉଥିବା Zomatto, OYO, Paytm, Byju, Swiggy ଇତ୍ୟାଦି ଯାହାର କିଛିକାଂଶ ମାଲିକାନା ଚୀନ କମ୍ପାନୀ ହାତରେ ଅଛି। ଏ ସଂକ୍ରାନ୍ତରେ ଯୁକ୍ତି ସାମ୍ନାକୁ ଆସେ ଯେହେତୁ ଏହା ଭାରତରେ ନିଯୁକ୍ତି ସୁଯୋଗ ସୃଷ୍ଠି କରୁଛି ଏହା କ୍ଷତିକାରକ ନୁହେଁ।

ବାସ୍ତବିକ୍ paytm ପରି କିଛି କମ୍ପାନୀ ରେ ୪୦ ପ୍ରତିଶତରୁ ଅଧିକ ଅଂଶଧନ ଚୀନ କମ୍ପାନୀ ମାନଙ୍କର ଥିବାରୁ ଏହାର ଏକ ସିଂହଭାଗ ଲାଭ ଚୀନ କମ୍ପାନୀ ହାତକୁ ଚାଲି ଯାଇଥାଏ। ଅନେକ ଚାଇନିଜ୍ ଖାଦ୍ୟକୁ ବିରୋଧ କରୁ ଥିବାର ଦେଖିବାକୁ ମିଳୁଛି। ବାସ୍ତବିକ୍ ଏହାର କୌଣସି ଯଥାର୍ଥତା ନାହିଁ କାରଣ ଏହି ଖାଦ୍ୟ ଚୀନରୁ ଆମଦାନୀ ହେଉନାହିଁ ବରଂ ଭାରତୀୟ ମାନଙ୍କ ହାତରେ ଭାରତରେ ଏହା ପ୍ରସ୍ତୁତ ହେଉଛି ପ୍ରାୟତଃ ଭାରତୀୟ ଗ୍ରାହକଙ୍କ ପାଇଁ। ବେଳେବେଳେ ଆମେ କିଛି ଭାରତୀୟ ଖାଦ୍ୟ (ମୋମୋ)କୁ ଚୀନ ଖାଦ୍ୟ ଭାବି ବିରୋଧ କରିବା ଆରମ୍ଭ କରିଥାନ୍ତି। ଏହାଦ୍ବାରା ଆମ ଦେଶର ଅନେକ ଆର୍ଥିକ କ୍ଷତି ହେବାର ସମ୍ଭାବନା ଥାଏ।

#କମ୍ପାନୀମାନେ_ଏବେ_କରିବେ_କଣ ? ଏଭଳି ସ୍ଥିତିରେ କମ୍ପାନୀମାନେ ବା ବ୍ୟବସାୟୀମାନେ କ’ଣ କରିବେ ତାହା ସବୁଠାରୁ ବଡ ପ୍ରଶ୍ନ। ଗ୍ରାହକଙ୍କୁ ଆକୃଷ୍ଠ କରିବା ପାଇଁ ବ୍ୟବସାୟୀ ଜଣକ ଦୋକାନ ସମ୍ମୁଖରେ “ଏଠାରେ କୌଣସି ଚୀନ ସାମଗ୍ରୀ ବିକ୍ରି ହୁଏନାହିଁ” ବୋଲି ଲେଖି ପାରିବ। କିନ୍ତୁ ବାକି ସବୁକଥା ସରକାରଙ୍କୁ କରିବାକୁ ପଡିବ। ଲୋକଙ୍କ ଭିତରେ ଚୀନ ସାମଗ୍ରୀ ନକିଣିବାର ମାନସିକତା ବୃଦ୍ଧି କରିବାକୁ ହେଲେ ପ୍ରଥମେ ସରକାର 1. Free Trade Agreement 2. India’s lost chance 3. Improve foreign Relation ଏହି ତିନୋଟି କଥା ଉପରେ ଗୁରୁତ୍ବ ଦେବାକୁ ପଡିବ।

ଚୀନ ଉପରେ ଅଧିକ ନିର୍ଭରଶୀଳତା କମାଇବା ପାଇଁ ଅନ୍ୟ ଦେଶ ମାନଙ୍କ ସହ free trade relation ବଢାଇବାକୁ ପଡିବ। ଚୀନ ପରିବର୍ତ୍ତେ ଭିଏତନାମ୍, ତାଇଓ୍ବାନ, ନେଦରଲ୍ୟାଣ୍ଡ ସାଉଥ କୋରିଆ ପରି ଦେଶ ସହ trade relation ରାସ୍ତା ପ୍ରସସ୍ଥ କରିବା ଦରକାର। ଗତ ୮ ବର୍ଷରୁ ଉର୍ଦ୍ଧ ଭାରତ ଅଷ୍ଟ୍ରେଲିଆ ଆଉ ୟୁରୋପୀୟ ଦେଶ ସମୂହ ସହ free trade ଚୁକ୍ତି ହୋଇ ପାରିଲାନାହିଁ। ଦ୍ବିତୀୟତ ଭାରତ ବିଗତ କିଛି ବର୍ଷ ମଧ୍ୟରେ Make in India, Start up India ଆରମ୍ଭ କରିଛି ସତ ହେଲେ ଗୋଟିଏ ଟଙ୍କା ଚୀନ ବିନିଯୋଗ କରିନାହିଁ। ଆମର ବ୍ୟବସ୍ଥାଗତ ତୃଟି ଯୋଗୁ POSCO ଓଡିଶାରୁ ଚାଲିଗଲା।

ତୃତୀୟତ ଭାରତ ପଡୋଶୀ ଦେଶ ମାନଙ୍କ ସହ ବାଣିଜ୍ୟିକ ସମ୍ପର୍କ ବୃଦ୍ଧି କରିବା ଦରକାର। ଯେଉଁ ସୁବିଧା ଭିଏତନାମ୍ ତାଇଓ୍ବାନ, ନେଦରଲ୍ୟାଣ୍ଡ ଯୋଗାଇ ଦେଉଛନ୍ତି ତାହା ଭାରତ ସରକାର ଦେବା ଦରକାର। ଚୀନର ସାମଗ୍ରୀ ବୟକଟ୍ ହେଉ ହେଲେ ସେହି ପରିମାଣରେ ଆମ ଦେଶରେ ଶସ୍ତା ସୁନ୍ଦର ଆଉ ମଜଭୁତ ସାମଗ୍ରୀ ନିର୍ମାଣ ହେବା ଦରକାର। ଟର୍ଚ୍ଚ ଲାଇଟ୍ ଠାରୁ ମଶାମରା ବ୍ୟାଟ ଯାଏ ଛୁଆଙ୍କ ଖେଳନା ଠାରୁ ମୋବାଇଲ୍ ଆପ୍ଲିକେସନ ଯାଏ ସବୁ ଚୀନ ନିର୍ମିତ ସାମଗ୍ରୀ। ସମୟ କହିବ ଏହି ବୟକଟର ବାସ୍ତବତା କେତେ ହେଲେ ଯେପର୍ଯ୍ୟନ୍ତ ଆମେ ଆତ୍ମନିର୍ଭରଶୀଳ ହୋଇନାହାନ୍ତି ସେଯାଏ ଆମେ ଚୀନ ହେଉ ବା ଅନ୍ୟ କାହା ଉପରେ ନିର୍ଭର କରିବାକୁ ପଡୁଥିବ।

-ବିରଂଚି ନାରାୟଣ ଦାସ

Leave a Reply

Your email address will not be published. Required fields are marked *

You cannot copy content of this page