କୋଭିଡ ଟିକା ଆବଣ୍ଟନ ବାବଦରେ ସୂଚନା: ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

0

ଭୂବନେଶ୍ୱର (ସଙ୍କେତ ଖବର) : ୨୦୨୧ ଜୁନ ମାସ ନିମନ୍ତେ ଜାତୀୟ କୋଭିଡ ଟିକାକରଣ ଲାଗି ପାଖାପାଖି ୧୨ କୋଟି ଡୋଜ ଉପଲବ୍ଧ ହେବ । ୨୦୨୧ ମେ ମାସରେ ଜାତୀୟ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ପାଇଁ ୭,୯୪,୦୫,୨୦୦ ଡୋଜ ଉପଲବ୍ଧ ରହିଥିଲା । ୨୦୨୧ର ସମଗ୍ର ଜୁନ ମାସ ପାଇଁ ଟିକାର ଅଗ୍ରିମ ଦୃଶ୍ୟତା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ପ୍ରଦାନ କରାଯାଇଛି । ମହାମାରୀର ନିୟନ୍ତ୍ରଣ ଏବଂ ମୁକାବିଲା ଦିଗରେ ଏବେ ଟେଷ୍ଟ, ଟ୍ରାକ, ଟ୍ରିଟ ଏବଂ କୋଭିଡ କୈନ୍ଦ୍ରିକ ବ୍ୟବହାର ସମେତ ଭାରତ ସରକାରଙ୍କ ବ୍ୟାପକ ରଣନୀତିର ଏକ ଅଭିନ୍ନ ଅଙ୍ଗ ପାଲଟିଛି କୋଭିଡ ଟିକାକରଣ । ଜାତୀୟ ଟିକାକରଣ ଅଭିଯାନର ଅଂଶସ୍ୱରୂପ ଭାରତ ସରକାର ମାଗଣାରେ କୋଭିଡ ଟିକା ପ୍ରଦାନ କରି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସମର୍ଥନ ଯୋଗାଇ ଆସୁଛନ୍ତି ।
୨୦୨୧ ମେ ୧ରୁ କୋଭିଡ-୧୯ ଟିକାକରଣର ଉଦାର ତଥା ତ୍ୱରିତ ପର୍ଯ୍ୟାୟ ୩ ରଣନୀତିର କାର୍ଯ୍ୟାନ୍ୱୟନ ଆରମ୍ଭ ହୋଇଯାଇଛି, ଯାହାଦ୍ୱାରା ଉପଲବ୍ଧ ଟିକାର ୫୦% ଭାରତ ସରକାରଙ୍କ ତରଫରୁ ରାଜ୍ୟଗୁଡ଼ିକ ପାଇଁ ମାଗଣାରେ ଉପଲବ୍ଧ କରାଯିବ ଏବଂ ବଳକା ୫୦% ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଘରୋଇ ଡାକ୍ତରଖାନା ଦ୍ୱାରା ଟିକା ଉତ୍ପାଦନକାରୀ କମ୍ପାନିଙ୍କଠାରୁ ସିଧାସଳଖ ଭାବେ ହାସଲ ନିମନ୍ତେ ଉପଲବ୍ଧ ।

ଭାରତ ସରକାରଙ୍କ ତରଫରୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଯୋଗାଣର ଆବଣ୍ଟନ ପ୍ରକ୍ର୍ରିୟା ବାବଦ ନିଷ୍ପତ୍ତି ଟିକାର ବ୍ୟବହାର ପ୍ରଣାଳୀ, ଲୋକସଂଖ୍ୟା ଏବଂ ଟିକା ଅପଚୟ ମାତ୍ରାକୁ ଆଧାର କରି ନିଆଯିବ । ୨୦୨୧ର ସମଗ୍ର ଜୁନ ମାସ ପାଇଁ ଟିକା ଉପଲବ୍ଧତାର ଦୃଶ୍ୟତା ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ଦ୍ୱାରା ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅଗ୍ରିମ ଭାବେ ପ୍ରଦାନ କରାଯାଇଛି ଓ ୨୦୨୧ ମେ ୧୭, ୨୦୨୧ ମେ ୨୭ ଓ ୨୦୨୧ ମେ ୨୯ ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଚିଠି ଜରିଆରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅବଗତ କରାଯାଇଛି ।
୨୦୨୧ ଜୁନ ମାସ ନିମନ୍ତେ ୬.୦୯ କୋଟି (୬,୦୯,୬୦,୦୦୦) କୋଭିଡ ଟିକା ଡୋଜ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଯୋଗାଇ ଦିଆଯିବ, ଯାହା ଭାରତ ସରକାରଙ୍କ ପକ୍ଷରୁ ମାଗଣା ଯୋଗାଣ ଆଧାରରେ ସ୍ୱାସ୍ଥ୍ୟ କର୍ମୀ (ଏଚସିଡବ୍ଲ୍ୟୁ), ସମ୍ମୁଖ ଯୋଦ୍ଧା (ଏଫଏଲଡବ୍ଲ୍ୟୁ) ଏବଂ ୪୫ ବର୍ଷ ଓ ତଦୂର୍ଦ୍ଧ୍ୱ ବୟସର ବ୍ୟକ୍ତି ଭଳି ପ୍ରାଥମିକ ଗୋଷ୍ଠୀଙ୍କ ଟକାକରଣ ନିମନ୍ତେ ଉଦ୍ଦିଷ୍ଟ ରହିବ । ଏଥିସହିତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଘରୋଇ ହସ୍ପିଟାଲଗୁଡ଼ିକ ଦ୍ୱାରା ସିଧାସଳଖ ସଂଗ୍ରହଣ ନିମନ୍ତେ ୫.୮୬ କୋଟିରୁ ଅଧିକ (୫,୮୬,୧୦,୦୦୦) ଡୋଜ ଉପଲବ୍ଧ କରାଯିବ । ଏହିଭଳି ଭାବେ, ୨୦୨୧ ଜୁନରେ ପାଖାପାଖି ୧୨ କୋଟି (୧୧,୯୫,୭୦,୦୦୦) ଡୋଜ ଜାତୀୟ କୋଭିଡ ଟିକାକରଣ କାର‌୍ୟ୍ୟକ୍ରମ ପାଇଁ ଉପଲବ୍ଧ ହେବ ।


ଏହି ଆବଣ୍ଟନର ଯୋଗାଣ କାର୍ଯ୍ୟସୂଚୀ ବାବଦରେ ଆଗୁଆ ଅବଗତ କରାଯିବ । ଆବଣ୍ଟିତ ଡୋଜର ଯଥାର୍ଥ ତଥା ନ୍ୟାୟସଙ୍ଗତ ବ୍ୟବହାର ଓ ଟିକା ଅପଚୟ କମାଇବାକୁ ସୁନିଶ୍ଚିତ କରିବା ଲାଗି ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ଲାଗି ରାଜ୍ୟଗୁଡ଼ିକୁ ଅନୁରୋଧ କରାଯାଇଛି ।
ଭାରତ ସରକାରଙ୍କ ତରଫରୁ ୧୫/୩୦ ଦିନ ପାଇଁ ଉପଲବ୍ଧ ହେବାକୁ ଥିବା ମାଗଣା ଟିକା ଡୋଜର ପରିମାଣ ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ସିଧାସଳଖ ସଂଗ୍ରହଣ ନିମନ୍ତେ ଉପଲବ୍ଧ ହେବାକୁ ଥିବା ମୋଟ ଟିକା ଡୋଜ ବାବଦରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଆଗୁଆ ସୂଚିତ କରାଯିବା ଫଳରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ଟିକାର ଉତ୍ତମ ଯୋଜନା ଓ ଯୋଗାଣ ସୁନିଶ୍ଚିତ ହୋଇପାରିବ ।
୨୦୨୧ ମେ ମାସ ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ୱାରା ରାଜ୍ୟଗୁଡ଼ିକ ନିମନ୍ତେ ମାଗଣାରେ ୪.୦୩ କୋଟିରୁ ଅଧିକ (୪,୦୩,୪୯,୮୩୦) ଟିକା ଡୋଜ ଉପଲବ୍ଧ କରାଯାଇଛି । ଏହା ବ୍ୟତୀତ ୨୦୨୧ ମେ ମାସରେ ରାଜ୍ୟ ଓ ଘରୋଇ ହସ୍ପିଟାଲଗୁଡ଼ିକ ଦ୍ୱାରା ସିଧାସଳଖ ସଂଗ୍ରହଣ ଲାଗି ମୋଟ ୩.୯୦ କୋଟିରୁ ଅଧିକ (୩,୯୦,୫୫,୩୭୦) ଡୋଜ ଉପଲବ୍ଧ ହୋଇଥିଲା । ଏହିଭଳି ଭାବେ, ୨୦୨୧ ମେ ମାସରେ ଜାତୀୟ କୋଭିଡ ଟିକାକରଣ କାର‌୍ୟ୍ୟକ୍ରମ ପାଇଁ ମୋଟ ୭,୯୪,୦୫,୨୦୦ ସଂଖ୍ୟକ ଡୋଜ ଉପଲବ୍ଧ କରାଯାଇଥିଲା

Leave a Reply

Your email address will not be published. Required fields are marked *

You cannot copy content of this page