ବଡ଼ଚଣା:ଜନ ବିକାଶ ସଂଗଠନ ପକ୍ଷରୁ ଖାଦ୍ୟ ବଣ୍ଟନ।

0

ବଡ଼ଚଣା(ସଂକେତ ଖବର)

କରୋନା ମହାମାରୀ ଲୋକଙ୍କ ଜୀବିକା ଉପରେ ସାଂଘାତିକ ପ୍ରଭାବ ପକାଇଛି।ଏପରିକି ଗାଁ ଗହଳିରେ ଗରିବ ଖଟିଖିଆ ରୋଜଗାର ଅଭାବରୁ ବହୁ ଦୟନୀୟ ସ୍ଥିତି ଦେଇ ଗତି କରୁଛନ୍ତି।ବିଭିନ୍ନ ସ୍ୱଛେସେବୀ ଅନୁଷ୍ଠାନ ଓ ବଦାନ୍ୟ ବ୍ୟକ୍ତି ଙ୍କ ସହଯୋଗ ରେ ଲୋକଙ୍କୁ ସୁଖିଲା ଖାଦ୍ୟ ସାମଗ୍ରୀ ସହିତ ସାବୁନ, ସାନିଟେସନ୍, ମାସ୍କ ଆଦି ବଣ୍ଟନ କରୁଛନ୍ତି। ଯାଜପୁର ଜିଲାର ଆଇନଜୀବୀ ତଥା ଟିକସ ପରାମର୍ଶ ଦାତା ଅସିତ୍ ରଞନ୍ ପଟ୍ଟନାୟକ ଓ ତାଙ୍କ ସହଯୋଗୀ ଙ୍କ ଦ୍ଵାରା ଜନବିକାଶ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଯାଜପୁର, କଟକ, ଢେଙ୍କାନାଳ ପରି ୩ ଜିଲ୍ଲାର ମଧ୍ୟ ସ୍ଥଳରେ ଅବସ୍ଥିତ ସମିଆଁ ପଞ୍ଚାୟତର କୋହ୍ଲା ଓ ସିଆରିଆ ଗ୍ରାମରେ ପ୍ରାୟ ୩୦୦ ଆଦିବାସୀ, ଗରୀବ ଲୋକଙ୍କୁ ସୁଖିଲା ଖାଦ୍ୟ,ସାବୁନ,ମାସ୍କ ଆଦି ବଣ୍ଟନ କରିଥିଲେ।

ଅନୁଷ୍ଠାନ ପକ୍ଷରୁ ମାନବ ଅଧିକାର କର୍ମୀ ସତ୍ୟ ନାରାୟଣ ଦାସ୍,ବିକ୍ରମ କିଶୋର ମହାନ୍ତି ପ୍ରମୁଖ ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରିବା ସହିତ, ହାତକୁ ସାବୁନ ରେ ଧୋଇବା ସହିତ ସାନିଟାଇଜେସନ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ।ପୂର୍ବତନ ସରପଞ୍ଚ ରତ୍ନାକର ପ୍ରଧାନ ଉପସ୍ଥିତ ରହି ଲୋକଙ୍କୁ କରୋନା ମହାମାରୀ ର ନିରାକରଣ ବାବଦରେ ସଚେତନତା କରାଇଥିଲେ।

Leave a Reply

Your email address will not be published. Required fields are marked *

You cannot copy content of this page