ବିଂଝାରପୁର:ପୋଲିସ ବାଣ୍ଟିଲା ଶୁଖିଲା ଖାଦ୍ୟ

0

ବିଂଝାରପୁର(ସଙ୍କେତ ଖବର)ଯାଜପୁର ଜିଲା ବିଂଝାରପୁର ବ୍ଲକ ରଣପୁର ପଂଚାୟତର କଂଟିପୁର ଗାଁରେ ଦିବ୍ୟାଙ୍ଗ ମାନଙ୍କୁ ଶୁଖିଲା ଖାଦ୍ୟ ସହିତ ମାସ୍କ ବଂଟନ କରାଯାଇଛି । ବିଂଝାରପୁର ଥାନାର ଏସଆଇ ସଂଜିବ କୁମାର ଥାଟୋଇ ଙ୍କ ଉଦ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ରଣପୁର ପଂଚାୟତ ସରପଂଚ ଅଟଳ ବିହାରୀ ନାୟକ ଉପସ୍ଥିତ ରହି ଦିବ୍ୟାଙ୍ଗ ମାନଙ୍କୁ ଚୁଡା,ମୁଢ଼ି,ବିସ୍କୁଟ,ସାବୁନ ଇତ୍ୟାଦି ବଂଟନ କରିଥିଲେ ।

ଏହି ବଂଟନ ସମୟରେ ସାମାଜିକ ଦୂରତା ରକ୍ଷା କରାଯାଇଥିଲା । କୋରୋନା ସହିତ ଲଢ଼ିବା ହେଲେ ସମସ୍ତଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖିବା ସହିତ ପ୍ରତ୍ୟେକ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଥିଲା । ଏହି ଅବସରରେ ସ୍ଥାନୀୟ ସ୍ୱେଚ୍ଛାସେବୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page