ବିଜେପି ପକ୍ଷରୁ ବନ୍ୟା ବିପନ୍ନଙ୍କୁ ରିଲିଫ ବଣ୍ଟନ

ଦଶରଥପୁର (ସଙ୍କେତ ଖବର): ଯାଜପୁର ଦଶରଥପୁର ବ୍ଲକ ମଙ୍ଗଳପୁର ପଞ୍ଚାୟତରେ ୟାସ ବାତ୍ୟାରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ଲଗାଣ ବର୍ଷା ସାଙ୍ଗକୁ ବନ୍ୟା ଆସିବା ଫଳରେ ଗରିବ ଖଟିଖିଆ ଲୋକମାନଙ୍କ ମେରୁଦଣ୍ଡ ଭାଙ୍ଗିପଡିଛି । ଏହାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ବିଜେପି ସଭାପତି ଗୈାତମ ରାୟଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳପୁର ପଞ୍ଚାୟତରେ ବିଜେପି କର୍ମୀ ଅଧର ଧଳ, ବିଶ୍ୱଭୁଷଣ ପଣ୍ଡା, ପ୍ରମୋଦ ପଣ୍ଡା, ଦେବ ପଣ୍ଡା, ମାନସ ପାଲ, ରନ୍ଥୁ ପାଲ, ବୁଲୁ ନାୟକ ବାବୁଲି ମୁଦୁଲି ବିଜେପି ନେତ୍ରୀ ମମତା କୁଅଁର ପ୍ରମୁଖ ପଞ୍ଚାୟତର ପ୍ରତ୍ୟେକ ଗ୍ରାମକୁ ଯାଇ ଗରିବ ଅସହାୟ ଲୋକମାନଙ୍କ ସମସ୍ୟା ପଚାରିବୁଝିବା ସହ ସେମାନାଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଳେ ।