ବରୀ:ମିଳିଲା ନିଖୋଜ ବାପ ପୁଅ ଙ୍କ ଶବ

0

ବରୀ(ସଂକେତ ଖବର)ବ୍ରାହ୍ମଣୀ ନଦୀର ବନ୍ୟାଜଳରେ ବାପା ଏବଂ ପୁଅ ଭାସିଯାଇ ନିଖୋଜ ହେବା ଘଟଣା। ଗଙ୍ଗାଧରପୁର ନିକଟରୁ ଉଦ୍ଧାର ହେଲା ବାପା ଓ ପୁଅର ମୃତଦେହ । ଗତକାଲି ବରୀ ବ୍ଲକ ବଳିଆ ପଞ୍ଚାୟତ ଗଙ୍ଗାଧରପୁର ଗ୍ରାମର ବାପା କିଶୋର ସିଂ ପାଟକୁ ଗାଈ ଆଣିବାକୁ ଯାଇଥିବା ବେଳେ ବନ୍ୟା ସ୍ରୋତରେ ଭାସିଯାଇଥିଲେ। ଏହା ଦେଖି ପୁଅ କୈଳାସ ସିଂ ବାପାଙ୍କୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ଭାସିଯାଇଥିଲେ । ଖବର ପାଇ ବରୀ ଅଗ୍ନିଶମ ବାହୀନ କର୍ମଚାରୀ ମାନେ ଖୋଜା ଖୋଜି କରି ଥିଲେ ହେଁ ସେମାନଙ୍କର ପତ୍ତା ମିଳି ନଥିଲା । ତେବେ ଆଜି ସକାଳୁ ଗଙ୍ଗାଧରପୁର ସ୍କୁଲ ନିକଟରେ ଉଭୟ ବାପା ଓ ପୁଅର ମୃତଦେହ ଭାସୁଥିବା ଲୋକେ ଦେଖିଥିଲେ । ପରେ ପରିବାର ଲୋକଙ୍କ ସହାୟତାରେ ମୃତଦେହ ଉଦ୍ଧାର କରାଯାଇଛି ।

Leave a Reply

Your email address will not be published. Required fields are marked *

You cannot copy content of this page