ବିଦ୍ୟାଳୟ କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଯାଜପୁର (ସଙ୍କେତ ଖବର): ଖଣ୍ଡରା ସ୍ଥିତ ରାମଲକ୍ଷ୍ମଣ ଉଚ୍ଚ ବିଦ୍ୟାଳୟର କର୍ମଚାରୀ ଭକ୍ତ ଚରଣ ସ୍ୱାଇଁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନ ପ୍ରଦାନ କରାଯାଇଛି ।ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।କରୋନା କଟକଣାକୁ ଦୃଷ୍ଟିରେ ରଖି ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବରିଷ୍ଠ ସମାଜସେବୀ ଚିତ୍ତରଞ୍ଜନ ସାହୁ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦେବ ଦିବାକର ବିହାରୀ, ଚନ୍ଦ୍ରମଣୀ ପଣ୍ଡା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିଶ୍ୱଜିତ ରାଉତ, ବରିଷ୍ଠ ସଭ୍ୟ କୁଞ୍ଜବିହାରୀ ଦାସ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ଅବସରପ୍ରାପ୍ତ କର୍ମଚାରୀ ଶ୍ରୀସ୍ୱାଇଁଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଉପଢ଼ୈାକନ ପ୍ରଦାନକରି ସମ୍ବର୍ଦ୍ଧିତ କରିବା ସହ ଚାକିରୀ କାଳରେ ବିଦ୍ୟାଳୟ ପ୍ରତି ତାଙ୍କର ଭଲ ପାଇବାଏବଂ ନିଷ୍ଠାପର କାର୍ଯ୍ୟର ଗୁଣଗାନ କରି ଅବସରଜୀବନ ସୁଖମୟ ହେବା କାମନା କରିଥିଲେ ।