ରଥଯାତ୍ରା ନେଇ ଲୋକ ସମ୍ପର୍କ ବିଭାଗ ର ସମୀକ୍ଷା ବୈଠକ।

0

ପୁରୀ (ସଂକେତ ଖବର) ଆଗାମୀ ରଥଯାତ୍ରା ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ସମୀକ୍ଷା ବୈଠକ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ସୋମବାର ଅପରାହ୍ନ ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ବିଗତ ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁ ବିନା ଭକ୍ତ ଓ ଯାତ୍ରୀ ଙ୍କ ଉପସ୍ଥିତି ରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ କୋଭିଡର ଆଶଙ୍କା କମ ଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ଗହଣରେ ରଥଯାତ୍ରା ହେବ। ତେଣୁ ବ୍ୟାପକ ଜନସମାଗମ କୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସୂଚନା କେନ୍ଦ୍ର ସ୍ଥାପନ, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ବିକ୍ରୟ, ଯାତ୍ରୀ ଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା, ରଥଯାତ୍ରା ର ଧାରା ବିବରଣୀ ଓ ସିଧା ପ୍ରସାରଣ ର ବ୍ୟବସ୍ଥା, ଫଟୋଚିତ୍ର ପ୍ରଦର୍ଶନୀ ବ୍ୟବସ୍ଥା ଇତ୍ୟାଦି କୁ ତ୍ୱରାନ୍ୱିତ ପାଇଁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟ କୁ ସମ୍ମିଳିତ ଉଦ୍ୟମ ରେ ସଫଳ କରିବାକୁ ସେ ପରାମର୍ଶ ଦେଇଥିଲେ। ବୈଷୟିକ ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ପରିଡ଼ା ଖର୍ଚ୍ଚ ଅଟକଳ ପ୍ରସ୍ତୁତ କରିବା, ସୂଚନା କେନ୍ଦ୍ର ହେବାକୁ ଥିବା ସ୍ଥାନ ଗୁଡିକୁ ଅନୁଧ୍ୟାନ କରି ଆନୁଷଙ୍ଗିକ ବ୍ୟବସ୍ଥା କରିବା ,ପ୍ରଶାସନ ସହ ସମନ୍ବୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ କୋଭିଡ ପୂର୍ବବର୍ତ୍ତି ବ୍ୟବସ୍ଥା ଅନୁଯାୟୀ ବିଭାଗର କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ସହ ରଥଯାତ୍ରା ପୂର୍ବରୁ ସମସ୍ତ କାର୍ଯ୍ୟ କୁ ସୁଚାରୁ ରୂପେ ସମ୍ପାଦନା ପାଇଁ ମତ ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସମସ୍ତ ଙ୍କୁ ସ୍ୱାଗତ କରିବା ସହ ନୂତନ ଭାବେ ଜିଲ୍ଲା ର ଦାୟିତ୍ୱ ନେଇ ଥିବାରୁ ରଥଯାତ୍ରା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ସଫଳତା ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ। ଏହି ସମୀକ୍ଷା ରେ ପୂର୍ବତନ ଭାରପ୍ରାପ୍ତ ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ରୀୟ ଜେନା ଙ୍କ ସମେତ ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ।


Leave a Reply

Your email address will not be published. Required fields are marked *

You cannot copy content of this page