ସାମାନ୍ୟ ବଚସାକୁ ନେଇ ଗୋଇଠା ମାଡରେ ମୃତ୍ୟୁ ଅଭିଯୋଗ

0

ଯାଜପୁର:ସାମାନ୍ୟ ବଚସାକୁ ନେଇ ଗୋଇଠା ମାଡରେ ମୃତ୍ୟୁ ଅଭିଯୋଗ । ମୃତକ ହେଲେ ଯାଜପୁର ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା ଶବର ସାହିର ସନାତନ ସାମଲ । ଗତକାଲି ସଂଧ୍ୟାରେ ଶଙ୍ଖାରିଢିହ ବଜାରରେ ସନାତନଙ୍କ ସହ ଗିରି ମଣ୍ଡଳର ବଚସା ହୋଇଥିଲା । ଏହି ସମୟରେ ଗିରି ସନାତନଙ୍କ ତଳିପେଟକୁ ଗୋଇଠା ମାରିଥିଲେ । ସନାତନ ଘରକୁ୍ ଯାଇ ରକ୍ତବାନ୍ତି କରିବାରୁ ପରିବାର ଲୋକେ ତାଙ୍କୁ ଧର୍ମଶାଳା ମେଡିକାଲକୁ ନେଇଯାଇଥିଲେ  । ତେବେ ଡାକ୍ତରଖାନା ନେବା ବାଟରେ ସନାତନଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏନେଇ ଆଜି ମୃତକ ପରିବାର ଏବଂ ସ୍ଥାନୀୟ ଲୋକେ ଶଙ୍ଖାରିଢିହ ଠାରେ ୧୬ନଂ ଜାତୀୟ ରାଜପଥରେ ମୃତଦେହ ରଖି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଅଭିଯୁକ୍ତକୁ ଗିରଫ କରିବା ଏବଂ ପରିବାରକୁ କ୍ଷତିପୂରଣ ଦାବୀରେ ସ୍ଥାନୀୟ ଲୋକେ ଦୀର୍ଘ ଏକ ଘଂଟା କାଳ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଖବର ପାଇ ଧର୍ମଶାଳା ପୋଲିସ ଅଭିଯୁକ୍ତ ଗିରି ମଣ୍ଡଳକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି  । ସେପଟେ ପୋଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ସୂଚନା ମୁତାବକ ପୂର୍ବରୁ ଅଭିଯୁକ୍ତ ଗିରି ମଣ୍ଡଳ ନିଜ ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ ଆଜୀବନ କାରାଦଣ୍ଡ ଭୋଗିଥିଲା । ୨ବର୍ଷ ହେବ ସେ ଜେଲରୁ ଫେରିଛି ।

Leave a Reply

Your email address will not be published. Required fields are marked *

You cannot copy content of this page