ଆଜି ରାତିରୁ ଚଣ୍ଡିଖୋଲ -ବାଲେଶ୍ଵର ରାସ୍ତା ରେ ଗଡିବନି ଗାଡି,ଜାଣନ୍ତୁ କାହିଁକି?
![](https://www.sanketkhabar.com/wp-content/uploads/2021/05/IMG_20210524_210708.jpg)
ଯାଜପୁର(ସଙ୍କେତ ଖବର) ସମ୍ଭାବ୍ୟ ବାତ୍ୟା “ୟାସ” ର ମୁକାବିଲା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଯାଜପୁର ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥ ର ଚଣ୍ଡିଖୋଲ -ବାଲେଶ୍ୱର ରାସ୍ତାରେ ଆଜି ରାତି 12 ଟା ରୁ ଆସନ୍ତାକାଲି ଦିନ 12 ଟା ପର୍ଯ୍ୟନ୍ତ ସମସ୍ତ ଗାଡି ଚଳା ଚଳ ବନ୍ଦ ରହିବ ବୋଲି ଜିଲାପାଳ ନିର୍ଦେଶ ଦେଇଛନ୍ତି। ଏହି ସମୟରେ ପବନ ର ବେଗ ଅଧିକ ରହୁଥିବା ରୁ ଦୁର୍ଘଟଣା ହେବାର ଆଶଙ୍କା ରହିଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ କେବଳ ଜରୁରୀକାଳୀନ ସେବା ପାଇଁ ବ୍ୟବହୃତ ହେଉଥିବା ଗାଡି ଚଳାଚଳ କରି ପାରିବ। ଏହି ସମୟରେ ସମସ୍ତେ ଅଧିକ ସତର୍କ ହେବାର ଆବଶ୍ୟକତା ରହିଛି ବୋଲି ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ସୂଚନା ଦେଇଛନ୍ତି।