ବିରାଟଙ୍କୁ ରୋହିତଙ୍କ ଦୃଢ ସମର୍ଥନ, କହିଲେ ବିରାଟଙ୍କ ଫର୍ମ ଉପରେ ପ୍ରଶ୍ନ ଉଠାଇବା ବନ୍ଦ କରନ୍ତୁ ସେ ଶୀଘ୍ର ଫର୍ମକୁ ଫେରିବେ

0

ନୂଆଦିଲ୍ଲୀ: ଭାରତୀୟ ପୁରୁଷ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ସାମ୍ବାଦିକ ସମ୍ମିଳନୀରେ କୋହଲିଙ୍କ ଫର୍ମକୁ ନେଇ ପ୍ରଶ୍ନ ପଚରାଯିବାରୁ କ୍ଷୁବ୍ଧ ହୋଇଯାଇଛନ୍ତି। ଓ୍ଵେଷ୍ଟଇଣ୍ଡିଜ୍ ବିରୋଧରେ ଟି୨୦ ସିରିଜ୍ ପାଇଁ ଆୟୋଜନ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସେ ବିରାଟ କୋହଲିଙ୍କ ଦୃଢ ସମର୍ଥନ କରିଛନ୍ତି। ଭାରତ ଓ ଓ୍ଵେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟି୨୦ ଫେବ୍ରୁଆରି ୧୬ରୁ ଖେଳାଯିବ।

ବିରାଟ କୋହଲି ଓ୍ଵେଷ୍ଟଇଣ୍ଡିଜ ବିରୋଧରେ ହୋଇଥିବା ତିନିଟିକିଆ ଦିନିକିଆ ସିରିଜରେ ରନ୍ ସମଗ୍ରହ କରିବାକୁ ବିଫଳ ହୋଇଥିଲେ। ଯେତେବେଳେ ରୋହିତଙ୍କୁ ଏବିଷୟରେ ପଚରାଗଲା ସେ ଉତ୍ତର ଦେଲେ, ଏସବୁ ମିଡିଆରୁ ହିଁ ଆରମ୍ଭ ହୋଇଛି। କିଛି ସମୟ ପାଇଁ ଯଦି ମିଡିଆ ଶାନ୍ତ ରହିବ ତାହାଲେ ସବୁକିଛି ଠିକ୍ ହୋଇଯିବ। କୋହଲିଙ୍କ ଉପରେ କୌଣସି ଚାପ ନାହିଁ, ସେ ଖୁବ୍ ଶୀଘ୍ର ରନ୍ ବନାଇବା ଆରମ୍ଭ କରିବେ। ରୋହିତଙ୍କୁ ସାମ୍ବାଦିକ ସମ୍ମିଳନୀରେ ବାରମ୍ବାର କୋହଲିଙ୍କ ଫର୍ମ ବିଷୟରେ ପ୍ରଶ୍ନ କରାହେଉଥିଲା ଯାହାକୁ ନେଇ ସେ ଖୁସି ନଥିଲେ।

ଦଳରୁ ବାହାରେ ଥିବା ହାର୍ଦିକ ପାଣ୍ଡ୍ୟାଙ୍କ ବିଷଯରେ ପଚରାଯିବାରୁ ରୋହିତ୍ କହିଥିଲେ, ଦଳରେ ବ୍ୟସ୍ତପୂର୍ଣ୍ଣ କାର୍ଯ୍ୟକ୍ରମ ରହିଥିବାରୁ ଖେଳାଳିମାନେ ଆହତ ହେବା ସ୍ଵାଭାବିକ। ଏହା ଗୁରୁତ୍ଵପୂର୍ଣ୍ଣ ଯେ ଆମେ ସେହି ଖେଳାଳିମାନଙ୍କୁ ସୁଯୋଗ ଦେବା ଉଚିତ ଯେଉଁମାନେ ଆହତ ଖେଳାଳିମାନଙ୍କ ସ୍ଥାନରେ ଭଲ ପ୍ରଦର୍ଶନ କରିପାରିବେ।

Leave a Reply

Your email address will not be published. Required fields are marked *

You cannot copy content of this page