ଜାତୀୟ ଜୁନିୟର ରଗବି ଖେଳରେ ଯାଜପୁର ଖେଳାଳୀ ଙ୍କ ସଫଳତା

0

ଯାଜପୁର(ସଙ୍କେତ ଖବର) ଭାରତୀୟ ରଗବୀ ଫୁଟବଲ୍ ଆସୋସିଏସନ୍ ଦ୍ଵାରା ବିହାରର ପାଟନା ଠାରେ ଆୟୋଜିତ ଜାତୀୟ ରଗବୀ ଫୁଟବଲ୍ ଚାମ୍ପିଅନସିପ ରେ ଓଡ଼ିଶା ବାଳିକା ବିଭାଗରେ ଉପବିଜେତା ହୋଇଥିବା ବେଳେ ବାଳକ ବିଭାଗରେ ୫ ମ ସ୍ଥାନ ଅଧିକାର କରିଛି । ଓଡ଼ିଶା ତରଫରୁ ପ୍ରତିନିଧିତ୍ଵ କରୁଥିବା ଯାଜପୁର ରଗବୀ ଆସୋସିଏସନ୍ ର ଖେଳାଳୀ ସୌମ୍ୟରଞ୍ଜନ ସ୍ୱାଇଁ ଏବଂ ଲିଲିରାଣି ବେହେରାଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛା ଦିଆଯାଇଛି । ସୌମ୍ୟରଞ୍ଜନ ସ୍ୱାଇଁ ଙ୍କ ଘର ଦଶରଥପୁର ଓଡ଼େଇ ଗ୍ରାମରେ ଏବଂ ସେ ଦଶରଥପୁର ଉଚ୍ଚତର ବିଦ୍ୟାଳୟର ଛାତ୍ର। ସେହିପରି ଲିଲିରାଣୀ ବେହେରା ଙ୍କ ଘର ଭଦ୍ରକ ରାମସରପୁର ଗ୍ରାମରେ।

ସେ ଦଶରଥପୁର ରେ ରହି ଯାଜପୁର ର ରିଜିଓନାଲ୍ କଲେଜ ରେ ପାଠ ପଢୁଛନ୍ତି।। ଜିଲ୍ଲା ର ସଫଳତା ପାଇଁ ବିଭିନ୍ନ ମହଲ ରେ ଖେଳାଳି ମାନଙ୍କୁ ଶୁଭେଚ୍ଛା ମିଳିଛି। ଜିଲ୍ଲା ରଗବି ଆସୋସିଏସନ୍ ର ସଭାପତି ନାରାୟଣ ଚନ୍ଦ୍ର ସାହୁ , ସମ୍ପାଦକ ତଥା ରାଜ୍ୟ ସଂଯୋଜକ ଭରତ ସାହୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଫକିର ମୋହନ ଟୁଡୁ, ଜିଲ୍ଲା ହକି କୋଚ୍ ଅମୂଲ୍ୟ ବେହେରା, ସମ୍ବଲପୁର ବିଶ୍ୱବିଦ୍ୟାଳୟ ର କ୍ରୀଡ଼ା ଅଧିକାରୀ ଅଭିନାସ୍ କର , ଦଶରଥପୁର ବ୍ଲକ ଆଇଲମ୍ପିକ ଆସୋସିଏସନ୍ ର ସଭାପତି ଚନ୍ଦ୍ରଶେଖର ସାହୁ, ଦଶରଥପୁର ଉଚ୍ଚତର ବିଦ୍ୟାଳୟର ଅଧ୍ୟକ୍ଷ କାହୁଁ ଚରଣ ମିଶ୍ର , ରିଜିଓନାଲ୍ କଲେଜ ଅଧ୍ୟକ୍ଷ, ଜିଲ୍ଲା କିକବକ୍ସିଂ ର ସମ୍ପାଦକ ରଞ୍ଜନ ସୁତାର, ଜିଲ୍ଲା ଡି.ଫା ସମ୍ପାଦକ ପ୍ରବୋଧ ପତ୍ର, ଜିଲ୍ଲା ଆଥେଲେଟିକ ଆସିସିଆସନର ପୂର୍ବତନ ସମ୍ପାଦକ ଦୁର୍ଯ୍ୟୋଧନ ରାଉତ, ଜିଲ୍ଲାର ପ୍ରମୁଖ କ୍ରୀଡ଼ା ସଂଗଠକ ମନରଂଜନ୍ ସିଂ, ମମ୍ ତାଜ୍ ଅଲ୍ଲୀ , ପ୍ରମୋଦ ଦାସ, କୃଷ୍ଣକାନ୍ତ୍ ପଣ୍ଡା , ପ୍ରମୁଖ ଖେଳାଳୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଲିଲୀରାଣି ବେହେରା ଭାରତୀୟ ଶିବିର ପାଇଁ ମନୋନୀତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page