ବହୁଚର୍ଚିତ ସ୍ମିତାରାଣୀ ମୃତ୍ୟୁ ଘଟଣା,ଜେଲ ରୁ ବାହାରିଲେ ଅଭିଯୁକ୍ତ ରୁପେଶ ଭଦ୍ର।
![](https://www.sanketkhabar.com/wp-content/uploads/2020/06/FB_IMG_1591104397644.jpg)
ଯାଜପୁର(ସଂକେତ ଖବର)ବହୁ ଚର୍ଚିତ ସ୍ମିତାରାଣୀ ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ରୁପେଶ ଭଦ୍ର ଜେଲରୁ ମୁକୁଳିଛନ୍ତି | ଆଜି ଅପରାହ୍ନରେ ରଗଡି ଉପ କାରାଗାରରୁ ରୁପେଶ ଭଦ୍ର ବାହାରିବା କ୍ଷଣି ଉତ୍ତରୀୟ ଦେଇ ତାଙ୍କ ଶୁଭେଚ୍ଛୁ ତାଙ୍କୁ ସ୍ୱାଗତ୍ କରିବା ସହିତ ତୁରନ୍ତ ସେଠାରୁ ପାଛୋଟି ନେଇଥିଲେ |
ରୁପେଶ ଜେଲ କାରାଗାର ଭିତରୁ ବାହାରିବା ପୂର୍ବରୁ ତାଙ୍କର ଶତାଧିକ ସମର୍ଥକ ଜେଲ ବାହାରେ ତାଙ୍କୁ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଥିଲା | ଗତକାଲି ରୁପେଶଙ୍କ ଜାମିନ ମଞ୍ଜୁର ହୋଇଥିବା ବେଳେ ଆଜି ସେ ରଗଡି ଉପ କାରାଗାରରୁ ବାହାରକୁ ବାହାରି ପ୍ରଥମେ ଜେଲ କାରାଗାରକୁ ପ୍ରଣିପାତ କରି ଗାଡି ରେ ବସି ନିଜ ଘର ଅଭିମୁଖେ ବାହାରିଥିଲେ | ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ ହୋଇ ଗତ 8 ମାସ ହେବ ଜେଲରେ ଥିଲେ ରୂପେଶ ଭଦ୍ର । ଗତକାଲି ରୁପେଶଙ୍କୁ ସର୍ତମୂଳକ ଜାମିନ ପ୍ରଦାନ କରିଥିଲେ ମାନ୍ୟବର ହାଇକୋର୍ଟ।