ଲୋକଙ୍କ ଆସ୍ଥା ହରାଉଛନ୍ତି ଶରତ,ହାତ ଛାଡୁଛନ୍ତି ଗୋଟିଏ ପରେ ଗୋଟିଏ ନେତୃତ୍ୱ ।

0

ଯାଜପୁର (ଏସ ରାୟ) :

ରାଜ୍ୟ ରାଜନିତି ମାନଚିତ୍ରରେ ସୁକିନ୍ଦାର ସ୍ଥାନ ସ୍ୱତନ୍ତ୍ର । ସୁକିନ୍ଦା ରେ ଥିବା ଖଣିଖାଦାନ ସାଗଂକୁ ଏକାଧିକ କାରଖାନା ଓ ଆଦିବାସୀ ବହୁଳ ଅଂଚଳ ଭାବେ ବେଶ ଜଣାଶୁଣା । ସେହିଭଳି ଏହି ଅଂଚଳର ପ୍ରତିନିଧିତ୍ୱ କରିବା ମଧ୍ୟ ଏକ କଷ୍ଟକର ବ୍ୟାପାର । ଏଠାକାର ଭୌଗଳିକ ପରିସ୍ଥିତି ଓ ସାମାଜିକ ଚାଲିଚଳଣି ଏହାର ରାଜନୈତିକ ପାଣିପାଗକୁ ମଧ୍ୟ ପଭାବିତ କରେ । ୨୦୧୯ ମସିହାରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଏବେ ଠାରୁ ସମସ୍ତ ରାଜନୈତିକ ଦଳ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବିଗତ ନିର୍ବାଚନ ର ପଂଳାପଂଳ ବର୍ତମାନର ସ୍ଥିତି କୁ ଲକ୍ଷ୍ୟ କଲେ କଂଗ୍ରେସ ସଂଗଠନ ବେଶ ଦୁର୍ବଳ ଥିବା ପରି ମନେ ହୁଏ । କାରଣ ଏଠି କଂଗ୍ରେସର ନେତୃତ୍ୱ ନେଉଥିବା ଶରତ ରାଉତ ୧୯୯୦ ମସିହା ପର ଠାରୁ ପ୍ରପୁଂଲ୍ଲ ଘଡାଇଙ୍କ ଠାରୁ ଲଗାତର ୫ ଥର ଓ ପୁଅ ପ୍ରିତିରଂଜନ ଘଡାଇଙ୍କ ଠାରେ ଗତ ୨୦୧୪ ମସିହାରେ ପରାଜୟ ବରଣ କରିଛନ୍ତି । ବାରମ୍ବାର ସାଧାରଣ ଲୋକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହେଉଥିବା ଶରତ ଆଉ ବିଧାନସଭା ମାଟି ମାଡିପାରୁନଥିବାରୁ ସଂଗଠନ ଆଗକୁ ବଢ଼ିପାରୁନାହିଁ । ବିଶେଷ କରି ନିର୍ବାଚନରେ ପରାଜିତ ହେବା ପରେ ଶରତ ଅଧିକାଂଶ ସମୟ ନିର୍ବାଚନ ମଣ୍ଡଳୀ ଛାଡି ଭୁବନେଶ୍ୱରରେ ସମୟ ଦେଉଥିବାରୁ ସଂଗଠନ ଦିନକୁ ଦିନ ଦୁର୍ବଳ ହେଉଥିବା ଚର୍ଚ୍ଚା ହେଉଛି । ଏହି ଅଂଚଳରେ ଥିବା ଖଣି ଓ କାରଖାନା ଜନିତ ସମସ୍ୟାକୁ ଠିକ୍ ଭାବେ ଉପସ୍ଥାପନ ନ ହେବା ମଧ୍ୟ କଂଗ୍ରେସର ସଂଗଠନ ଦୁର୍ବଳତାର ଅନ୍ୟତମ କାରଣ ବୋଲି କୁହାଯାଉଛି । ୨୦୦୬ ମସିହାରେ ଟାଟା କାରଖାନା ପାଇଁ ଜମି ଅଧିଗ୍ରହଣ ବେଳେ ଆଦିବାସୀ ଓ ପୋଲିସ ମଧ୍ୟରେ ଗୋଷ୍ଠି ସଂଘର୍ଷ ଘଟଣାରେ କଂଗ୍ରେସ ଦୁର୍ବଳ ନେତୃତ୍ୱ ପାଇଁ ପାଂଇଦା ନେଇ ପାରିଲା ନାହିଁ ବୋଲି ରାଜନୈତିକ ବିଶେଷଜ୍ଞ ମାନେ ମତ ଦେଉଛନ୍ତି । କାରଣ ସେତେବେଳେ କଳିଙ୍ଗନଗର ଗୁଳିକାଣ୍ଡ ଘଟଣା ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ଥିଲା । ଏପରିକି ସେତେବେଳେ ଆଦିବାସୀ ମାନେ ସଂପୁର୍ଣ୍ଣ ଭାବେ ବିଜେଡି ସରକାର ବିରୋଧରେ ଥିଲେ । ଏଭଳି ଏକ ପରିସ୍ଥିତିରେ ତକ୍ରାଳିନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ କଳିଙ୍ଗନଗର ଗସ୍ତରେ ଆସିଥିଲେ । କିନ୍ତୁ ପରବର୍ତି ସମୟରେ କାରଖାନା କର୍ତୁପକ୍ଷ ଓ କଂଗ୍ରେସ ନେତୃତ୍ୱଙ୍କ ମଧ୍ୟରେ ସୃଷ୍ଟ ସଂପର୍କ ଓ ଉତମ ବୁଝାମଣା ଯୋଗୁଁ ସଂଗଠନ ଦୁର୍ବଳ ହୋଇଥିଲା । ଯାହାକୁ ଅନୁଭବ କରି ବିସ୍ଥାପନ ବିରୋଧୀ ଜନମଂଚର ନେତା ରବିନ୍ଦ୍ର ନାଥ ଜାରିକା ମଧ୍ୟ କଂଗ୍ରେସ ଦଳ ଛାଡିଥିଲେ । ଯଦି ଏହି ଆଦିବାସୀ ଭୋଟକୁ ସେତେବେଳେ କଂଗ୍ରେସ ନିଜ ଆୟତରେ ରଖିଥାନ୍ତା ତା ହେଲେ ଦଳର ବିଜୟୀ ହେବା ନିଶ୍ଚିତ ଥିଲା । କିନ୍ତୁ ଶରତ ରାଉତଙ୍କ ନେତୃତ୍ୱ ଉପରେ ଅନେକ ଆସ୍ଥା ହରାଇ କଂଗ୍ରେସ ଦଳ ଛାଡିବା ଆରମ୍ଭ କରିଥିଲେ । ସେହିଭଳି ଖଣି ଖାଦାନ ଅଂଚଳରେ ରହିଥିବା ଅନେକ ସମସ୍ୟା ପାଇଁ କଂଗ୍ରେସ ଯେଭଳି ପ୍ରସଂଗ କରିବା କଥା ସେଭଳି ନ କରି କେବଳ ସାମ୍ବାଦିକ ସମ୍ମିଳନୀ ଡାକି ନିଜ ବାହାବା ଦେଖାଇବା ପଂଳରେ ସଂଗଠନ ଦୁର୍ବଳ ହେଉଥିବା ଦେଖିବାକୁ ମିଳୁଛି । ନିଯୁକ୍ତି କ୍ଷେତ୍ରରେ ସ୍ଥାନୀୟ ଯୁବକଙ୍କ ସମସ୍ୟାକୁ ଗୁରୁତ୍ୱ ନ ଦେଇ କେବଳ ନିଜ ସଂପର୍କିୟ ମାନଙ୍କୁ ବିଭିନ୍ନ କଳକାରଖାନାରେ ଥଇଥାନ କରିବା କଂଗ୍ରେସ ନେତାଙ୍କ ମୁଖ୍ୟ କାମ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।
କଂଗ୍ରେସ ନେତା ଶରତଙ୍କ ଏତାଦୃଶ କାର୍ଯ୍ୟ କଳାପ ରେ ଅତିଷ୍ଠ ହୋଇ ଅନେକ ଯୁବ କର୍ମୀ ଦଳ ଛାଡି ଚାଲିଯାଉଥିବା ଦେଖିବାକୁ ମିଳୁଛି । ଜଣିଏ ପ୍ରାର୍ଥି ଗୋଟିଏ ନିର୍ଦ୍ଧିଷ୍ଟ ନିର୍ବାଚନ ମଣ୍ଡଳୀରୁ ୬ ଥର ପରାଜିତ ହେବା ପରେ ମଧ୍ୟ ଦଳୀୟ ହାଇକମାଣ୍ଡଙ୍କ ଚେତା ପଶୁନି । ଏଥିସହିତ ଏହି ନିର୍ବାଚନ ମଣ୍ଡଳୀର ଭୋଟର ମଧ୍ୟ ଜଣିଏ ପ୍ରାର୍ଥୀଙ୍କୁ ଭୋଟ ଦେଇ ଦେଇ ବୋର ହେଲେଣି । ଅନ୍ୟପକ୍ଷରେ ଶରତ ନିଜ ଭୋଟରଙ୍କୁ ଏବେ ଚିହ୍ନିପାରୁନଥିବା ଛକ ବଜାରରେ ଚର୍ଚ୍ଚା ହେଉଛି । କାରଣ ନିଜ ନିର୍ବାଚନମଣ୍ଡଳୀ ସହିତ ସେତେଟା ସଂପର୍କ ନଥିବାରୁ ଅନେକ ସମୟରେ ଦଳୀୟ କର୍ମୀଙ୍କୁ ଚିହ୍ନି ନ ପାରି ହଟହଟା ହେବାକୁ ପଡୁଥିବା ଆଲୋଚନା ହେଉଛି । ବର୍ତମାନର ବିଧାୟକ ପ୍ରିତିରଂଜନ ଘଡାଇ ଯୁବକ ହୋଇଥିବାରୁ ଯୁବ କର୍ମୀ ମାନଙ୍କୁ ଶିଘ୍ର ଆପଣାର କରିପାରୁଛନ୍ତି । ଏପରିକି କଂଗ୍ରେସର ଯୁବ କର୍ମୀ ମାନେ ଜଣକ ପରେ ଜଣେ ବିଜେଡି ଆଡକୁ ଚାଲିଯାଉଛନ୍ତି । ଯାହା କଂଗ୍ରେସ ପାଇଁ ଚିନ୍ତାର କାରଣ ପାଲଟିଛି ।

Leave a Reply

Your email address will not be published. Required fields are marked *

You cannot copy content of this page