ପଚାଂୟତ କୁ ଶ୍ରେଷ୍ଠ ଓ ଆଦର୍ଶ ଭାବେ ଗଢି ତୋଳିବାକୁ ଜିଲ୍ଲାପାଳ ଙ୍କ ଆହ୍ଵାନ।

0

ପୁରୀ(ସଂକେତ ଖବର) ନିଜ ପଚାଂୟତ କୁ ଏକ ଆଦର୍ଶ ଓ ଶ୍ରେଷ୍ଠ ପଚାଂୟତ ଭାବେ ଗଢି ତୋଳିବାକୁ ଜିଲ୍ଲାପାଳ ସମର୍ଥ ବର୍ମା ଆହ୍ଵାନ ଦେଇଛନ୍ତି। ରବିବାର ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଟାଉନ ହଲ ଠାରେ ନବ ନିର୍ବାଚିତ ସରଫଚ ମାନଙ୍କର କର୍ମଶାଳା ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ଜିଲ୍ଲାପାଳ ଙ୍କ ଆମନ୍ତ୍ରଣ କ୍ରମେ ମହିଳା ସରପଞ୍ଚ ମାନେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ନିଜ ଅଭିଭାଷଣ ରେ ଜିଲ୍ଲାପାଳ ଶ୍ରୀ ବର୍ମା ନବ ନିର୍ବାଚିତ ସରପଞ୍ଚ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଭଲ କାର୍ଯ୍ୟ କୁ ପ୍ରାଥମିକତା ଦେଇ ସମାଜ ପାଇଁ ଉଦାହରଣ ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ। ଗଠନ ମୂଳକ ଓ ସମାଜ କଲ୍ୟାଣ କାର୍ଯ୍ୟ ଗୁଡିକୁ ଅଗ୍ରାଧିକାର ଦେବା, ବିଦ୍ୟାଳୟ ଗୁଡ଼ିକର ରୂପାନ୍ତକରଣ କରିବା, ଗ୍ରାମ୍ୟ ଉଦ୍ୟାନ ସୃଷ୍ଟି କରିବା, ପାଠାଗାର, ପାନୀୟ ଜଳ ଯୋଗାଣ, ପରିମଳ ବ୍ୟବସ୍ଥା, ବିଦ୍ୟୁତ ଯୋଗାଣ ,ଅଗଂନବାଡି କେନ୍ଦ୍ର ନିର୍ମାଣ ଓ ସୌନ୍ଦର୍ଯ୍ୟ କରଣ,ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତି କରଣ ଇତ୍ୟାଦି ଅତି ଆବଶ୍ୟକ ଓ ଜନ କଲ୍ୟାଣ କାର୍ଯ୍ୟ କୁ ପ୍ରାଥମିକତା ଦେବାକୁ ପଡିବ। ବର୍ତ୍ତମାନ ପ୍ରତି ପଚାଂୟତ କୁ ୬୦ ଲକ୍ଷ ରୁ ଅଧିକ ଅର୍ଥ ମିଳୁଛି। ଏହାକୁ ଉପଯୁକ୍ତ ଯୋଜନା ମାଧ୍ୟମରେ କାର୍ଯ୍ୟକାରୀ କଲେ ଏହା ଅଧିକ ଫଳପ୍ରଦ ହୋଇ ପାରିବ ବୋଲି ଜିଲ୍ଲାପାଳ ଶ୍ରୀ ବର୍ମା କହିବା ସହ ସହଭାଗିତାରେ ଜିଲ୍ଲା ର ଉନ୍ନୟନ କାର୍ଯ୍ୟ କୁ ଶୀର୍ଷ କୁ ନେଇ ପାରିବା ବୋଲି ଆହ୍ଵାନ ଦେଇଥିଲେ। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଜ୍ୟୋତି ଶଙ୍କର ମହାପାତ୍ର ଏଥିରେ ଅଧ୍ୟକ୍ଷତା କରିବା ସହ ପଚାଂୟତରାଜ ବିଭାଗର ଆଭିମୁଖ୍ୟ, ସ୍ଥାନୀୟ ସମ୍ବଳର ପରିଚାଳନା, ନେତୃତ୍ବ ସୃଷ୍ଟି, କ୍ଷମତା ର ବିକେନ୍ଦ୍ରୀକରଣ କରି ବିକାଶକୁ ତ୍ୱରାନ୍ୱିତ, ପାରମ୍ପରିକ ଜ୍ଞାନ ଓ ସମ୍ବଳର ସଦୁପଯୋଗ, ଲୋକଙ୍କୁ ସଚେତନ ଓ ସହଯୋଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ବିଶେଷ କରି ସରପଞ୍ଚ ମାନଙ୍କର କାର୍ଯ୍ୟ,ଦାୟିତ୍ବ ଓ କ୍ଷମତା, ନିଜ ପଚାଂୟତ କୁ ବିକାଶ ପାଇଁ ବିବିଧ ଯୋଜନା ସମ୍ପର୍କରେ ସେ ଆଲୋକପାତ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଦିଲ୍ଲୀପ କୁମାର ମହାପାତ୍ର ପଚାଂୟତ ର ବିକାଶ ଓ ଉନ୍ନତି ଦିଗରେ ରାଜସ୍ବ ବିଭାଗର ଦାୟିତ୍ୱ ଓ ସହଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କର୍ମଶାଳାରେ ଜିଲ୍ଲା ର ସରପଞ୍ଚ, ବ୍ଲକ ଉନ୍ନୟନ ଅଧିକାରୀ, ତହସିଲଦାର, ବ୍ଲକ ସହକାରୀ ଯନ୍ତ୍ରୀ ପ୍ରମୁଖ ଯୋଗ ଦେଇଥିଲେ। ଏ ପି ଡି ବାଣିଭୂଷଣ ଦାସ, ନିଶିତ କୁମାର ଦାସ,ତୃପ୍ତି ବଡଜେନା ,ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ମୁଖ୍ୟ କିରାଣୀ ଶୈଳମାଳିନୀ ମିଶ୍ର ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ କାର୍ଯ୍ୟ ସମ୍ପାଦନ ରେ ସହଯୋଗ କରିଥିଲେ। ପାୱାର ପ୍ରେଜେଣ୍ଟେସନ ମାଧ୍ୟମରେ ସରପଞ୍ଚ ମାନଙ୍କ ର ଦାୟିତ୍ୱ ସମ୍ପର୍କରେ ବିବିଧ ତଥ୍ୟ ପ୍ରଦର୍ଶନ କରାଯାଇଥିଲା।

Leave a Reply

Your email address will not be published. Required fields are marked *

You cannot copy content of this page