ବ୍ଲକ ସମ୍ମୁଖରେ ଜିଆରଏସଙ୍କ ବିରୋଧରେ ସରପଞ୍ଚଙ୍କ ଧାରଣା

0

ଯାଜପୁର (ସଙ୍କେତ ଖବର) : ଯାଜପୁର ଜିଲା କୋରେଇ ବ୍ଳକ ମକୁନ୍ଦପୁର ପଞ୍ଚାୟତ ସରପଞ୍ଚ ସୁକାନ୍ତି ଯେନା ବ୍ଳକ ସମ୍ମୁଖରେ ଧାରଣାରେ ବସି ରହି ଜିଆରଏସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି । ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସଂପୃକ୍ତ ଜିଆରଏସ ଜଣକ ଲାଞ୍ଚ ମାଗୁଥିବା ଅଭିଯୋଗ କରିଛନ୍ତି ସରପଞ୍ଚ । ସଂପୃକ୍ତ ଦୁର୍ନିତିଗ୍ରସ୍ତ ଜିଆରଏସଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ଫଳରେ ସାଧାରଣ ଲୋକେ ସରକାରୀ ଲୋକାଭିମୁଖି ଯୋଜନା ପାଇବାରୁ ବଂଚିତ ହେଉଛନ୍ତି । ତେଣୁ ଜିଆରଏସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ପର୍ଯ୍ୟନ୍ତ ଧାରଣାରେ ବସିରହିବେ ବୋଲି ସରପଞ୍ଚ ଚେତାବନି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page