ଭଣ୍ଡାରିପୋଖରୀ ରେ ସତ୍ୟପ୍ରକାଶଙ୍କ ବିଶାଳ ରୋଡ ସୋ କୁ ନେଇ ଚର୍ଚ୍ଚା….

0

ଭଦ୍ରକ (ସଂକେତ ଖବର ବ୍ୟୁରୋ)
ଆଗକୁ ଆସୁଛି ସାଧାରଣ ନିର୍ବାଚନ । ନିକଟରେ ବିଭିନ୍ନ ରାଜ୍ୟରେ କଂଗ୍ରେସ ଦଳ ଭଲ ପ୍ରଦର୍ଶନ କରିବା ପରେ ଓଡିଶା କଂଗ୍ରେସ ନେତା ମଧ୍ୟ ବେଶ ଉତ୍ସାହିତ । ଆଜି ଭଦ୍ରକ ଜିଲା ଭଣ୍ଡାରିିପୋଖରିରେ କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକଙ୍କ ବିଶାଳ ରୋଡ ସୋକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ବର୍ତମାନର ବିଧାୟକ ତଥା ବରିଷ୍ଠ ମନ୍ତ୍ରୀ ପ୍ରପୁଂଲ୍ଲ ସାମଲଙ୍କ ଗଡରେ ଏଭଳି ବିରାଟ ରୋଡ ସୋକୁ ନେଇ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ସୃଷ୍ଟି କରିପାରିଛି ।  କେନ୍ଦୁଆପଦାରୁ ଏକ ବିଶାଳ ରାଲି ବାହାରିଥିଲା । ସତ୍ୟ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଯୁବ ଗର୍ଜନ ସମାବେଶରେ ଏକ ହଜାରରୁ ଉର୍ଦ୍ଧ ଯୁବକ ବାଇକ ରାଲିରେ ସାମିଲ ହୋଇଥିଲେ । ଏହି ରାଲି ବନ୍ତ ଛକରେ ପହଂଚିବା ପରେ ଯୁବ ଗର୍ଜନ ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ସମାବେଶରେ ସ୍ଥାନୀୟ ଅଂଚଳର ଯୁବକ ମାନଙ୍କ ସମସ୍ୟା ସଂପର୍କରେ ସତ୍ୟପ୍ରକାଶ ଯୁବକ ମାନଙ୍କୁ ଉଦବୋଧନ ଦେଇଥିଲେ । ଆଜି ହୋଇଥିବା ଯୁବ ଗର୍ଜନ ସମାବେଶ କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇନଥିଲେ ହେଁ ସତ୍ୟପ୍ରକାଶଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱ ଉପରେ ଆସ୍ଥା ରଖି ହଜାର ହଜାର ଯୁବକ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଭଣ୍ଡାରିପୋଖରି ଅଂଚଳର ଲଗାତର ଦୁଇ ଦୁଇଥର ବିଧାୟକ ଥିବା ପ୍ରପୁଂଲ୍ଲ ସାମଲଙ୍କ ନାଁରେ ରହିଥିବା ବିଭିନ୍ନ ଦୁର୍ନିତି ଓ ଗୋଷ୍ଠୀ କନ୍ଦଳର ପାଂଇଦା ନେବା ଲକ୍ଷ୍ୟ ରେ ସତ୍ୟପ୍ରକାଶ ନାୟକ ଥିବା ଚର୍ଚା ହେଉଛି । ବରପଦା ଇଂଜିନିୟରିଂ କେଳେଙ୍କାରି ଘଟଣାରେ ମନ୍ତ୍ରୀ ଓ ତାଙ୍କ ପରିବାର ସଦସ୍ୟଙ୍କ ପ୍ରମୁଖ ହାତ ଥିବା ଅଭିଯୋଗ ହୋଇଥିଲା । ଏଥିସହିତ ବିଜେଡି ଦଳୀୟ କନ୍ଦଳକୁ ସମାଧାନ କରିବାରେ ବିଧାୟକ ବିପଂଳ ହୋଇଥିବାରୁ ଏହାର ପାଂଇଦା ନେବାକୁ ସତ୍ୟ ଉଦ୍ୟମ କରିବେ ବୋଲି ଚର୍ଚ୍ଚା ହେଉଛି । ତେବେ ଆଜିର ଏହି ଯୁବ ଗର୍ଜନ ସମାବେଶରେ ସତ୍ୟଙ୍କ ଲୋକପ୍ରିୟତା ପ୍ରମାଣିତ ହୋଇଛି ।

Leave a Reply

Your email address will not be published. Required fields are marked *

You cannot copy content of this page