ଗଣ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁଙ୍କୁ ସମ୍ବର୍ଦ୍ଧନା
ଧର୍ମଶାଳା(ସଙ୍କେତ ଖବର)ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ମୋ ସ୍କୁଲ ଅଭିଯାନ ଜିଲ୍ଲା କମିଟି ତରଫରୁ ଯାଜପୁର ଜିଲ୍ଲା ଶିକ୍ଷାଧିକାରୀ ରଞ୍ଜନ କୁମାର ଗିରି ଓ ଅନ୍ଯାନ୍ଯ କର୍ମକର୍ତ୍ତାଙ୍କ ଉପସ୍ଥିତରେ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁ (ଆଇ ଏ ଏସ ) ଙ୍କୁ ଜାରକା ଉଚ୍ଚ ବିଦ୍ୟାଳୟଠାରେ ସ୍ବାଗତ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟର ଆଲୁମିନିଙ୍କ ତରଫରୁ ୬୦,୦୦୦ ଟଙ୍କା ପ୍ରଧାନଶିକ୍ଷକ ପ୍ରମୁଖ ସଚୀବଙ୍କୁ ଚେକ ପ୍ରଦାନ କରିଥିଲେ । ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁ ଅଧିକରୁ ଅଧିକ ଆଲୁମିନି କିପରି ଯୋଗ କରାଯାଇପାରିବ ତା ଉପରେ ଗୁରୁତ୍ବ ଆରୋପ କରିଥିଲେ ।
ଯାଜପୁର ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ଥିବା ଅଭାବ ଅସୁବିଧାକୁ ସରକାରଙ୍କ ସୁପରିକଳ୍ପିତ ଯୋଜନା “ମୋ ସ୍କୁଲ ଅଭିଯାନ ” ମାଧ୍ୟମରେ ପୂରଣ କରି ଜିଲ୍ଲାକୁ ରାଜ୍ୟରେ ଏକ ଅଗ୍ରଣୀ ଶିକ୍ଷା ଜିଲ୍ଲାରେ ପରିଣତ କରିବାର ବୀଜମନ୍ତ୍ର ପ୍ରଦାନ କରିଥିଲେ ।ଏହି ଆଲୋଚନାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସନାତନ ପଣ୍ଡା ନୂତନ ପରୀକ୍ଷା ପଦ୍ଧତି କିପରି କାର୍ଯ୍ଯକାରୀ ହୋଇ ଛାତ୍ର ଛାତ୍ରୀଙ୍କୁ ସହାୟକ ହେବ ତା ଉପରେ ଧ୍ୟାନ ଦେବାକୁ ସମସ୍ତ ଉପସ୍ଥିତ ଅଧିକାରୀଙ୍କ ସହଯୋଗ ଲୋଡିଥିଲେ ।ଶେଷରେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ତରଫରୁ ଉପଢୌକନ ଦେଇ ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁ ଓ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି ସଭାରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ରଂଜନ କୁମାର ଗିରି ,ଜିଲ୍ଲାର ସମସ୍ତ ଏଡିଓ,ବିଇଓ ଓ ମୋ ସ୍କୁଲ ଅଭିଯାନ ଯାଜପୁର ଜିଲ୍ଲା କମିଟିର ଜିଲ୍ଲା ସଂଯୋଜକ ଶ୍ରୀ ରାଜେନ୍ଦ୍ର କୁମାର ଶତପଥୀ, ଅମରେଶ ପଣ୍ଡା,ଚିନ୍ମୟ ଧଳ ପ୍ରମୁଖ ଉପସ୍ଥିତ ଥିଲେ ।