ଛାତ୍ର ଛାତ୍ରୀଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ କଲେ ଶିକ୍ଷକ ଶିକ୍ଷୟତ୍ରୀ

0

ଯାଜପୁର (ସଙ୍କେତ ଖବର): ଆଜି ଠାରୁ ଶ୍ରେଣୀ ଗୃହରେ ଅଷ୍ଟମ ଶ୍ରେଣୀ ପାଠପଢ଼ା ଆରମ୍ଭ ହେଇଛି। ଶ୍ରେଣୀ ଗୃହ ପାଠପଢା ସକାଳ ୯ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨.୩୦ଟା ପର୍ଯ୍ୟନ୍ତ ଚାଲିବ। ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ ନାହିଁ। ଉଭୟ ସଞ୍ଚାର (ଅନଲାଇନ) ଏବଂ ଅଫ୍‌ଲାଇନ ପାଠପଢା ଜାରି ରହିବ। ଛାତ୍ରଛାତ୍ରୀ ସେମାନଙ୍କ ଅଭିଭାବକଙ୍କ ପାଖରୁ ଅନୁମତି ନେଇ ବିଦ୍ୟାଳୟ ଆସିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ହେଇଥିଲା।


ରାଜ୍ୟରେ ଦୀର୍ଘ ୨୦ ମାସ ପରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିଲା ବିଦ୍ୟାଳୟ। ଛାତ୍ରାବାସ ପରିସରକୁ ନିୟମିତ ସଫେଇ ସହ କରୋନା କଟକଣା କଡ଼ାକଡ଼ି ଭାବେ ପାଳନ କରାଯିବ। ଥର୍ମାଲ ସ୍କ୍ରିନିଂ, ମାସ୍କ ପିନ୍ଧିବା ଓ ହାତକୁ ସାନିଟାଇଜ କରିବା ଭଳି କରୋନା କଟକଣା ଅନୁପାଳନ କରିବେ କର୍ମଚାରୀ ଓ ଅନ୍ତେବାସୀ। ଏହି ପରିପ୍ରେକ୍ଷୀରେ ଆଜି ଠାରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ଅଫ ଲାଇନ ମାଧ୍ୟମରେ ଅଷ୍ଟମ ଶ୍ରେଣୀ ର ପାଠପଢା।

ଏଥିପାଇଁ ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଯାଜପୁର କୋରେଇ ବ୍ଲକ ସୋତୀ ନୋଡାଲ ବିଦ୍ୟାଳୟ ପକ୍ଷରୁ ଛାତ୍ର ଛାତ୍ରୀଙ୍କ ପ୍ରବେଶ ପୂର୍ବରୁ ହାତକୁ ସାନିଟାଇଜ କରାଯାଇଥିଲା।

ସ୍କୁଲ ଭିତରକୁ ପଶୁଥିବା ଛାତ୍ର ଛାତ୍ରୀଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ କରଯାଇଥିଲା। ଦୀର୍ଘଦିନ ପରେ ସ୍କୁଲ ଖୋଲା ହେବା ନେଇ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *

You cannot copy content of this page