ଆସନ୍ତାକାଲି ସାମ୍ବାଦିକଙ୍କୁ ୨ୟ ଡୋଜ ଟୀକାକରଣ

ଭୂବନେଶ୍ୱର (ସଙ୍କେତ ଖବର): ଆସନ୍ତାକାଲି ତା ୫,୬,୨୧ ରିଖ ଶନିବାର ଅପରାହ୍ନ ୩ଘଟିକାରୁ ସନ୍ଧ୍ୟା ୬ଘଟିକା ପର୍ଯ୍ୟନ୍ତରାଜ୍ୟ ସରକାରଙ୍କ ଗୋପବନ୍ଧୁ କାର୍ୟ୍ୟରତ ସାମ୍ବାଦିକ ସ୍ୱାସ୍ଥ୍ୟବୀମା କାର୍ଡ଼ଧାରୀ ସାମ୍ବାଦିକ ମାନଙ୍କୁ ୨ୟ ଡୋଜ କୋଭିଡ ଟୀକା ଦିଆଯିବ। ବିଏମସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଇଆରସି ଭିଲେଜ ନୟାପଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଏହି ୨ୟ ଡୋଜ ଟୀକା ପ୍ରଦାନ କରାଯିବ। ଯେଉଁମାନେ ପୂର୍ବରୁ ଅନୁଷ୍ଠିତ ସ୍ୱତନ୍ତ୍ର ଟୀକାକରଣ କାର୍ଯ୍ୟକ୍ରମ ରେ ୧ମ ଡୋଜ ଟୀକା ନେଇଛନ୍ତି ସେମାନଙ୍କୁ ଏହିଠାରେ ୨ୟ ଡୋଜ ଟୀକା ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମ ଆସନ୍ତା ସୋମବାର(୭ତାରିଖ) ଓ ମଙ୍ଗଳବାର(୮ତାରିଖ) ସକାଳ ୯ଟା ୩୦ମିନିଟ ଠାରୁ ଦିନ ଗୋଟାଏ ଓ ଅପରାହ୍ଣ ୩ଟାରୁ ୬ଟା ପର୍ଯ୍ୟନ୍ତ ଟୀକାକରଣ ଚାଲୁ ରହିବ। ଏଣୁ ନିର୍ଧାରିତ ସ୍ଥାନ ଓ ସମୟରେ ଉପସ୍ଥିତ ରହି ଟୀକା ନେବାକୁ ଅନୁରୋଧ।