ଦ୍ବିତୀୟ ସ୍ତମ୍ଭ ସାହିତ୍ୟ ସମ୍ମାନ ପାଇଁ ନାମାଙ୍କନ ଆହ୍ବାନ

0

ଭୁବନେଶ୍ୱର (ସଙ୍କେତ ଖବର): ନୂଆଦିଲ୍ଲୀ ସ୍ଥିତ ଓଡ଼ିଆ ବୁଦ୍ଧିଜୀବୀ ଫୋରମ ‘ଦି ଇଣ୍ଟେଲେକ୍ଟସ’ ଆନୁକୂଲ୍ୟରେ ଓ ବିଶିଷ୍ଟ ସ୍ତମ୍ଭକାର ଡଃ ଭଗବାନ ପ୍ରକାଶଙ୍କ ଦ୍ବାରା ପ୍ରତିଷ୍ଠିତ ଦ୍ବିତୀୟ ଓଡିଆ ସ୍ତମ୍ଭ ସାହିତ୍ୟ ସମ୍ମାନ ପାଇଁ ନାମାଙ୍କନ ଆହ୍ବାନ କରାଯାଉଛି। ଓଡିଆ ଭାଷାରେ ଉତ୍କୃଷ୍ଟ ସ୍ତମ୍ଭ ସାହିତ୍ୟ ପାଇଁ ପ୍ରଦାନ କରାଯାଉଥିବା ଏହା ଏକମାତ୍ର ସମ୍ମାନ ଯାହା ଗତବର୍ଷ ଠାରୁ ଆନ୍ତର୍ଜାତିକ ମାତୃଭାଷା ସମ୍ମିଳନୀରେ ପ୍ରଦାନ କରାଯାଉଅଛି। ଏହି ସମ୍ମାନର ଚୟନ ପାଇଁ ଓଡିଆ ଭାଷାର ବିଶିଷ୍ଟ ସାହିତ୍ୟିକା ଜ୍ଞାନପୀଠ ବିଜୟିନୀ ଡଃ ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଗଠିତ ବିଚାରକ ମଣ୍ଡଳୀରେ ବିଶିଷ୍ଟ ଗୀତିକାର ପ୍ରଶାସକ ଶ୍ରୀ ଦେବଦାସ ଛୋଟରାୟ, ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟସ୍ଥିତ ଆଦିକବି ସାରଳା ଦାସ ଓଡିଆ ଚେୟାରର ପ୍ରାଧ୍ୟାପକ ପ୍ରଫେସର ଉଦୟନାଥ ସାହୁ ଓ ବିଶିଷ୍ଟ ସାମ୍ବାଦିକ ଶ୍ରୀ ସଂଦୀପ ସାହୁ ସଦସ୍ୟ ଅଛନ୍ତି। ଚଳିତ ବର୍ଷ ଏହି ସମ୍ମାନ ପାଇଁ ନାମାଙ୍କନ ନଭେମ୍ବର ମାସ ୧୦ ତାରିଖ ମଧ୍ୟରେ ଆହ୍ବାନ କରାଯାଉଛି। ଯେକୌଣସି ପାଠକ, ସ୍ତମ୍ଭକାର, ସାମ୍ବାଦିକ ତଥା ଅନୁଷ୍ଠାନ ଯେକୌଣସି ଲେଖକଙ୍କର ନିର୍ଦ୍ଧିଷ୍ଟ ସ୍ତମ୍ଭ ପାଇଁ ତାଙ୍କ ନାମ ସୁପାରିଶ କରିପାରିବେ ।

ଏହି ସୁପାରିଶ ଇମେଲ ବା ହୱାଟ୍ସଆପ ମାଧ୍ୟମରେ ପଠାଇବାକୁ ଅନୁରୋଧ । ନାମାଙ୍କନ ପଠାଇବା ର ଇମେଲ: info.intellects@gmail.com ଓ ହୱାଟ୍ସ ଆପ ନମ୍ବର : ୯୩୫୦୧୨୭୩୭୦ ଅଟେ ।ନିମ୍ନ ଗୁଗଲ୍‌ ଲିଙ୍କ ଦ୍ବାରା ଆପଣ ନାମାଙ୍କନ ପଠାଇ ପାରିବେ ।https://forms.gle/dNMDCvmZNK95pi8aA

Leave a Reply

Your email address will not be published. Required fields are marked *

You cannot copy content of this page