ସମୁଦ୍ର ମଧ୍ୟରେ ଫସି ରହିଛନ୍ତି ଓଡ଼ିଆ ଯୁବକ ଅବିଶେକ
![](https://www.sanketkhabar.com/wp-content/uploads/2020/06/Screenshot_2020-06-01-19-10-27-925_com.miui_.videoplayer-1024x505.jpg)
ଭୁବନେଶ୍ୱର(ସଂକେତ ଖବର)
ସ୍କଟଲ୍ୟାଣ୍ଡ ମଝି ସମୁଦ୍ର ଫସି ରହିଛନ୍ତି ଓଡ଼ିଆପୁଅ । ଭିଡ଼ିଓ ବାର୍ତା ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସେ ସହଯୋଗର ହାତ ବଢ଼ାଇବା ପାଇଁ ଗୁହାରୀ କରିଛନ୍ତି । କରୋନା ମହାମାରୀ ସମୟରେ ବିଭିନ୍ନ ଦେଶ ଓ ରାଜ୍ୟରୁ ପ୍ରବାସୀମାନେ ନିଜନିଜ ଘରକୁ ଫେରୁଥିବା ବେଳେ ସ୍କଟଲ୍ୟାଣ୍ଡ ମଝି ସମୁଦ୍ରରେ ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଏହି ଜାହାଜରେ ଭାରତ ବିଭିନ୍ନ ରାଜ୍ୟରୁ ପାଖାପାଖି ୪୮ଜଣ ପ୍ରବାସୀ ଥିବା ବେଳେ ଓଡ଼ିଶାର ମଧ୍ୟ ଜଣେ ଯୁବକ ଅବିଶେକ ପାଣିଗ୍ରାହୀ ଏଥିରେ ଅଛନ୍ତି । ତାଙ୍କ ଘର ଭଦ୍ରକ ଜିଲା ଧାମନଗର ଅଞ୍ଚଳରେ ।
ସେମାନଙ୍କୁ ତୁରନ୍ତ ନିଜ ମାଟିକୁ ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଆକୂଳ ନିବେଦନ କରିଛନ୍ତି ।