କଳିଆପାଣି ଟାଟା କ୍ରୋମାଇଟ୍ ଖଣି ରେ ଶ୍ରମିକ ଅସନ୍ତୋଷ

0

ଯାଜପୁର (ସଙ୍କେତ ଖବର): ଯାଜପୁର କାଳିଆପାଣି ଟାଟା କ୍ରୋମାଇଟ୍ ଖଣିରେ ଶ୍ରମିକ ମହଲ ରେ ଦେଖାଦେଇଛି ଅସନ୍ତୋଷ । ୩ ଦଫା ଦାବୀରେ କାଳିଆପାଣି କ୍ରୋମାଇଟି ରିଜିଅନ ଖାଦାନ ମଜଦୂର ୟନିଅନ ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଛି । ସ୍ଥାନୀୟ ଅଂଚଳର ବେକାର ଯୁବକ ଯୁବତୀ ଙ୍କୁ ନିଯୁକ୍ତି ଦେବା ସହିତ ଜିଲ୍ଳା ଓ ରାଜ୍ୟ ବାହାର ଶ୍ରମିକଙ୍କୁ ନିଯୁକ୍ତି ବନ୍ଦ କରିବା ଏବଂ ଛଟେଇ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦେବାକୁ ଦାବୀ କରିଛି ୟୁନିଅନ । ସ୍ଥାନୀୟ ଅଂଚଳର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ନ ଦେଇ ଓଲଟି ମେସିନ ସାହାଯ୍ୟରେ କାମ କରାଯାଉଥିବା ଅଭିଯୋଗ ହୋଇଛି । ଏ ନେଇ ବାରମ୍ବାର ୟୁନିଅନ ସହିତ କଂପାନି କର୍ତୁପକ୍ଷ ଆଲୋଚନା କରି ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶୃତି ଦେଉଥିଲେ ମଧ୍ୟ ପାଳନ କରୁନଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କରି ପ୍ରଭାତ କୁମାର ପ୍ରଧାନ ଙ୍କ ନେତୃତ୍ୱରେ ଆଜି ଠାରୁ ଧାରଣାରେ ବସିଛନ୍ତି ସ୍ଥାନୀୟ ଅଂଚଳର ବେକାର ଯୁବକ ଯୁବତୀ ଏବଂ ଛଟେଇ ହୋଇଥିବା କର୍ମଚାରୀ । ଦାବୀ ପୁରଣ ନ ହେବା ପର୍ଯ୍ୟନ୍ତ ଏପରି ଆନ୍ଦୋଳନ ଜାରି ରହିବ ବୋଲି ଚେତାବନି ଦିଆଯାଇଛି ।

Leave a Reply

Your email address will not be published. Required fields are marked *

You cannot copy content of this page