ରାଜ୍ୟ ର ୧୧ ଜିଲା ରେ ସଟ ଡାଉନ ନିର୍ଦ୍ଦେଶ।
![](https://www.sanketkhabar.com/wp-content/uploads/2020/06/images-22.jpeg)
ଭୁବନେଶ୍ୱର(ସଂକେତ ଖବର) ବଢୁଥିବା କୋରୋନା କୁ ନିୟନ୍ତ୍ରଣ କରିବାକୁ କଠୋର ହେଲେ ରାଜ୍ୟ ସରକାର। ଓଡିଶାରେ କରୋନା ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟ ସରକାର କଟକଣାକୁ କଠୋର କରିଛନ୍ତି। ୧୧ଜିଲ୍ଲାରେ ସପ୍ତାହକୁ ଦୁଇ ଦିନ ଶଟ୍ଡାଉନ କରାଯିବ ବୋଲି ଆଜି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ସୋମବାର ଗଣମାଧ୍ୟମକୁ ଶ୍ରୀ ତ୍ରିପାଠୀ କହିଛନ୍ତି ୧୧ଟି ଜିଲ୍ଲାରେ ପ୍ରତି ସପ୍ତାହରେ ଶନିବାର ଓ ରବିବାର ଦିନ ଶଟ୍ଡାଉନ କରାଯିବ। ଏହି ଜିଲ୍ଲା ଗୁଡ଼ିକ ମଧ୍ୟରେ ରହିଛି ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ବଲାଙ୍ଗିର। ଏହି ସମୟରେ କୌଣସି ଅଫିସ ଖୋଲା ରହିବ ନାହିଁ। କେବଳ ଅତ୍ୟାବଶ୍ୟକ ସେବା ପ୍ରଦାନକାରୀ ଆତଯାତ କରିପାରିବେ।