ବିଂଝାରପୁର ରେ ଡାକସେବା ବନ୍ଦ। ଗ୍ରାହକଙ୍କ ଅସନ୍ତୋଷ

0

ଯାଜପୁର (ସଙ୍କେତ ଖବର): ଯାଜପୁର ଜିଲ୍ଲା ବିଂଝାରପୁର ରେ ଥିବା ମୁଖ୍ୟ ଡାକଘରର ଡାକସେବା ଦୀର୍ଘ ୧୫ ଦିନହେଲା ଠପ୍ ହୋଇଯାଇଛି । ଯାହା ଫଳରେ ଗ୍ରାହକ ମାନେ ଅସୁବିଧାର ର ସମ୍ମୁଖିନ ହେଉଛନ୍ତି । ଏହା ମୁଖ୍ୟ ଡାକଘର ଥିବାରୁ ବିଂଝାରପୁର ବିଭିନ୍ନ ଅଂଚଳର ଗ୍ରାହକ ମାନେ ଏହା ଉପରେ ନର୍ଭର କରିଥାନ୍ତି । ଦୀର୍ଘ ୧୫ ଦିନ ୧୫ ଦିନ ହେବ ଡାକଘରେ ଥିବା ବିଏସଏନଏଲ ଇଣ୍ଟରନେଟର ମେସିନ ଖରାପ ଥିବାରୁ ଡାକସେବା ସମ୍ପୂର୍ଣ୍ଣ ବନ୍ଦ ରହିଛି । ଯାହାଦ୍ଵାରା ଟଙ୍କା ଉଠାଣ ଓ ଜମା କରିବାକୁ ଆସୁଥିବା ଗ୍ରାହକମାନେ ଅସୁବିଧା ଭୋଗୁଛନ୍ତି । ସେହିପରି ବିବାହ, ବ୍ରତ ସାଙ୍ଗକୁ ଚିକିତ୍ସାପାଇଁ ଟଙ୍କା ଉଠାଣ କରିବାକୁ ଆସୁଥିବା ଗ୍ରାହକ ଦୀର୍ଘ ୧୫ ଦିନ ହେଲା ଟଙ୍କା ନପାଇ ନିରାଶ ହୋଇ ଫେରୁଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ପୋଷ୍ଟମାଷ୍ଟର ସୌଦାମିନୀ ମହାନ୍ତିଙ୍କୁ ପଚାରିବାରୁ ବିଏସଏନଏଲର ମେସିନ ଖରାପ ଥିବାରୁ ଇଣ୍ଟରନେଟ୍ କାମ କରୁନଥିବା କହିଛନ୍ତି । ଏ ବାବଦରେ ସେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛନ୍ତି, ଏବଂ ଖୁବଶୀଘ୍ର ଗ୍ରାହକ ମାନେ ଡାକସେବା ସେବା ପାଇବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *

You cannot copy content of this page