ଗାଁ ପୋଖରୀ ରୁ ନର କଙ୍କାଳ ଠାବ

ଯାଜପୁର (ସଙ୍କେତ ଖବର)ଯାଜପୁର ସଦର ଥାନା ଅନ୍ତର୍ଗତ ଜାହାନପୁର ପଂଚାୟତର କପିଳେଶ୍ୱର ଗ୍ରାମରେ ଥିବା ଏକ ପୋଖରୀରୁ ଏକ ନର କଙ୍କାଳ ଠାବ କରାଯାଇଛି। ପଡିଥିବାର ଦେଖିବାକୁ ମିଳିଛି । ଖବର ଜଣାପଡିବା ପରେ ଏହାକୁ ଦେଖିବାକୁ ଲୋକଙ୍କ ଭିଡ଼ ହୋଇଛି ।

ଏହି କଙ୍କାଳ ଟି କାହାର ବୋଲି ଜଣାପଡ଼ିନାହିଁ। କିନ୍ତୁ ବେକରେ ଏକ ଓଢଣୀ ବନ୍ଧା ଯାଇଥିବା ଦେଖିବାକୁ ମିଳିଛି। ଏହା ଏକ ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ଖବର ପାଇ ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି।