ବିରଳ ବିଷଧର ଅହିରାଜ ସାପ ଉଦ୍ଧାର।

0

କେନ୍ଦୁଝର (ସଂକେତ ଖବର) ଆନନ୍ଦପୁର ଅଞ୍ଚଳରୁ ଏକ ବିଷଧର ଅହିରାଜ ସାପକୁ ଉଦ୍ଧାର କରାଯାଇଛି। ସୁକିନ୍ଦା ଅଞ୍ଚଳର ଦୁଃସାହସି ଯୁବକ ସୋମ୍ୟାଚିତ ବେହୁରା(୨୧)ଓରଫ ଜଗା ଏହାକୁ ଉଦ୍ଧାର କରିଛନ୍ତି।ବୁଧବାର ଅପରାହ୍ନରେ ଆନନ୍ଦପୁର ଅଞ୍ଚଳ ତୁରତୁରା ପଞ୍ଚାୟତ ବଣସାହି ଗ୍ରାମର ଜୈନିକ ଲୋକଙ୍କ ଘରେ ଏକ ବଡ଼ ସାପ ଗର୍ଜନ କରୁଥିବା ଦେଖିବା ପରେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଅନେକ ଲୋକ ଘଟଣା ସ୍ଥଳରେ ପହଞ୍ଚି ଏତେ ବଡ ସାପକୁ ଧରିବା ପାଇଁ ସାହସ କରିନଥିଲେ। ସେହି ଅଞ୍ଚଳର ଜଣେ ଯୁବକ ସୁକିନ୍ଦା ଜଗା ପାଖକୁ ଫୋନ କରି ସାପକୁ ଉଦ୍ଧାର କରିବା ପାଇଁ କହିଥିଲେ। ଖବର ପାଇ ଜଗା ଘଟଣାସ୍ଥଳରେ ପହଂଚି ବାରଫୁଟ ଲମ୍ବର ବିଷଧର ଅହିରାଜ ସାପକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରି ସୁକିନ୍ଦା ବନବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ରାଙ୍କିଆ ଜଙ୍ଗଲରେ ଛାଡିଥିଲେ। ଜଗା କମ୍ ବୟସରୁ ଅନେକ ବିଷଧର ସାପଙ୍କୁ ଉଦ୍ଧାର କରି ବହୁ ଜୀବନ ରକ୍ଷା କରୁଥିବା ବେଳେ ସାପ ଗୁଡ଼ିକୁ ଅତି ସହଜରେ ଉଦ୍ଧାର କରି ଜଙ୍ଗଲରେ ଛାଡୁଥିବା ସମାଜ ପାଇଁ ଏକ ପ୍ରେରଣା ବୋଲି କୁହାଯାଉଛି। ବନବିଭାଗ ଅଧିକାରୀ ଉଦ୍ଧାର କରି ପାରୁନଥିବା ସାପ ଅନେକ ସମୟରେ ଜଗା ଉଦ୍ଧାର କରୁଥିବା ଦେଖିବାକୁ ମିଳିଛି।ଏହି ଯୁବକଙ୍କୁ ବନବିଭାଗରେ ନିଯୁକ୍ତି ଦେଇ ତାଲିମ ପ୍ରଦାନ କଲେ ତାହା ଜଗା ପାଇଁ ଉତ୍ସାହ ହେବାସହ ସମାଜ ମଙ୍ଗଳ ହୋଇପାରନ୍ତା।

Leave a Reply

Your email address will not be published. Required fields are marked *

You cannot copy content of this page