ମୋଟର ସାଇକେଲ ସିଟ ଭିତରେ ଲୁଚି ରହିଥିଲା ଗୋଖର ନାଗ

0

ବୌଦ୍ଧ (ସଙ୍କେତ ଖବର): ବୌଦ୍ଧ ଜିଲ୍ଲା ଧଳପୁର ଗ୍ରାମ ପଞ୍ଚାୟତ ର ଚିନ୍ମୟ ପ୍ରଧାନ ଆଜି ସକାଳୁ କୌଣସି କାମରେ ଘରୁ ନିଜର ନାଲି ରଙ୍ଗର ହିରୋ ସିଡି ଡିଲକ୍ସ ଗାଡି କାଢି ବାହାରିବା ସମୟରେ ଗାଡି ଭିତରୁ ସଁ ସଁ ଶବ୍ଦ ଶୁଣିବାକୁ ପାଇଲେ । ଏହାପରେ ସାପ ଥିବାଆ ସନ୍ଦେହ କରି ନିକଟସ୍ଥ ସାପ ଧରାଳି ଆଆରବି (IRB) ଯବାନ ବିକାଶ ଦେହୁରୀଙ୍କୁ ଜଣାଇଥିଲେ । ବିକାଶ ଘଟଣା ସ୍ଥଳରେ ପହଞ୍ଚି ସତର୍କତା ର ସହିତ ଗାଡିରୁ ସିଟ ବାହାର କରିବା ପରେ ଭିତରେ ଥିବା ୫ଫୁଟ ଲମ୍ବର ଏକ ଗୋଖର ନାଗକୁ ବାହାର କରିଥିଲେ। ନାଗସାପଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page