ବନ୍ଦ ହେଇଯିବ ପେଂସବୁକ ଓ ଟ୍ୱିଟର ଭଳି ସୋସିଆଲ ମିଡିଆ!

0

ନୂଆଦିଲ୍ଲୀ:ଆସନ୍ତାକାଲି ଠାରୁ ଭାରତରେ ପେଂସବୁକ ଏବଂ ଟ୍ୱିଟର ଭଳି ପ୍ରତିଷ୍ଠିତ ସୋସିଆଲ ମିଡିଆ ପ୍ଲାଟପଂର୍ମ ବନ୍ଦ ହେଇଯିବକି? ଆଜି ଏହି ବିଷୟକୁ ନେଇ ଦେଶର ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଚର୍ଚ୍ଚା ଜାରି ରହିଛି । ସୋସିଆଲ ମିଡିଆର ଅପବ୍ୟବହାରକୁ ରୋକିବା ପାଇଁ ୩ ମାସ ତଳେ କେନ୍ଦ୍ର ସରକାର ଭାରତରେ କାର୍ଯ୍ୟକରୁଥିବା ସୋସିଆଲ ମିଡିଆ କଂପାନିକୁ କେତେକ ଗାଇଡ ଲାଇନ ଜାରି କରିଥିଲେ । ଗାଇଡ ଲାଇନ ମୁତାବକ ପ୍ରତ୍ୟେକ ସୋସିଆଲ ମିଡିଆ କଂପାନି ଭାରତରେ ଅଭିଯୋଗ ଶୁଣାଣୀ ପାଇଁ ସ୍ୱତନ୍ତ୍ର ସେଲ ଗଠନ କରିଥିଲେ । ଏଥିପାଇଁ ଜଣେ ଅଧିକାରୀଙ୍କୁ ଭାରତରେ ନିଯୁକ୍ତି ଦେବେ । ଯେଉଁ ମାନେ ବିଭିନ୍ନ ବ୍ୟକ୍ତିବିଶେଷ ସଂଗଠନ ବିଶେଷକରି ମହିଳା ମାନଙ୍କ ବିରୋଧରେ ଆପତିଜନକ ମନ୍ତବ୍ୟ ଦେଉଛନ୍ତି ସେହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଧେଶ ଜାରି କରାଯାଇଥିଲା । ୩ ମାସ ତଳେ କେନ୍ଦ୍ରସରକାର ଯେଉଁ ଗାଇଡ ଲାଇନ କରିଥିଲେ ସେହି ଅବଧି ଆଜି ଶେଷ ହେଉଛି । କିନ୍ତୁ ଏ ପର୍ଯ୍ୟନ୍ତ ଦେଶରେ କେବଳ “କୁ” ଆପ କେନ୍ଦ୍ରସରକାରଙ୍କ ନିର୍ଦ୍ଧେଶନାମାକୁ କାର୍ଯ୍ୟକାରୀ କରିଛି । ଏହା ବ୍ୟତିତ ଅନ୍ୟ କୌଣସି ସୋସିଆଲ ମିଡିଆ କଂପାନି ସରକାରଙ୍କ ଗାଇଡଲାଇନକୁ ପାଳନ କରିନଥିବାରୁ ଉକ୍ତ ସୋସିଆଲ ମିଡିଆ କଂପାନି ମାନଙ୍କୁ ଭାରତରେ ବ୍ୟାନ କରାଯିବାର ସମ୍ଭାବନା ରହିଛି ।

କାହିଁକି ଏଭଳି ଗାଇଡ ଲାଇନ?
ଭାରତରେ ଦିନକୁ ଦିନ ସୋସିଆଲ ମିଡିଆର ଅସଦବ୍ୟବହାର ହେଉଥିବା ଅଭିଯୋଗ ସଂଖ୍ୟା ବଢ଼ିବାରେ ଲାଗିଛି । ଯେକୌଣସି ବ୍ୟକ୍ତି ଯେ କୌଣସି ବ୍ୟକ୍ତି ବା ଅନୁଷ୍ଠାନ ବିରୋଧରେ ସୋସିଆଲ ମିଡିଆର ସହାୟତାରେ ଅପପ୍ରଚାର କରୁଛି । ସୋସିଆଲ ମିଡିଆରେ ମିଥ୍ୟା ଖବର ସହିତ ଦେଶ ବିରୋଧରେ ଅନେକ ଗୁଜବ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଆସୁଥିଲା । ଏପରିକି ମିଥ୍ୟା ଓ ଗୁଜବ ଖବର ପଂଳରେ ଅନେକ ସମୟରେ ଦଂଗା ଭଳି ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି । ଅନେକ ସମୟରେ ମାମଲା ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଯାଉଥିବା ଦେଖିବାକୁ ମିଳିଛି ।
ସୋସିଆଲ ମିଡିଆ ଏବଂ ବିଜେପି ସରକାର
ବିଜେପି ସରକାର ଦେଶରେ ଶାସନ କ୍ଷମତାକୁ ଆସିବା ପଛରେ ଯଦି କାହାର ଅଧିକ ହାତ ରହିଛି ତା ହେଉଛି ସୋସିଆଲ ମିଡିଆ । ସୋସିଆଲ ମିଡିଆକୁ ବ୍ୟବହାର କରି ବିଜେପି ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ପହଂଚିପାରିଥିଲା । ସେତେବେଳେ ଦେଶର ଅନ୍ୟ କୌଣସି ରାଜନୈତିକ ଦଳ ସୋସିଆଲ ମିଡିଆର ବ୍ୟବହାର କରୁନଥିଲେ । କିନ୍ତୁ ସମୟ ବଦଳିଛି ଯେଉଁ ସୋସିଆଲ ମିଡିଆ ବିଜେପି ଦଳକୁ କ୍ଷମତାକୁ ଆଣିଥିଲା ସେହି ସୋସିଆଲ ମିଡିଆ ଏବେ ଦଳ ପାଇଁ କଂଟା ହୋଇ ଛିଡା ହୋଇଛି । ପରିସ୍ଥିତି ଏପରି ହୋଇଛି ଯେ ପ୍ରଭାବଶାଳୀ ବିଜେପି ନେତାଙ୍କ ଟ୍ୱିଟର ଆକଉଂଟକୁ ବନ୍ଦ ହୋଇଯାଇଛି । ବିଜେପି ସମର୍ଥକ କୁହାଯାଉଥିବା ଅଭିନେତ୍ରୀ କଂଗନା ରାନାୱତଙ୍କ ଟ୍ୱିଟର ଆକାଉଂଟକୁ ବନ୍ଦ କରାଯାଇଥିବା ବେଳେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଡଃ ସମ୍ବିତ ପାତ୍ରଙ୍କ ଟୁଲ କିଟ ବୟାନକୁ ମାନିପୁଲେଟେଡ ମିଡିଆ ବୋଲି ଦର୍ଶାଇଛି ଟ୍ୱିଟର । ଏହି ଘଟଣା ପରେ କେନ୍ଦ୍ରସରକାର ଅଧିକ ଆକ୍ରାମକ ହୋଇଥିବା ଚର୍ଚ୍ଚା ହେଉଛି । ଗତକାଲି ଦିଲ୍ଲୀ ପୋଲିସ ର ଏକ ସ୍ୱତନ୍ତ୍ର ସେଲ ଦିଲ୍ଲୀର ଟ୍ୱିଟର କାର୍ଯ୍ୟାଳୟରେ ଚଢ଼ାଉ କରି ନୋଟିସ ଦେଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *

You cannot copy content of this page