ଭଗତ ସିଂ ଯୁବକ ସଙ୍ଘ ର ସେବା କାର୍ଯ୍ୟ।

0

ବ୍ୟାସନଗର( ସଂକେଟଖବର)ବିକୃତ ମସ୍ତିଷ୍କଧାରୀ ବ୍ୟକ୍ତିମାନଙ୍କ ସେବାକଲା ସହିଦ ଭଗତ ସିଂ ଯୁବକ ସଂଘ, ବ୍ୟାସନଗର- ମାନବସେବା ହିଁ ମାଧବ ସେବା ବୋଲି ଭାବି ବ୍ୟାସନଗର ଅଞ୍ଚଳର ପୁରାତନ ତଥା ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହିଦ ଭଗତ ସିଂ ଯୁବକ ସଂଘ ପକ୍ଷରୁ ସଂଘର ସଭାପତି ରାଜେନ୍ଦ୍ର ବିଶ୍ୱାଳ ଙ୍କ ନେତୃତ୍ୱରେ ଯୁବକ ସଂଘର ସଭ୍ୟମାନେ ଇଂରାଜୀ ନବବର୍ଷର ପ୍ରଥମ ଦିନରେ ଏକ ନିଆର ସେବାକାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ବ୍ୟାସନଗର ଅଞ୍ଚଳରେ ଏଣେତେଣେ ବୁଲୁଥିବା ମାନସିକ ବିକଳାଙ୍ଗ ବ୍ୟକ୍ତି,ଭିକ୍ଷାବୃତ୍ତି କରୁଥିବା ବ୍ୟକ୍ତିମାନଙ୍କୁ ଠାବକରି ସେମାନଙ୍କୁ ବିଭିନ୍ନ ସ୍ଥାନରେ ଚୁଟି, ଦାଢି କ୍ଷୌର କରିବାସହିତ ସେମାନଙ୍କୁ ନୂଆ ବସ୍ତ୍ର ପରିଧାନ କରାଇଥିଲେ ଶେଷରେ ସେମାନଙ୍କୁ ମିଷ୍ଠାନ ଖୁଆଇ ନବବର୍ଷର ଅଭିନନ୍ଦନ ଜଣାଇ ଥିଲେ ଏହି କାର୍ଯ୍ୟକ୍ରମରେ ସଂଘର ଉପଦେଷ୍ଟା ଚିନ୍ତାମଣି ପାଢ଼ୀ,ଉପସଭାପତି କଳିଙ୍ଗ ପହି,କାର୍ଯ୍ୟକାରୀ ସଭାପତି ସମୀର ରାୟ, ସମ୍ପାଦକ ହେମନ୍ତ କୁମାର ଧୀର, ସହ ସମ୍ପାଦକ ଅକ୍ଷୟ ନାୟକ, ସଭ୍ୟ ମହେଶ୍ୱର ନାୟକ, ମନୋଜ ଦାସ , ନୃସିଂହ ବାରିକ,ପ୍ରଶାନ୍ତ ବୋଇତାଇ, ଉପେନ୍ଦ୍ର ନାଥ ମହାନ୍ତି, ବିକାଶ ଦାଶ, ପରେଶ ଦାସ,ସଞ୍ଜୟ ମହାନ୍ତି,ମୋହନ ଚରଣ ବେହେରା,ଶ୍ରୀଧର ଆଏଚ, ଗଣେଶ ମାଝୀ, ଏବଂ ଅନ୍ୟମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଆଗକୁ ଏହିଭଳି ସମାଜସେବା କାର୍ଯ୍ୟକ୍ରମ ଜାରିରହିବାପାଇଁ ସଂଘର ସଭାପତି ସୂଚନା ଦେଇଥିଲେ

Leave a Reply

Your email address will not be published. Required fields are marked *

You cannot copy content of this page