ଯାଜପୁର ସମାଜସେବୀ ମହାସଙ୍ଘର ବୈଠକ ।

0

ଯାଜପୁର(ସଙ୍କେତ ଖବର)ଜିଲ୍ଲାରେ କାର୍ଯ୍ୟକରୁଥିବା ସମସ୍ତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମାନଙ୍କୁ ନେଇ ନୂତନ କରି ଗଢିଉଠିଥିବା ଯାଜପୁର ସମାଜସେବୀ ମହାସଙ୍ଘ ର ଏକ ପ୍ରାରମ୍ଭିକ ବୈଠକ ସ୍ଥାନୀୟ କୁଆଖିଆ ଅଭିମନ୍ୟୁ ସାମନ୍ତ ସିଂହାର ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ଅନ୍ୱେଷଣ ଥିଏଟର ସମ୍ପାଦକ ଅଭିମନ୍ୟୁ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ
ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ଜିଲା ସଂଯୋଜକ ଶ୍ରୀ ବିମଳ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତ କର୍ମୀଙ୍କୁ ଧନ୍ୟବାଦ ଓ ସାଧୁବାଦ ଅର୍ପଣ କରିଥିଲେ ।
ଦିଵ୍ୟାଙ୍ଗ ମଣ୍ଟୁ ଦାସ ଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକରେ ଜିଲାର କୋଣ ଅନୁକୋଣରୁ ଆସିଥିବା ସାମାଜିକ ଅନୁଷ୍ଠାନର ବହୁ କର୍ମୀମାନେ ନିଜ ନିଜର ସୁଚିନ୍ତିତ ମତାମତ ଦେବା ସହ ଏହି ଅନୁଷ୍ଠାନ କିପରି ଆଗକୁ ତାର ସାମାଜିକ କର୍ତ୍ତବ୍ୟ ନିର୍ବାହ କରିବେ ସେ ନେଇ ମତବ୍ୟକ୍ତ କରିଥିଲେ ।


କରୋନା ସମୟରେ ଏହି ଅନୁଷ୍ଠାନ ମାନଙ୍କ ପାଇଁ ସାଧାରଣ ଲୋକେ ବହୁ ଉପକୃତ ହେବା ସହ ସଚେତନ ମଧ୍ୟ ହୋଇଥିଲେ , ସରକାରଙ୍କ ନିକଟରୁ କୌଣସି ସାହାଯ୍ୟ ନ ପାଇ ମଧ୍ୟ ଏମାନେ ସେମାନଙ୍କ ସାମାଜିକ ଦାୟିତ୍ୱ ବେଶ ଶୃଂଖଳିତ ଢ଼ଙ୍ଗରେ ନିର୍ବାହ କରିଥିବା କଥା ମଣ୍ଟୁ ଦାସ ନିଜ ବକ୍ତବ୍ୟ ମାଧ୍ୟମରେ କହିଥିଲେ ।
ରକ୍ତର ଘୋର ସଙ୍କଟ ଦେଖା ଦେଉଥିବା ସମୟରେ ସମସ୍ତ ଅନୁଷ୍ଠାନର ସଦସ୍ୟ ସଦାସର୍ବଦା ଆଗେଇ ଆସିଥିବା କଥା ଶ୍ରୀ ବିମଳ ଦାସ ସୂଚନା ଦେଇଥିଲେ ।
ସୂଚନା ଅନୁଯାୟୀ ଏହି ମହାସଙ୍ଘରେ ପଚାଶରୁ ଅଧିକ ସଙ୍ଗଠନ ଯୋଗ ଦେଇ ଆଗାମୀ କାର୍ଯ୍ୟପନ୍ଥା କଣ ରହିବ ଓ କି କି ଲକ୍ଷ୍ୟ ନେଇ ଏହା କାର୍ଯ୍ୟ କରିବ ସେ ନେଇ ଆଲୋଚନା କରିଥିଲେ ।


ଏହି କାର୍ଯ୍ୟକ୍ରମକୁ ନୂଆ ଆଲୋକର ସଦସ୍ୟ ରୀଙ୍କୁ ମହାନ୍ତି , କଳିଙ୍ଗ ଯୁବକ ସଙ୍ଗ ସଭାପତି ଶିଶିର ପଣ୍ଡା , ମହାବାହୁ ଓଡିଶା ସଙ୍ଘ ସଭାପତି ଶିବ ସାମଲ , ହେଲପିଙ୍ଗ ୟୁଥ ମିଶନ ସଭାପତି ରାନେଶ ସାହୁ ପ୍ରମୁଖ ସଞ୍ଚାଳନ କରିଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page